ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିଆଁ ଲାଗି ଧାନ ଗଦା ପୋଡି ନଷ୍ଟ

ପାପଡାହାଣ୍ଡି,2/11, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଚନ୍ଦ୍ରପୁର ସଦର ମହାକୁମାରେ ବିଳମ୍ବିତ ରାତ୍ରରେ ନିଆଁ ଲାଗି ଏକ ଧାନ ଗଦା ପୋଡି ନଷ୍ଟ ହୋଇଯାଇଛି | କେହି ଦୁବୃତ୍ତ ନିଆଁ ଲଗାଇଥିବା ସନ୍ଦେହ କରାଯାଉଛି | ପୋଡି ଯାଇଥିବା ଧାନ ଗଦାଟି ଗ୍ରାମର ଯଦୁ ମାଝିଙ୍କ ର ବୋଲି ଜଣାପଡିଛି | ଦୁଇ ଦିନ ତଳେ 4ଏକର ଜମିର ଧାନ କାଟି ଜମି ନିକଟରେ ଗଦା କରି ରଖିଥିଲେ | ପାହାନ୍ତିଆ ସମୟରେ ଉକ୍ତ ଧାନ ଗଦାରେ ନିଆଁ ଲାଗିଥିବା ଖବର ପାଇଥିଲେ | ଖବର ଲେଖା ଶେଷ ସୁଦ୍ଧା ଅଗ୍ନିଶମ ଗାଡି ପହଂଚି ନ ଥିବା ବେଳେ ସମ୍ପୂର୍ଣ ଧାନ ଗଦା ପୋଡି ନଷ୍ଟ ହୋଇଯାଇଛି | ପ୍ରଶାସନ ତରଫରୁ ଅସହାୟ ପରିବାରଙ୍କୁ ସହା ୟତା ଲାଗି ନିବେଦନ ହୋଇଛି | ଯଦୁ ସମ୍ପୂର୍ଣ ରୂପେ ଭାଙ୍ଗି ପଡିଛନ୍ତି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ମୁମ୍ବାଇରେ ସର୍ବ ଭାରତୀୟ ସାହିତ୍ୟ ସମ୍ମିଳନୀ

Sunil Chandra Nayak

ମା’ଙ୍କ ତାରାତାରିଣୀ ମନ୍ଦିରରପ୍ରତିଷ୍ଠା ଉତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଅବିନାଶ ମହାପାତ୍ର ଙ୍କ କବିତା ପ୍ରତିଶୃତି ଦେଲି ଆଜି

Sunil Chandra Nayak

Leave a Comment

error: Content is protected !!