ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିଆଁ ଲାଗି ଧାନ ଗଦା ପୋଡି ନଷ୍ଟ

ପାପଡାହାଣ୍ଡି,2/11, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଚନ୍ଦ୍ରପୁର ସଦର ମହାକୁମାରେ ବିଳମ୍ବିତ ରାତ୍ରରେ ନିଆଁ ଲାଗି ଏକ ଧାନ ଗଦା ପୋଡି ନଷ୍ଟ ହୋଇଯାଇଛି | କେହି ଦୁବୃତ୍ତ ନିଆଁ ଲଗାଇଥିବା ସନ୍ଦେହ କରାଯାଉଛି | ପୋଡି ଯାଇଥିବା ଧାନ ଗଦାଟି ଗ୍ରାମର ଯଦୁ ମାଝିଙ୍କ ର ବୋଲି ଜଣାପଡିଛି | ଦୁଇ ଦିନ ତଳେ 4ଏକର ଜମିର ଧାନ କାଟି ଜମି ନିକଟରେ ଗଦା କରି ରଖିଥିଲେ | ପାହାନ୍ତିଆ ସମୟରେ ଉକ୍ତ ଧାନ ଗଦାରେ ନିଆଁ ଲାଗିଥିବା ଖବର ପାଇଥିଲେ | ଖବର ଲେଖା ଶେଷ ସୁଦ୍ଧା ଅଗ୍ନିଶମ ଗାଡି ପହଂଚି ନ ଥିବା ବେଳେ ସମ୍ପୂର୍ଣ ଧାନ ଗଦା ପୋଡି ନଷ୍ଟ ହୋଇଯାଇଛି | ପ୍ରଶାସନ ତରଫରୁ ଅସହାୟ ପରିବାରଙ୍କୁ ସହା ୟତା ଲାଗି ନିବେଦନ ହୋଇଛି | ଯଦୁ ସମ୍ପୂର୍ଣ ରୂପେ ଭାଙ୍ଗି ପଡିଛନ୍ତି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ଭାରତ ସରକାରଙ୍କ ସୂଚନା ପ୍ରଯୁକ୍ତ ବିଜ୍ଞାନ ନିଲେଟ୍ ତରଫରୁ ଢେଙ୍କାନାଳ ଆସେଟ୍ କମ୍ପୁଟର ସେଣ୍ଟର କୁ ‘ଓ’ ଲେବୁଲ କୋର୍ସର ମାନ୍ୟତା

Sunil Chandra Nayak

ରୁପ୍ରା ପିଏଚସି ଅଧିନ ଜନ ଆରୋଗ୍ୟ ସମିତିର ନୂତନ କମିଟି ଗଠନ ଓ ବୈଠକ ଅନୁଷ୍ଠିତ 

Sunil Chandra Nayak

ଉତ୍କେଲା ଓ କିକିଆ ରେ ବାହୁଡା ଯାତ୍ରା ସମ୍ପନ୍ନ

Leave a Comment

error: Content is protected !!