ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ବ୍ଲକ ସ୍ତରୀୟ ମାଟ୍ରିକ ଟପ୍ପର ସମ୍ବର୍ଦ୍ଧନା ସମାରୋହ

କୋକସରା,୩/୮-  ( ମ ନି ସ ) ଚଳିତ ମାଟ୍ରିକ ପରୀକ୍ଷାରେ କୋକସରା ବ୍ଲକର ୨୦୨୨ ମାଟ୍ରିକ ଟପ୍ପର ଛାତ୍ରଛାତ୍ରୀଙ୍କୁ ବୁଧବାର କଳାହାଣ୍ଡି ଜିଲ୍ଲା ଲଡୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଫେସର ଭୁବନେଶ୍ୱର ବେହେରା ୟୁଥ ଅର୍ଗାନାଇଜେସନ ଟ୍ରଷ୍ଟ ମୁଡ୍ରାଗୁଡା, ଦଣ୍ଡପାଟ ଯୁବ ସେବା ସଙ୍ଗଠନ ବେହେରା ଓ ସିଦ୍ଧି ବିନାୟକ ଚାରିଟେବୁଲ ଟ୍ରଷ୍ଟ ଧର୍ମଗଡ ର ମିଳିତ ଉଦ୍ୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଲଡୁଗାଁ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାସଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଅଧ୍ୟକ୍ଷା ରୀତା ଅଗ୍ରୱାଲ, ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ମୁଖ୍ୟବକ୍ତା ଭାବେ ଲଡୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟାପକ ସଞ୍ଜୟ କୁମାର ପୁରୋହିତ, ସମ୍ମାନିତ ଅତିଥି ପ୍ରଫେସର ଭୁବନେଶ୍ୱର ବେହେରା ଟ୍ରଷ୍ଟ ର ଜିଲ୍ଲା ସଂଯୋଜକ ବସନ୍ତ ନାଏକ, ଦଣ୍ଡପାଟ ଯୁବ ସେବା ସଙ୍ଗଠନ ର ସଦସ୍ୟ ରଜତ କୁମାର ବଂଶଲ, କୋକସରା ବ୍ଲକ ଶିକ୍ଷା ଅଧିକାରୀ ନେପାଲ ଚନ୍ଦ୍ର ବାଗ, ଷ୍ଟେଟ ବ୍ୟାଙ୍କ ମ୍ୟାନେଜର ଲଡୁଗାଁ ଜିତେନ୍ଦ୍ର କୁମାର ଜେନା, କୋକସରା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା ମଞ୍ଚାସିନ ଅତିଥି ଭାବେ ଉପସ୍ଥିତ ରହି ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ଟପ୍ପର ୨୧ ଉଚ୍ଚ ବିଦ୍ୟାଳୟ ର ୨୫ ଜଣ ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରିବା ସହ ସେମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା ଶିକ୍ଷକ ବୁଦ୍ଧିରାମ ନାଏକ କରିଥିବା ବେଳେ ପ୍ରଫେସର ଭୁବନେଶ୍ୱର ବେହେରା ସଂଗଠନର ସମ୍ପାଦକ ଅବିନାଶ ମୁଣ୍ଡ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଧନ୍ୟବାଦ ଅର୍ପଣ କରିଥିଲେ। ଦଣ୍ଡପାଟ ଯୁବ ସଙ୍ଗଠନର ଭିକାରୀ ଚରଣ ଗୋପାଳ, ଭଜବଲ ନାଏକ, ସୁଶିଳ ଚନ୍ଦ୍ର ନାଗ, ରିଙ୍କୁ ବିଶି ସମେତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Related posts

ପାର୍ବତ୍ଯାଞ୍ଚଳ ର ବିକାଶରେ ବାଧକ ନାଗାବଳୀ ନଦୀ

Sunil Chandra Nayak

କନକ ପ୍ରେସ ନାମରେ ସରପଞ୍ଚ ଙ୍କୁ କୋଡ଼ିଏ ହଜାର ଟଙ୍କା ଚାନ୍ଦା ମାଗିବା ଅଭିଯୋଗ

Sunil Chandra Nayak

ଫୁଲବାଣୀ ପ୍ରେସକ୍ଲବ ଠାରେ ୧୫୬ ତମ ଓଡ଼ିଆ ସାମ୍ବାଦିକାତା ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!