ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦ୍ୱିତୀୟ ଥର ପାଇଁ ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ସ୍ଥାନ ପାଇଲେ ଚିଲିଗୁଡାର ସ୍ୱୟଂ ଶିବ ଯୋଶୀ

ଚିଲିଗୁଡା ( ମ ନି ସ)  କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ମୁଣ୍ଡରା ଗୁଡା ଗ୍ରାମ ପଞ୍ଚାୟତ ର ଚିଲିଗୁଡା ଗ୍ରାମର ସ୍ୱୟଂ ଶିବ ଯୋଶୀ ଚିଲିଗୁଡା ଇଂଲିଶ ମେଡିୟମ ସ୍କୁଲରେ ୟୁ କେ ଜି ଶ୍ରେଣୀରେ ପାଠ ପଢ଼ନ୍ତି ।ସ୍ୱୟଂ ଶିବ ଯୋଶୀ ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ନିଜ ସ୍ଥାନ ଦ୍ୱିତୀୟ ଥର ପାଇଁ ବଜାୟ ରଖିଛନ୍ତି ।ସେ ୨୦୨୧ ମସିହାରେ ୩୭ ସେକେଣ୍ଡରେ ୯ ଫୁଟ ବିଶିଷ୍ଟ ୩ ଟି ଲୌହ ଖମ୍ବ କୁ ଚଢି ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ସ୍ଥାନ ପାଇ ଥିଲେ ।କମ ବୟସରେ ୨୮ ଟି ରାଜ୍ୟ ଓ ରାଜଧାନୀ ,ମହାଦେଶର ନାମ ,ପଞ୍ଚ ଇନ୍ଦ୍ରିୟ ,ଇନ୍ଦ୍ର ଧନୁର ସାତ ରଙ୍ଗ ,୧୪ ଟି ଜାତୀୟ ପ୍ରତୀକ ,୧୦ ଗୋଟି ଖେଳର ନାମ ,୧୦ ଟି ଜଳଚର ଜୀଵ ,୧୨ ମାସର ନାମ ,ସପ୍ତାହର ନାମ ,୬ ଋତୁର ନାମ ,କମ୍ପୁଟର ର ୧୦ ଗୋଟି ଅଂଶ ,ଟ୍ରାଫିକ ସଂକେତ ,ବୃକ୍ଷର ଅଂଶ ବିଶେଷ ୧୦ ବିପରୀତ ବୋଧକ ଶବ୍ଦ,୬ ଟି ମନ୍ତ୍ର ଓ ଜାତୀୟ ସଙ୍ଗୀତ କହି ୨୦୨୨ ମସିହାରେ ଇଣ୍ଡିଆ ବୁକ ଅ ଫ ରେକର୍ଡ଼ରେ ସ୍ଥାନ ପାଇଛନ୍ତି ।ମାଆ ସାଗରିକା, ବାପା ସମୀର ରଞ୍ଜନ ଯୋଶୀଙ୍କ ପ୍ରଚେଷ୍ଟାରେ ମାତ୍ର ୪ ବର୍ଷ ୧୦ ମାସ ବୟସରେ ଏହି କୃତିତ୍ୱ ହାସଲ କରି ଥିବାରୁ ସ୍ୱୟଂ ଶିବ ଅଞ୍ଚଳର ବେଶ ପ୍ରଶଂସାର ପାତ୍ର ହୋଇଛନ୍ତିି, ଭବିଷ୍ୟତରେ ସେ ଜଣେ ଦକ୍ଷ ସେନା ଅଧିକାରୀ ହେବାକୁ ଆଶା ରଖିଛନ୍ତି ।ସ୍ୱୟଂ ଶିବ ଯୋଶୀ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶଶୀ ସେନ ଯୋଶୀଙ୍କ ନାତି ଅଟନ୍ତି ।ତାଙ୍କ ମାର୍ଗ ଦର୍ଶନରେ ସେ ଏହି କୃତିତ୍ୱ ଲାଭ କରିଛନ୍ତି ।ସ୍ୱୟଂ ଶିବ ଯୋଶୀଙ୍କୁ ସ୍ଥାନୀୟ ସରପଞ୍ଚ ତାରା ଶଙ୍କର ରାୟଗୁରୁ ,ଇଂଲିଶ ମେଡିୟମ ସ୍କୁଲର ଅଧକ୍ଷା ହସ୍ତୀନି ନ।ଏକ ଏବଂ ବିଭିନ୍ନ ଅନୁଷ୍ଠାନରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଡା. ଦେବୀ ପ୍ରସାଦ ମିଶ୍ର ଙ୍କ କବିତା ଗୋଟିଏ ସନେଟ : ଆମ ପ୍ରିୟ ଓଡ଼ିଆ ଭାଷା ପାଇଁ

Sunil Chandra Nayak

ଚନ୍ଦାହାଣ୍ଡି ବ୍ଲକ ଗୋଁଡ ସମାଜର ନୂଆଖାଇ ଭେଟଘାଟ

Sunil Chandra Nayak

ଉମାକାନ୍ତ ଦାସ ଙ୍କ ଭଜନ

Sunil Chandra Nayak

Leave a Comment

error: Content is protected !!