ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୋଳାମୁଣ୍ଡା ଜଳ ଯୋଗାଣ ମୋଟର ରେ ଲାଗିଥିବା କେବୁଲ ଚୋରି 

ଗୋଳାମୁଣ୍ଡା 10/6 କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଳକ ଅଂଚଳରେ କିଛି ଦିନ ହେଲା ଚୋରି ବଢ଼ିବାରେ ଲାଗିଛିଏମିତିକି ସିନ୍ଧି,ଡକାୟତି,ଚୋରି, ସହ ଅସାମାଜିକ କାମ ଏହି ବ୍ଳକ ରେ ନୀତିଦିନିଆ ଘଟଣା ପାଲଟି ଗଲାଣି ଗୋଳାମୁଣ୍ଡା ବ୍ଳକ ର ଖାଲିଆକାନି ରାସ୍ତା ଉପରେ ବେଆଇନ ଭାବରେ ଚାଲିଥିବା ଢ଼ାବା ମାନଙ୍କ ରେ ବେଧଡ଼କ ଭାବରେ ଖୁଲା ଖୋଲି ପୋଲିସ କୁ ଚାଲେଞ୍ଚ କଲାଭଳି ମଦ ବିକ୍ରି କରୁଥିବା ସମୟରେ ଏଠାକୁ ବାହାର ଜିଲ୍ଳା ର ଚୋର ମାନେ ଆସି ବିଭିନ୍ନ ଘଟଣା ଘଟାଉଛନ୍ତି ଗତ କିଛିଦିନ ତଳେ ଲଗାତାର ଗୋଳାମୁଣ୍ଡା ଥାନ। ଅଞ୍ଚଲ ରେ ଚୋରି ବଢି ଚାଲିଥିଲେ ସୁଦ୍ଧା ପୋଲିସ ଚୋର ମାନକୁ ଧରିପାରୁନଥିବାରୁ ଲୋକେ ପୋଲିସ ଉପରେ ଭରସା କରି ପାରିନଥିବାରୁ ଥାନାରେ ଅଭିଯୋଗ ମଧ୍ୟ କରୁ ନାହାଁନ୍ତି ଅନ୍ୟ ପକ୍ଷରେ ଏହିଢ଼ାବା ଗୁଡାକ ରେ ବେଆଇନ ମଦ ବିକ୍ରି ସହ ଦିନ ରାତି ଖୋଲା ରହିଥିବାରୁ ଚୋର ମାନଙ୍କ ପାଇଁ ଏହା ଚରା ଭୂଇଁ ପାଳଟିଛି।ଗତ ରାତିରେ ମାନଝରି ନଦୀରେ ଜଳ ଯୋଗାଣ ପାଇଁ ପମ୍ପ ରେ ଲାଗି ଥିବା ବିଦ୍ୟୁତ ତାର କାଟି ଚୋର ମାନେ ଚୋରି କରି ନେଇଛନ୍ତି ଯାହାଦ୍ୱାରା କରେଣ୍ଟ ଯୋଗାଣ ବନ୍ଦ ଯୋଗୁ ଗୋଳାମୁଣ୍ଡା ଜନସାଧାରଣ ହଇରାଣ ହେଉଥିବା ସମୟରେ ଗୋଳାମୁଣ୍ଡା ସରପଞ୍ଚ ହଜାର ହାଜର ଟଙ୍କା ଖର୍ଚ୍ଚ କରି ତାରକିଣି ଆଜି ବିଦ୍ୟୁତ ସଂଯୋଗ କରିଥିବା ଜଣା ପଡ଼ିଛି ଏଣୁ ପୋଲିସ ଏଥି ପ୍ରତି ବିଶେଷ ଧ୍ୟାନଦେବା ସହ ପେଟ୍ରୋଲିଙ୍ଗ ବ୍ୟବସ୍ଥା କଡାକଡି କରିବାକୁ ସେ ଦାବି କରିଛନ୍ତି ।

ଦାମୋଦର ଦାସ ଙ୍କ ରିପୋର୍ଟ।

Related posts

ଚନ୍ଦ୍ରକଳା ଦେବୀ ଙ୍କ କବିତା “ଉତ୍କଳୀୟ ପରମ୍ପରାରେ ଲକ୍ଷ୍ମୀ ପୂଜନ”

Sunil Chandra Nayak

ଆରଆଇଟିରେ ବିଶ୍ବ ଏଡ୍ସ ଦିବସ ପାଳିତ

Sunil Chandra Nayak

ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ପାଇଁ ପ୍ରସ୍ତୁତି

Sunil Chandra Nayak

Leave a Comment

error: Content is protected !!