ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଉରକେଲା – କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଜୟନ୍ତୀ ଆସନ୍ତା ୧୨ରେ

ରାଉରକେଲା/ ସହରର ପୁରାତନ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଆଦର୍ଶ ପାଠାଗାର ଓ ଭଞ୍ଜ ସାଂସ୍କୃତିକ ନ୍ୟାସ ର ମିଳିତ ଆନୁକୂଲ୍ୟରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଜୟନ୍ତୀ ଆସନ୍ତା ୧୨ ତାରିଖ ରବିବାର ଦିନ ସାଢେ ୧୦ଟା ବେଳେ ଭଞ୍ଜଭବନ ସ୍ଥିତ ଭଞ୍ଜ ପ୍ରେକ୍ଷାଳଯରେ ପାଳନ କରାଯିବ ବୋଲି ସ୍ଥିର କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ଏନଆଇଟି ର ପ୍ରାକ୍ତନ ନିର୍ଦ୍ଦେଶକ ପ୍ରଫେସର ଡଃ ରଂଜିତ କୁମାର ସାହୁ ମୁଖ୍ୟ ଅତିଥି ଓ ବିଶିଷ୍ଟ ଭଞ୍ଜ ସାହିତ୍ୟ ପ୍ରବକ୍ତା ଓ ଗବେଷକ ଡଃ କୃଷ୍ଣକେଶବ ଷଡଙ୍ଗୀ ମୁଖ୍ୟବକ୍ତା ରୂପେ ଯୋଗଦେବେ ବୋଲି ସ୍ବୀକୃତି ପ୍ରଦାନ କରିଛନ୍ତି। ଉକ୍ତ ଉତ୍ସବରେ ଭଞ୍ଜ କଳା କେନ୍ଦ୍ରର ଗୁରୁ ବୀଣାପାଣି ରଥ ଓ ସାଥୀ କଳାକାରଙ୍କ ଦ୍ଵାରା ଭଞ୍ଜ ସଂଗୀତ ପରିବେଷଣ କରାଯିବ। ଏଣୁ ଏହି କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟାରେ ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ଯ ମଣ୍ଡିତ କରିବା ପାଇଁ ପାଠାଗାରର ସଭାପତି ଇଂ ଅଭୟ କୁମାର ଦାସ ଓ ସାଧାରଣ ସଂପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ ଅନୁରୋଧ କରିଛନ୍ତି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ଇସ୍ପାତ ସହରରେ ୩ ଦିନିଆ ଆନ୍ତ ଓଡିଶା କ୍ୟାରୋମ ପ୍ରତିଯୋଗିତା ଉଦଯାପିତ

Sunil Chandra Nayak

ଦୁଲକିବନ୍ଦ କନ୍ୟା ଆଶ୍ରମ ରେ ଝାଡା ବାନ୍ତି 

Sunil Chandra Nayak

ବିଦ୍ୟୁତବିଲ ପୈଠ ନ ହେବାରୁ ଚାରବାହାଲ ଗାଁ ରେ ଜଳ ଯୋଗାଣ ଠପ

Sunil Chandra Nayak

Leave a Comment

error: Content is protected !!