ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନାଗଝରୀ ଗ୍ରାମରେ ସରପଞ୍ଚଙ୍କ ଜନ ଶୁଣାଣୀ କାର୍ଯ୍ୟକ୍ରମ

ମ, ରାମପୁର,୦୩/୬(ମସୀହା):କଳାହାଣ୍ଡି ଜିଲ୍ଲା ମ, ରାମପୁର ବ୍ଲକ୍ ଉର୍ଲା ଦାନୀ ଗ୍ରାମ ପଂଚାୟତ ଅନ୍ତର୍ଗତ ୭ନମ୍ବର ୱାର୍ଡ ନାଗଝରୀ ଗ୍ରାମ ଠାରେ ସ୍ଥାନୀୟ ସରପଞ୍ଚ ସୁପ୍ରିୟା ମାଝୀ ଙ୍କ ଦ୍ୱାରା ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ଆଦିବାସୀ ନେତା ଧନସିଂ ମାଝୀ, ସେବ।ଜଗତ କର୍ମୀ ଯୁଗୀ ରାମ ମାଝୀ, ହରଲଙ୍ଗା ଗାଁ ସାଥୀ ତ୍ରିଲୋକ୍ୟ ଧଂଗଡା ମାଝୀ ତଥା ବିଭିନ୍ନ ୱାର୍ଡ ର ୱାର୍ଡ ମେମ୍ବର ମାନେ ଯୋଗ ଦାନ କରିଥିଲେ l ନାଗଝରୀ ୱାର୍ଡ ମେମ୍ବର ସମସ୍ତ ଙ୍କୁ ସ୍ୱାଗତ କରିଥିବା ବେଳେ ଖଲିଆମୁଣ୍ଡା ଗାଁ ସାଥୀ ଜୋସେଫ ମାଝୀ କାର୍ଯ୍ୟକ୍ରମ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଅବଗତ କରିଥିଲେ l ଗାଁ ର ସମସ୍ତ ପ୍ରକାର ସମସ୍ୟା ଓ ଉନ୍ନତି ମୂଳକ କାର୍ଯ୍ୟ ଉପରେ ସରପଞ୍ଚ ଓ ଗ୍ରାମବାସୀଙ୍କ ମଧ୍ୟ୍ୟ ରେ ଆଲୋଚନା ହୋଇଥିଲା l ନାଗଝରୀ ଗାଁ ର ଗାଁ ସାଥୀ ଦିଲ୍ଲୀପ ଲାଲ ପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଦେଇ ଥିଲେ l

ମ. ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ l

Related posts

ବ୍ରଜନାଥ ବଡ଼ଜେନା ସାହିତ୍ୟ ପରିଷଦ ର ଅଷ୍ଟବିଂଶ ଆଭାସି କବିତା ଆସର ଅନୁଷ୍ଠିତ

Sunil Chandra Nayak

ଇଡକୋ ପରିଚାଳନା ନିର୍ଦ୍ଦେଶକଙ୍କ ରାଉରକେଲା ଗସ୍ତ

Sunil Chandra Nayak

ନିଖିଳ ଉତ୍କଳ ସି .ଟି ପ୍ରାଥମିକ ଶିକ୍ଷକ ଫେଡେରେସନର ସାଙ୍ଗଠନିକ ନିର୍ବାଚନରେ ପ୍ରଦୀପ କୁମାର ସାହୁ ହେଲେ ସଭାପତି

Sunil Chandra Nayak

Leave a Comment

error: Content is protected !!