ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୁରୀ ପରିକ୍ରମା ପ୍ରକଳ୍ପ ଉପରେ ରହିତାଦେଶ ଲାଗୁ କରିବାକୁ ଯେଉଁ ଆବେଦନ ହୋଇଥିଲା ତାହାକୁ ରଦ୍ଦ କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ

ପୁରୀ ସାଂସଦ ପିନାକୀ ଟ୍ୱିଟ କରି କହିଲେ କହିଲେ, ସୁପ୍ରିମକୋର୍ଟଙ୍କ ମୁହଁରେ ଶ୍ରୀ ଜଗନ୍ନାଥଙ୍କ ଭାଷା

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସୁପ୍ରିମକୋର୍ଟରେ ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାକୁ ରଦ୍ଦ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଭକ୍ତଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ମାମଲାକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ । ଆଉ ସୁପ୍ରିମକୋର୍ଟଙ୍କ ଏହି ରାୟ ଆସିବା ପରେ ଟ୍ୱିଟ୍ କରି ପ୍ରତିକ୍ରିୟା ରଖିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର । ଟ୍ୱିଟ୍ କରି ପିନାକୀ କହିଛନ୍ତି, କୋର୍ଟଙ୍କ ମୁହଁରେ ମହାପ୍ରଭୁ ଜଗନ୍ନାଥଙ୍କ ଭାଷା । ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ । ଏଥିପାଇଁ ପରିକ୍ରମା ପ୍ରକଳ୍ପ ଜରିଆରେ ଏକାଧିକ ଉନ୍ନୟନମୂଳକ କାର୍ଯ୍ୟ କରାଯାଉଛି । ସବୁ ରାଜନୈତିକ ଦଳକୁ ସାଙ୍ଗରେ ନେଇ ପୁରୀର ବିକାଶ କରାଯାଉଛି । ପ୍ରକଳ୍ପର ଶିଳାନ୍ୟାସ ପାଇଁ ସବୁ ରାଜନୈତିକ ଦଳର ନେତାଙ୍କୁ ନିମନ୍ତ୍ରଣ କରାଯାଇଥିଲା । ତେଣୁ ପୁରୀର ବିକାଶକୁ ନେଇ ରାଜନୀତି କରାନଯାଉ ।

ଗତକାଲି ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ଶୁଣାଣି ହୋଇ ରାୟ ସଂରକ୍ଷିତ ରହିଥିଲା । ଆଉ ଆଜି ରାୟ ପ୍ରକାଶ ସହ ପରିକ୍ରମା ପ୍ରକଳ୍ପ ଉପରେ ରହିତାଦେଶ ଲାଗୁ କରିବାକୁ ଯେଉଁ ଆବେଦନ ହୋଇଥିଲା ତାହାକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ । ୨ଟି ସ୍ୱତନ୍ତ୍ର ଲିଭ ପିଟିସନକୁ ରଦ୍ଦ କଲେ ସର୍ବୋଚ୍ଚ ନ୍ୟାୟାଳୟ । ଲକ୍ଷ ଲକ୍ଷ ଭକ୍ତଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆବେଦନ ରଦ୍ଦ । ପରିକ୍ରମା ପ୍ରକଳ୍ପରେ ବେଆଇନ ଖନନ ଚାଲିଥିବା ନେଇ ଅଭିଯୋଗ ହୋଇଥିଲା । ଗତକାଲି ସବୁପକ୍ଷଙ୍କ ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଥିଲେ କୋର୍ଟ । ଓଡ଼ିଶା ସରକାରଙ୍କ ପ୍ରକଳ୍ପ ନିର୍ମାଣ ବିରୋଧରେ ଏସଏଲପି କରିଥିଲେ ୨ ଜଣ ବ୍ୟକ୍ତି । ରହିତାଦେଶ ନ ଲଗାଇବାକୁ ପୂର୍ବରୁ କ୍ୟାଭିଏଟ୍ କରିଥିଲେ ରାଜ୍ୟ ସରକାର ।

ଭକ୍ତଙ୍କ ସୁବିଧା ପାଇଁ ଶୌଚାଳୟ, ପ୍ରତୀକ୍ଷା କେନ୍ଦ୍ର କାମ ଯୁକ୍ତି ଦର୍ଶାଇଥିଲେ । ଅନ୍ୟାନ୍ୟ ନିର୍ମାଣ କାମ ନେଇ ଯୁକ୍ତି ଦର୍ଶାଇଥିଲେ ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ପକ୍ଷରୁ ଯୁକ୍ତି ରଖିଥିଲେ ଏଜି ଅଶୋକ ପରିଜା । ରାଜ୍ୟ ସରକାରଙ୍କ ଯୁକ୍ତିରେ ସନ୍ତୁଷ୍ଟ ସୁପ୍ରିମକୋର୍ଟ । କୋର୍ଟ କହିଲେ, ଉନ୍ନୟନମୂଳକ କାମକୁ ଉଦ୍ଦେଶ୍ୟମୂଳକ ଭାବେ ରୋକାଯାଉଛି । ନିଜସ୍ୱ ପ୍ରଚାର ପାଇଁ କୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି । ଏହାସହ କୋର୍ଟଙ୍କ ସମୟ ନଷ୍ଟ କରିଥିବାରୁ ଲକ୍ଷେ ଟଙ୍କା ଲେଖାଏଁ ଜରିମାନା ଦେବାକୁ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ସମ୍ବାଦ ସାହିତ୍ୟ ଘର ରାଉରକେଲା ତରଫରୁ ଶ୍ରଦ୍ଧା ଠାରେ ରଜ ମହୋତ୍ସବ ପାଳନ

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ଅନ୍ଵେଷଣ

Sunil Chandra Nayak

ଝାଡା ବାନ୍ତି ରେ ଶିଶୁ ମୃତ     

Sunil Chandra Nayak

Leave a Comment

error: Content is protected !!