ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଉରକେଲା କଲେଜ ‘ଗଭର୍ଣ୍ଣିଙ୍ଗ ବଡ଼ି’ର ପ୍ରଥମ ବୈଠକ ଅନୁଷ୍ଠିତ

ରାଉରକେଲା/ ସେକ୍ଟର ୪ସ୍ଥିତ ରାଉରକେଲାର ସର୍ବ ପୁରାତନ କଲେଜ, ‘ରାଉରକେଲା କଲେଜ-ରାଉରକେଲା’ ଏବଂ ‘ରାଉରକେଲା ଉଚ୍ଚ ମାଧ୍ଯମିକ ବିଦ୍ଯାଳୟ-ରାଉରକେଲା’ର ୩୬୦ ଡିଗ୍ରୀ ବିକାଶ ନିମିତ୍ତ ବିଗତ ବର୍ଷ ନଭେମ୍ବର ମାସରେ ଏକ ପ୍ରବନ୍ଧକ ମଣ୍ଡଳ (ଗଭର୍ଣ୍ଣିଙ୍ଗ ବଡ଼ି)କୁ ରାଜ୍ଯ ସରକାର ସ୍ବୀକୃତି ପ୍ରଦାନ କରିଥିଲେ, ଯାହାର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ଯକ୍ଷା ପ୍ରଫେସର ସୁଜାତା ପ୍ରଧାନଙ୍କ ଦ୍ବାରା ଆହୂତ ଏହି ବୈଠକରେ ପ୍ରବନ୍ଧକ ମଣ୍ଡଳର ସଭାପତି ସୁନାମଧନ୍ଯ ଶିକ୍ଷାବିତ୍, ନୀଳଶୈଳ ମହାବିଦ୍ଯାଳୟର ପ୍ରାକ୍ତନ ଅଧ୍ଯକ୍ଷ ଡଃ ପ୍ରଦୀପ କୁମାର ନନ୍ଦ ସମେତ ମଣ୍ଡଳ ସଦସ୍ଯା ପ୍ରାଧ୍ଯାପିକା ତପସ୍ବିନୀ ମିଶ୍ର, ପ୍ରାଧ୍ଯାପିକା ଡଃ ଅଞ୍ଜନା ମୈତ୍ର ସିହ୍ନା ଉପସ୍ଥିତ ଥିଲେ। ପ୍ରବନ୍ଧକ ମଣ୍ଡଳର ଏହି ବୈଠକରେ କଲେଜର ଭୂୟୋବିକାଶ ଓ ଉନ୍ନୟନମୂଳକ କାର୍ଯ୍ଯ ସମ୍ବନ୍ଧରେ ବିଶଦ ଚର୍ଚା-ଆଲୋଚନା ହୋଇଥିଲା। ସଭାପତି ଡଃ ନନ୍ଦ, NAAC( ନାକ୍) ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା, ଲାଇବ୍ରେରୀ ଅଟୋମେସନ, କଲେଜ ବଗିଚାର ସୌନ୍ଦର୍ଯ୍ଯୀକରଣ ଇତ୍ଯାଦି ଉପରେ ଗୁରୁତ୍ବାରୋପ କରିଥିଲେ। ଏତଦ୍ ବ୍ଯତୀତ କଲେଜର ଅଧ୍ଯକ୍ଷା ଶ୍ରୀମତୀ ପ୍ରଧାନ କଲେଜର ୩ୟ ଶ୍ରେଣୀ, ୪ର୍ଥ ଶ୍ରେଣୀ କର୍ମଚାରୀମାନଙ୍କ ଅଭାବରେ କଲେଜ କାର୍ଯ୍ଯରେ ଉପୁଜୁଥିବା ବାଧା, ଲ୍ଯାଣ୍ଡ, ବିଲଡିଙ୍ଗ ତଥା ଫି ଷ୍ଟ୍ରକଚର ଉପରେ ବିଶେଷ ଦୃଷ୍ଟି ଆକର୍ଷଣ କରାଇଥିଲେ। ବୈଠକକୁ ସାଫଲ୍ଯମଣ୍ଡିତ କରାଇବା ପାଇଁ କଲେଜର ସମସ୍ତ ଅଧ୍ଯାପକ-ଅଧ୍ଯାପିକା, କର୍ମଚାରୀ ବୃନ୍ଦ ଅକୁଣ୍ଠ ସହଯୋଗ ପ୍ରଦାନ କରିଥିଲେ। ବୈଠକରେ ଉପସ୍ଥିତ ସମସ୍ତ ବରେଣ୍ଯ ସଦସ୍ଯ-ସଦସ୍ଯାଙ୍କର ପରିଚୟ ଅଧ୍ଯକ୍ଷା ଶ୍ରୀମତୀ ପ୍ରଧାନ କରିବା ସହ କୃତଜ୍ଞତା ଜ୍ଞାପନ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ସାହିତ୍ୟ ଜୀବନ ଆଲୋଚନା ଚକ୍ର ଓ କବିତା ଆସର ଅନୁଷ୍ଠିତ

Sunil Chandra Nayak

ଜଳରୁଦ୍ର ପାଣି ପଞ୍ଚାୟତର କର୍ମ କର୍ତ୍ତା ଚୟନ

Sunil Chandra Nayak

ଟ୍ରକ୍ ଚାପା ରେ  ଦାଦନ ଶ୍ରମିକଙ୍କ ମୃତ୍ୟୁ , ଗାଁ କୁ ଫେରିଲା ଶବ , କରାଗଲା ଅନ୍ତିମ ସଂସ୍କାର

Sunil Chandra Nayak

Leave a Comment

error: Content is protected !!