ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଢେଙ୍କାନାଳ ସଚେତନ ନାଗରିକ ଫୋରମ୍ ତରଫରୁ ଜିଲ୍ଲାପାଳ ଙ୍କୁ ପାଞ୍ଚ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ

ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସମସ୍ୟା ଓ ସ୍ଥିତି କୁ ସୁଧାରିବା କୁ ଦୃଷ୍ଟି ରେ ରଖି ଆଜି ସକାଳ ଆଠ ଟା ସମୟ ରେ ସଚେତନ ନାଗରିକ ଫୋରମ୍ ତରଫରୁ ଜିଲ୍ଲାପାଳ ଙ୍କୁ ପାଞ୍ଚ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଉକ୍ତ କାର୍ଯକ୍ରମ ରେ ସହର ର ବଣିକ ସଙ୍ଘ, ଓକିଲ ସଂଘ, ବିଭିନ୍ନ ସଙ୍ଗଠନ, ବୁଦ୍ଧିଜୀବୀ ମାନେ ସାମିଲ୍ ହୋଇ ଜିଲ୍ଲାପାଳ ସରୋଜ କୁମାର ସେଠୀ ମହୋଦୟ ଙ୍କୁ ଭେଟି ଥିଲେ । ରାଜ୍ୟ ତଥା ଦେଶରେ ଢେଙ୍କାନାଳ ଟୁରିଜିମ୍ କୁ ମଜଭୁତ କରିବା ସହିତ ପର୍ଯ୍ୟଟନ ସ୍ଥଳୀ କପିଳାସ ରେ ରୋପ୍ ୱେ ବ୍ୟବସ୍ଥା କରିବା, ସିଟି ହସ୍ପିଟାଲ୍ ପ୍ରତିଷ୍ଠା କରିବା, ମହାନଦୀ ରୁ ଜଳ ପ୍ରକଳ୍ପ ମାଧ୍ୟମ ରେ ଜଳ ଯୋଗାଣ କାର୍ଯକ୍ରମ ବ୍ୟବସ୍ଥା କରାଇବା ଆଦି ବିଭିନ୍ନ ସମସ୍ୟା ଏହି ଦାବୀ ପତ୍ର ରେ ଉଲ୍ଲେଖ ରହିଛି।

ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଏସବୁ କାର୍ଯ୍ୟକାରି କରିବାକୁ ଘୋଷଣା କରି ଥିଲେ ତାହା କେବଳ ପ୍ରତିଶ୍ରୁତି ରେ ରହିଯାଉଛି ବୋଲି ଫୋରମ୍ ର ସଭାପତି ସୁରେନ୍ଦ୍ର କୁମାର ସେନାପତି କ୍ଷୋଭ ପ୍ରକାଶ କରିଛନ୍ତି । ଏସବୁ କୁ ଧ୍ୟାନ ଦିଆ ନ ଗଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ବୁଦ୍ଧିଜୀବୀ ମାନେ ମତ ବ୍ୟକ୍ତ କରିଛନ୍ତି ।

ଢେଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ଓଡ଼ିଆ ଚଳଚ୍ଚିତ୍ର “ଶମ୍ଭୁ” ର ଶୁଭ ମହୁରତ

Sunil Chandra Nayak

ଜହ୍ନ ରାତି

Sunil Chandra Nayak

ବୋରିଗାଁରେ ଶ୍ମଶାନକୁ ନେଇ ବିବାଦ , ନୂତନ ସ୍ଥାନ ଚିହ୍ନଟ ପରେ ଦିଆଗଲା କବର

Sunil Chandra Nayak

Leave a Comment

error: Content is protected !!