ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡ଼ିଶାର କଳା ଓ କ୍ରୀଡା ଶିକ୍ଷକ ସଂଘ ଢେଙ୍କାନାଳ ଶାଖା ତରଫରୁ ଜିଲ୍ଲା ସ୍ତରୀୟ ବୈଠକ

ଢେଙ୍କାନାଳ (ମ ନି ସ)23/10 କଳା ଓ କ୍ରୀଡ଼ା ତରଫରୁ ମମତା ମଣ୍ଡପ ଠାରେ ଗୋଟିଏ ସଭା ଅନୁଷ୍ଠିତ ହୋଇ ଯାଇଅଛି । ଏହି ସଭାରେ ଓଡ଼ିଶାର କଳା ଓ କ୍ରୀଡା ସଂଘର କର୍ମକର୍ମା ଓ ଢେଙ୍କାନାଲ କଳା ଓ କ୍ରୀଡା ସଂଘର ସଦସ୍ୟମାନେ ଯୋଗ ଦେଇଥିଲେ । ଏହି ସଭାରେ ହରିହର ବେହେରା ସଭାପତି , ବକ୍ସି କଗଳକୁ ଭୋଇ , ଉପ ସଭାପତି, ବିଶ୍ୱରଞ୍ଜନ ସ୍ବାଇଁ , ସଂପାଦକ , ଅନିମେସ୍ ମହାପାତ୍ର ସହ ସମ୍ପାଦକ , ଭାସ୍କର ଚନ୍ଦ୍ର ବାରିକ କୋଷାଧ୍ୟକ୍ଷ , ସୁକାନ୍ତ କୁମାର ଦାସ ଆବାହକ , ମାନସ କୁମାର ମହାନ୍ତି , କାର୍ଯ୍ୟକାରୀ ସଭାପତି ସମେତ ୪୧ଜଣ କର୍ମୀ ଯୋଗଦେଇଥିଲେ । ଉକ୍ତ ସଭାରେ କଳା ଓ କ୍ରୀଡାର ଭବିଷ୍ୟତ ବିଷୟରେ ସବିଶେଷ ଆଲୋଚନା ହୋଇଥିଲା । ଏହି ସଭାର ମହତ ଉଦ୍ଦେଶ୍ୟ ଥିଲା Part Time ଉଚ୍ଛେଦ କରି ସ୍ଥାୟୀ ନିଯୁକ୍ତି କେମିତି ପାଇବା । ସେମାନଙ୍କ କହିବା ଅନୁଯାୟୀ ଆମ ଓଡିଶାରେ ୨୦୧୩ ମସିହାରୁ ଆଜି ପର୍ଯ୍ୟନ୍ତ ୯ ବର୍ଷ ଅତିକ୍ରାନ୍ତ କରି ସାରିଲାଣି ଅଥଚ ବର୍ତ୍ତମାନ ପର୍ଯ୍ୟନ୍ତ ସେମାନେ ସ୍ଥାୟୀ ନିଯୁକ୍ତି ପାଇପାରି ନାହାନ୍ତି। ଓଡିଶା ସରକାର କଳା ଓ କ୍ରୀଡାକୁ ମାନ୍ୟତା ଦେଇଥିଲେ ମଧ୍ୟ ଆମ କଳା ଓ କ୍ରୀଡା ଶିକ୍ଷକମାନଙ୍କୁ ଆଜି ପର୍ଯ୍ୟନ୍ତ ଶିକ୍ଷକ ମାନ୍ୟତା ଦେଇ ନାହାନ୍ତି ,ବୋଲି କ୍ଷୋଭ ପ୍ରକାଶ କରିଛନ୍ତି l 

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ସହିତ ଢେଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ

Related posts

ଗୀତାଞ୍ଜଳି ପୃଷ୍ଟି ଙ୍କ କବିତା ମାଟିର ବାସ୍ନା

Sunil Chandra Nayak

ଭାବନୀ ପାଟଣା ବ୍ଲକ ଅଧିନସ୍ଥ ରିଷିଗାଁ ଉଚ୍ଚ ବିଦ୍ୟାଳୟରେ “ବେଟି ବଚାଓ ବେଟି ପଢ଼ାଓ” କାର୍ଯ୍ୟକ୍ରମ 

masiha

ବିଜୟ ଲକ୍ଷ୍ମୀ ପାଣିଗ୍ରାହୀ ଙ୍କ କବିତା ତୁମ ପାଇଁ

Sunil Chandra Nayak

Leave a Comment

error: Content is protected !!