ଢେଙ୍କାନାଳ (ମ ନି ସ)23/10 କଳା ଓ କ୍ରୀଡ଼ା ତରଫରୁ ମମତା ମଣ୍ଡପ ଠାରେ ଗୋଟିଏ ସଭା ଅନୁଷ୍ଠିତ ହୋଇ ଯାଇଅଛି । ଏହି ସଭାରେ ଓଡ଼ିଶାର କଳା ଓ କ୍ରୀଡା ସଂଘର କର୍ମକର୍ମା ଓ ଢେଙ୍କାନାଲ କଳା ଓ କ୍ରୀଡା ସଂଘର ସଦସ୍ୟମାନେ ଯୋଗ ଦେଇଥିଲେ । ଏହି ସଭାରେ ହରିହର ବେହେରା ସଭାପତି , ବକ୍ସି କଗଳକୁ ଭୋଇ , ଉପ ସଭାପତି, ବିଶ୍ୱରଞ୍ଜନ ସ୍ବାଇଁ , ସଂପାଦକ , ଅନିମେସ୍ ମହାପାତ୍ର ସହ ସମ୍ପାଦକ , ଭାସ୍କର ଚନ୍ଦ୍ର ବାରିକ କୋଷାଧ୍ୟକ୍ଷ , ସୁକାନ୍ତ କୁମାର ଦାସ ଆବାହକ , ମାନସ କୁମାର ମହାନ୍ତି , କାର୍ଯ୍ୟକାରୀ ସଭାପତି ସମେତ ୪୧ଜଣ କର୍ମୀ ଯୋଗଦେଇଥିଲେ । ଉକ୍ତ ସଭାରେ କଳା ଓ କ୍ରୀଡାର ଭବିଷ୍ୟତ ବିଷୟରେ ସବିଶେଷ ଆଲୋଚନା ହୋଇଥିଲା । ଏହି ସଭାର ମହତ ଉଦ୍ଦେଶ୍ୟ ଥିଲା Part Time ଉଚ୍ଛେଦ କରି ସ୍ଥାୟୀ ନିଯୁକ୍ତି କେମିତି ପାଇବା । ସେମାନଙ୍କ କହିବା ଅନୁଯାୟୀ ଆମ ଓଡିଶାରେ ୨୦୧୩ ମସିହାରୁ ଆଜି ପର୍ଯ୍ୟନ୍ତ ୯ ବର୍ଷ ଅତିକ୍ରାନ୍ତ କରି ସାରିଲାଣି ଅଥଚ ବର୍ତ୍ତମାନ ପର୍ଯ୍ୟନ୍ତ ସେମାନେ ସ୍ଥାୟୀ ନିଯୁକ୍ତି ପାଇପାରି ନାହାନ୍ତି। ଓଡିଶା ସରକାର କଳା ଓ କ୍ରୀଡାକୁ ମାନ୍ୟତା ଦେଇଥିଲେ ମଧ୍ୟ ଆମ କଳା ଓ କ୍ରୀଡା ଶିକ୍ଷକମାନଙ୍କୁ ଆଜି ପର୍ଯ୍ୟନ୍ତ ଶିକ୍ଷକ ମାନ୍ୟତା ଦେଇ ନାହାନ୍ତି ,ବୋଲି କ୍ଷୋଭ ପ୍ରକାଶ କରିଛନ୍ତି l
କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ସହିତ ଢେଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ