ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚନ୍ଦାହାଣ୍ଡି ବ୍ଲକ ଉପାଧ୍ୟକ୍ଷ ଙ୍କ ଗିରଫ ଦାବି କଲା ବିଜେପି 

ଚନ୍ଦାହାଣ୍ଡି (ମନିସ ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଉପାଧ୍ୟକ୍ଷ ବାସୁଦେବ ଗୌଡ଼ ଙ୍କ ନାମରେ ଚନ୍ଦାହାଣ୍ଡି ପ୍ରଥମ ଶ୍ରେଣୀ ବିଚାରପତି ଙ୍କ ଅଦାଲତ ରୁ ଜାମିନ ବିହୀନ ପରଓ୍ବାନା (ଏନବିଡ୍ଳୁ ) ଜାରୀ ହୋଇଥିବାବେଳେ ଆଜି ତାଙ୍କ ଗିରଫ ଦାବି ରେ ଚନ୍ଦାହାଣ୍ଡି ବ୍ଲକ୍ ବିଜେପି ତରଫ ରୁ ଚନ୍ଦାହାଣ୍ଡି ଥାନା ରେ ଦାବି ପତ୍ର ପ୍ରଦାନ କରାଯାଇଛି । ତାଙ୍କ ନାମରେ ଜିଆର କେସ୍ ନମ୍ବର ୫୨୨/୧୭ ପ୍ରକାରେ ଆଇପିସିର ଧାରା ୪୨୦ ଏବଂ ୪ ଓ ୫ ମନି ସରକୁଲେଟିଙ୍ଗ ଆକ୍ଟ ରେ ଏକ ମାମଲା ୨୦୧୭ ମସିହାରେ ରୁଜୁ ହୋଇ ସେ ଜେଲ୍ ହାଜତକୁ ଯାଇଥିଲେ । ଉକ୍ତ ମାମଲା ଚନ୍ଦାହାଣ୍ଡି ପ୍ରଥମ ଶ୍ରେଣୀ ବିଚାରପତି ଙ୍କ ଅଦାଲତରେ ବିଚାରାଧୀନ ରହିଥିବା ବେଳେ ସେ ନିୟମିତ କୋର୍ଟ ରେ ହାଜର ନହେବାରୁ ମାନ୍ୟବର ଅଦାଲତ ତାଙ୍କ ବିରୁଦ୍ଧରେ ଏନବିଡ୍ଳୁ ଜାରୀ କରିଥିଲେ। ତେବେ ପୁଲିସ ତାଙ୍କୁ ଗିରଫ କରିନଥିବା ଜଣାପଡିଛି । ପ୍ରକାଶ ଥାଉକି ବାସୁଦେବ ଗୌଡ଼ ଗତ ପଞ୍ଚାୟତ ନିର୍ବାଚନ ରେ ମୋହରା ଗ୍ରାମ ପଞ୍ଚାୟତ ରୁ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇ ଚନ୍ଦାହାଣ୍ଡି ବ୍ଲକ ଉପାଧ୍ୟକ୍ଷ ଭାବେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିଲେ । ଯଦି ଦାଗି ଉପାଧ୍ୟକ୍ଷ ଙ୍କୁ ତୁରନ୍ତ ଗିରଫ କରା ନ ଯାଏ ତେବେ ଚନ୍ଦାହାଣ୍ଡି ପୋଲିସ ଥାନା ଘେରାଉ କରାଯିବ ବୋଲି ବିଜେପି ତରଫ ରୁ ପ୍ରକାଶ କରିଛନ୍ତି। ଆଜିର ଏହି ଦାବି ପତ୍ର ପ୍ରଦାନ ସମୟରେ ପୂର୍ବତନ ଜିଲ୍ଲା ବିଜେପି ସଭାପତି ଗୋବିନ୍ଦ କୁମାର ଜୈନ୍,ବରିଷ୍ଠ ନେତା ଦିଲିପ୍ ଦାସ,ଶ୍ୟାମ ସୁନ୍ଦର ମାଝୀ, ଡମ୍ବରୁ ମାଝୀ,ପୌରସ ମାଝୀ, ଭୋଦେଵ ବାଘ, ଯାଦବ ବଗର୍ତ୍ତି, ଗଗନେଶ୍ବର ମାଝୀ, ପ୍ରମୁଖ ଉପସ୍ଥିତ ରହିଥିଲେ ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ରାଜା ଅନୁପ ସିଂହ ମେମୋରିଆଲ ଫୁଟବଲ ଟୁର୍ଣାମେଣ୍ଟ ଉଦଘାଟିତ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ରଜ ମଉଜ

Sunil Chandra Nayak

ଭବାନୀପାଟଣା ସଦର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଜଣେ ମହିଳା ଆକାଉଣ୍ଟଟେଣ୍ଟ ଙ୍କ କଳାକାରନାମା

Sunil Chandra Nayak

Leave a Comment

error: Content is protected !!