ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭାରତର ଅଗ୍ରଣୀ ଓଡିଆ ମନୋରଂଜନ ଚ୍ୟାନେଲ – ଜୀ ସାର୍ଥକ ତାର ସମ୍ପୂର୍ଣ୍ଣ ନୂଆ ବ୍ରାଣ୍ଡ ପରିଚୟ ଉପସ୍ଥାପନ କରୁଛି

ଭୁବନେଶ୍ୱର,୧୪ ଜୁନ ୨୦୨୨ : ଜୀ ସାର୍ଥକ, ସବୁଠୁ ଅଗ୍ରଣୀ ଓ ସବୁଠୁ ଜନପ୍ରିୟ ଓଡିଆ ମନୋରଂଜନ ଚ୍ୟାନେଲ ତାର ଓଡିଆ ଦର୍ଶକମାନଙ୍କ ସହ ଦୀର୍ଘ ଦିନରୁ ସୁସମ୍ପର୍କକୁ ଏକ ମହତ୍ୱପୂର୍ଣ୍ଣ ରୂପ ଦେବା ପାଇଁ ଏବଂ ଓଡିଶାର ନାରୀମାନଙ୍କ ପ୍ରତି ଉଚ୍ଛ୍ୱସିତ ପ୍ରଶସ୍ତି ଜଣାଇବା ପାଇଁ ଗୀତିକବିତା ମାଧ୍ୟମରେ ଆଜି ଏକ ନୂତନ ପ୍ରଚାରିଭାନ ଆରମ୍ଭ କରିଛି । ଓଡିଶାର ସାଂସ୍କୃତିକ ଐତିହ୍ୟରେ ଅନୁପ୍ରାଣୀତ ତଥା ଉତ୍କଳୀୟ ନାରୀର ବୈଶିଷ୍ଟ୍ୟ ଓ ଚମତ୍କାର ଗୁଣାବଳୀ ସହିତ ଅଦମ୍ୟ ମନୋବଳ ପ୍ରତିଫଳିତ ହେଉଥିବା ଚ୍ୟାନେଲର ଜନପ୍ରିୟ ଚରିତ୍ରଗୁଡିକ ଆଧାରରେ ନୂଆ ପ୍ରଚାରିଭାନଟି ପ୍ରସ୍ତୁତ କରାଯାଇଛି । ଏହି କ୍ୟାମ୍ପେନରେ ଗୀତଟି ଗାଇଛନ୍ତି ସୁପ୍ରସିଦ୍ଧ ପ୍ଲେ ବ୍ୟାକ୍ ସିଙ୍ଗର ଆକୃତି କାକର ଏବଂ ସଂଗୀତ ପରିଚାଳନା କରିଛନ୍ତି ଇନ୍ଦ୍ରଜୀତ ଦାସଗୁପ୍ତା । ଏହି ଚ୍ୟାନେଲର ଲକ୍ଷ୍ୟ ହେଉଛି ସମ୍ପୂର୍ଣ୍ଣ ଭିନ୍ନ ଧରଣର ଶୋ’ । ସମ୍ପର୍କ ବନ୍ଧନରେ ବାନ୍ଧି ହେଉଥିବା ସରସ କାହାଣୀ ଏବଂ ସଦ୍ୟ ପରିବର୍ତ୍ତିତ ବ୍ରାଣ୍ଡ ପରିଚୟ, ଯାହାକି ସାମଗ୍ରିକ ଭାବେ ଆଣିଦିଏ ଏକ ବର୍ଦ୍ଧିତ ଦର୍ଶକଙ୍କ ଅନୁଭୂତି – ଏହିସବୁ ମାଧ୍ୟମରେ ଏଇ ଚ୍ୟାନେଲର ଆଭିମୁଖ୍ୟ ହେଉଛି ଦର୍ଶକମାନଙ୍କ ସହିତ ସମ୍ପର୍କକକୁ ଆହୁରି ନିବିଡ କରିବା ।

ବିଗତ କିଛି ବର୍ଷ ମଧ୍ୟରେ ଜୀ ସାର୍ଥକ ତାର ଜନପ୍ରିୟ ଓ ପ୍ରଧାନ ଶୋ’ ଗୁଡିକ ଯେପରି ଝିଲୀ, ବିଜୟିନୀ, ସନାଝିଅ ସାଙ୍ଗକୁ ଦିଦି ନଂ ୧, ସାରେଗାମାପା ଏବଂ ଆହୁରି ଅନେକଗୁଡିଏ ଆଇପି ଫର୍ମାଟକୁ ନେଇ ନିଜର ପ୍ରାଧାନ୍ୟ ଯଥେଷ୍ଟ ବଢ଼ାଇଛି । ଫିକସନ ଓ ନନଫିକସନ ଶୋ’ ଗୁଡିକର ଉତ୍ତମ ମିକ୍ସ ତିଆରି ଓ ସଂଗ୍ରହ, ଯାହା ଦର୍ଶକମାନଙ୍କ ମଧ୍ୟରେ ଅନବରତ ବ୍ୟାପକ ଜନପ୍ରିୟତା ସୃଷ୍ଟି କରି ଆସୁଛି, ସେ କ୍ଷେତ୍ରରେ ପ୍ରଧାନ ଚ୍ୟାନେଲ ହିସାବରେ ଜୀ ସାର୍ଥକ ଦୃଢ଼ ଭାବରେ ଅନୁସରଣ କରିଚାଲିଛି ଏକ ଉପଭୋକ୍ତା କେନ୍ଦ୍ରିକ ଦୃଷ୍ଟିଭଙ୍ଗୀ । ସମ୍ପୂର୍ଣ୍ଣ ନୂଆ କ୍ୟାମ୍ପେନଟିରେ ରହିଛି ଉତ୍କଳୀୟ ନାରୀମାନଙ୍କର ଆବେଗ ଓ ନମନୀୟତା ଯାହା ଚ୍ୟାନେଲର ବିଷୟବସ୍ତୁ ବା କଣ୍ଟେଣ୍ଟ ତତ୍ୱ ମଧ୍ୟରେ ପ୍ରତିଫଳିତ ।

ଜୀ ସାର୍ଥକର ଚିଫ୍ ଚ୍ୟାନେଲ ଅଫିସର ଶ୍ରୀ ପ୍ରତିକ ସିଲ୍ ଚ୍ୟାନେଲର ନୂଆ କ୍ୟାମ୍ପେନ ବିଷୟରେ ଦର୍ଶାଇ କହିଥିଲେ “ ଆମେ ଆଶା କରୁ ଦର୍ଶକଙ୍କ ପ୍ରଥମ ଫିଲୋସଫି ବିଷୟରେ ଅବଗତ ହୋଇ ଆମର ଦର୍ଶକମଣ୍ଡଳୀଙ୍କୁ ଅବ୍ୟାହତ ମନୋରଂଜନ ଦେଇପାରିବୁ । ଝିଲୀ ଓ ଦିଦି ନଂ ୧ ଭଳି ସାମ୍ପ୍ରତିକ ଶୋ’ରୁ ଯେଉଁ ସାଫଲ୍ୟ ମିଳିଛି, ତାହା ଆହୁରି ସୁନ୍ଦର ମନୋରଂଜନ ପ୍ରଦାନ କରିବା ପାଇଁ ଆମର ପ୍ରତିଶ୍ରୁତିକୁ ଅଧିକ ଦୃଢ଼ କରିବାର ବଡ ଭୂମିକା ଦେଇଛି । ଆଗାମୀ ଦିନରେ ଆମ ଦର୍ଶକମଣ୍ଡଳୀଙ୍କ ପାଇଁ ଆମ ପାଖରେ ରହିଛି ବିଶେଷ ଆକର୍ଷକଣୀୟ କଣ୍ଟେଣ୍ଟ ମାନ , ଯାହା ମଧ୍ୟରେ ଅଛି ନୂଆ ସିଜିନର ଖୁବ ଜନପ୍ରିୟ ଶୋ’ ସା ରେ ଗା ମା ପା, ଡ୍ୟାନ୍ସ ଓଡିଶା ଡ୍ୟାନ୍ସ ଏବଂ ଆହୁରି ଅନେକ ନୂଆ କାହାଣୀ । ଆମେ ମଧ୍ୟ ବହୁ ପ୍ରତ୍ୟାଶିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୁରୀ ରଥଯାତ୍ରାର ଧାରା ବିବରଣୀ ସମ୍ପ୍ରସାରଣ କରିବୁ । ଚ୍ୟାନେଲର ମନୋରଂଜନ କ୍ଷେତ୍ରରେ ସାଫଲ୍ୟ ରହିଛି, ସମ୍ପୂର୍ଣ୍ଣ ନୂଆ ବ୍ରାଣ୍ଡ ପରିଚୟ ହେଉଛି ଆଉ ଏକ ଉଚ୍ଚତା, ଯାହା ଆମର ଦର୍ଶକ ଅନୁଭୂତି ବଢ଼ାଇବା ସହିତ ଦର୍ଶକମଣ୍ଡଳୀଙ୍କ ସହ ଆମର ସମ୍ପର୍କକୁ ଆହୁରି ଘନିଷ୍ଠ କରିବ ।

ଭୁବନେଶ୍ୱର ରୁ ଅମୃତ ନନ୍ଦ ଙ୍କ ରିପୋର୍ଟ।

Related posts

ୟୁଥ୍ ଚେଂଜ ମେକର ଆୱାର୍ଡ଼ ପାଇଲେ ଯୁବ ଡ଼ାକ୍ତର ଲୋକନାଥ ସାହୁ

Sunil Chandra Nayak

ଜାତୀୟ କ୍ରୀଡା ଦିବସ ରେ ୫0 ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ପୁରସ୍କୃତ

Sunil Chandra Nayak

ରୋଟାରୀ କ୍ଲବ ଷ୍ଟିଲ ସିଟି ତରଫରୁ ଡଃ ସରିତା ମଲ୍ଲ ସମ୍ବର୍ଦ୍ଧିତ

Leave a Comment

error: Content is protected !!