ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡ଼ିଆଳ ଦୁଇ ନମ୍ବର କଲ୍ୟାଣ ମଣ୍ଡପ ଠାରେ ନୂଆପଡ଼ା ଜିଲ୍ଲା କଂଗ୍ରେସ ର ନବ ସଂକଳ୍ପ ଶିବିର

ନୂଆପଡା ଜିଲ୍ଲା ଖଡ଼ିଆଳ ନଗର ୨ ନଂମ୍ବର କଲ୍ୟାଣ ମଣ୍ଡପ ଠାରେ ନୂଆପଡ଼ା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା ସଭାପତି ଘାସିରାମ ମାଝୀଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ଏକ ସଂକଳ୍ପ ସଭା ଅନୁଷ୍ଠିତ ହୋଇଯାଇଅଛି। ମୁଖ୍ୟ ଅତିଥି ରୂପେ ଖଡ଼ିଆଳ ବିଧାୟକ ମୋହନ ଅଧିରାଜ ପାଣିଗ୍ରାହୀ ଯୋଗ ଦେଇ ଦଳର ସାଂଗଠନିକ ସ୍ଥିତି କୁ ମଜଭୁତ କରିବା ସହିତ ଏକତା ବଦ୍ଧ ଭାବରେ ଦଳକୁ ଆଗେଇ ନେବା ପାଇଁ ଆହ୍ଵାନ କରିଥିଲେ । ଏହି ଜିଲ୍ଲା ସ୍ତରୀୟ କର୍ମଶାଳା ରେ ଖଡ଼ିଆଳ ବ୍ଲକ ଅଧକ୍ଷା ପୁଷ୍ପାଞ୍ଜଳୀ ନନ୍ଦ, ଖଡ଼ିଆଳ ନଗର ଅଧକ୍ଷ ଉଜ୍ଜଳ ଗୁପ୍ତା, ସିନାପାଲି ବ୍ଲକ ଉପାଧ୍ୟକ୍ଷା ମିନା ଘିବେଳା, ଏନଏସି ଉପାଧ୍ୟକ୍ଷା ଶକୁନ୍ତଳା ରାଉତ, ପିସିସି ସଭ୍ୟ ସନ୍ତୋଷ ମିଶ୍ର, ଲିଙ୍ଗରାଜ ଘିଭେଲା ଓ ଫାରୁକ ମହମ୍ମଦ ,ଜିଲ୍ଲା ପରିଷଦ ସଭ୍ୟ ଭରତ ଲାଲ ରାଉତ, ଜିଲ୍ଲା ଯୁବ କଂଗ୍ରେସ ସଭାପତି କପିଳେନ୍ଦ୍ର ଭୋଇ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅମିତାଭ ପଟେଲ, ଜିଲ୍ଲା ଏସସି ସେଲ ସଭାପତି ତ୍ରିନାଥ ମହାନନ୍ଦ , ଖଡ଼ିଆଳ ବ୍ଲକ ସଭାପତି ଶ୍ୟାମ ସୁନ୍ଦର କୁଳଦୀପ, ବୋଡେ଼ନ ବ୍ଳକ ସଭାପତି ହୀରାଲାଲ ମାଝୀ, ସିନାପାଲି ବ୍ଲକ ସଭାପତି ଜୟପାଳ ନାଗ, କୋମନା ବ୍ଲକ ସଭାପତି କୈଳାସ ବାଗ, ନୂଆପଡ଼ା ବ୍ଲକ ସଭାପତି ଜଗଦୀଶ ସାହୁ ମଞ୍ଚାସିନ ଥିଲେ । ଏହି ସଭାରେ ନୂଆପଡ଼ା ଜିଲ୍ଲା ଓବିସି ସେଲ ସଭାପତି ହୀରାଧର ମେହେର ସଙ୍କଳ୍ପ ପାଠ କରିଥିବା ବେଳେ ଜିଲ୍ଲା ମେଡିଆ ସେଲ ଆବାହକ ବିଭୁଦତ ଯୋଶୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ରେ ସନ୍ତୋଷ କୁମାର ପଟ୍ଟନାୟକ, ସତପାଳ ସିଂ ଛାବଡା, ଜନ୍ମେଜୟ ସିଂ ଦେଓ, ସୁଶାନ୍ତ ପଟ୍ଟନାୟକ, ସାନ ଜଗତ, ହେମସଗାର ନାଗ, ଦ୍ବିତୀ ରଞ୍ଜନ ବାଗ, ପଞ୍ଚାନନ ସେଠି, ଶିବ ସିଙ୍ଘଲ, ବରୁଣ ସୁନା ସମେତ ଶତାଧିକ କର୍ମୀ ସାମିଲ ହୋଇଥିଲେ । ସଭାରେ ବିଧାୟକ ଙ୍କ ଉପସ୍ଥିତି ରେ ବିଜେପି ଓ ବିଜେଡି ରୁ ବହୁ ସଂଖ୍ୟାରେ କର୍ମକର୍ତା ଯୋଗଦାନ କରିଥିଲେ ବୋଲି କଂଗ୍ରେସ ପକ୍ଷରୁ ପ୍ରକାଶ କରାଯାଇଛି । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଜନରଞ୍ଜନପ୍ରଧାନ ଙ୍କ କବିତା ନନ୍ଦଙ୍କ କୋଳରେ କଳାଗୋବିନ୍ଦ

Sunil Chandra Nayak

ବାରିପଦାରେ ଆମ୍ ଆଦମୀ ପାର୍ଟିର ନୀତି ଆଦର୍ଶ ନେଇ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ସପନ ନଈର ତୁଠେ

Sunil Chandra Nayak

Leave a Comment

error: Content is protected !!