ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲା ମୁଖ୍ୟ ଚିକତ୍ସାଳୟ ସଭାଗୃହରେ ରକ୍ତଦାତା ଦିବସ ପାଳିତ 

କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକତ୍ସାଳୟ ସମ୍ମେଳନ କକ୍ଷରେ ଜିଲ୍ଲା ସ୍ଵାସ୍ତ୍ୟ ବିଭାଗ ତରଫରୁ ବିଶ୍ୱ ରକ୍ତ ଦାତା ଦିବସ ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ ସଭାରେ ରେ ମୁଖ୍ୟ ଅଥିତି ଭାବେ ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ କସ୍ତୁରୀ ମିଶ୍ର ଏ ଡି ଏମ ଓ ରଞ୍ଜନ ମିତ୍ରା , ଏ ଡି ଏମ ଓ ପବ୍ଲିକ ହେଲଥ ରାକେଶ କୁମାର ସାହୁ, ସାମଲ ବାବୁ ପ୍ରମୁଖ ମଞ୍ଚାସିନ ରହି ରକ୍ତ ଦାନ ମହତ ଦାନ, ରକ୍ତ ଦାନ କଲେ ଶରୀର ର କି ଉପକାର ହୁଏ ତାହା ପୁଙ୍ଖାନୁପୁଙ୍ଖ ଭାବେ ଉପସ୍ଥାପନା କରି ବ୍ୟକ୍ତଗତ ରକ୍ତ ଦାତା, ଅନୁଷ୍ଠାନ, ମାନଂକୁ ଉପଢୌକନ, ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ l ଉକ୍ତ ସଭାରେ ମୁଖ୍ୟ ରକ୍ତ ଦାନ ସଚେତକ ସଚ୍ଚିଦାନନ୍ଦ ମହାକୁଡ଼, ସୁନୀଲ ଶତପଥୀ, ସୁବାସ ଚନ୍ଦ୍ର ଦାସ ଓ ସାମ୍ବାଦିକ ନିରଞ୍ଜନ ଗଉଡ଼ ଙ୍କ ସମେତ ଜିଲ୍ଲା ରୁ ଅନେକ ରକ୍ତ ଦାତା ଓ ମୋଟିଭେଟର ଉପସ୍ଥିତ ଥିଲେ ଆୟୋଜିତ ସଭା କୁ ସାବିତ୍ରୀ ମହାରଣା ପରିଚାଳନା କରିଥିବା ବେଳେ ଭବାନୀପାଟଣା ରକ୍ତ ଭଣ୍ଡାର ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l ରକ୍ତ ଦାତା ଦିବସ ଉପଲକ୍ଷେ ଜିଲ୍ଲା ର ସରକାରୀ ମହାବିଦ୍ୟାଳୟ, ଜିଲ୍ଲା ଚିକତ୍ସାଳୟ ରକ୍ତ ଭଣ୍ଡାର ଓ ଲାଞ୍ଜିଗଡ ଠାରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା l

କଳାହାଣ୍ଡି ଜିଲ୍ଲା ନର୍ଲା ରୁ ନିରଞ୍ଜନ ଗଉଡ଼ ଙ୍କ ରିପୋର୍ଟ

Related posts

ନାୟକ ଅକ୍ଷୟ ରାଜହସ୍ତୀ ଙ୍କ କବିତା ଶରଧାବାଲି

Sunil Chandra Nayak

ବାଲେଶ୍ଵରରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ,ବନ୍ଦ କଲେ ଦରମା ଗଣିଲେ ଜୋରିମାନା

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!