ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲା ମୁଖ୍ୟ ଚିକତ୍ସାଳୟ ସଭାଗୃହରେ ରକ୍ତଦାତା ଦିବସ ପାଳିତ 

କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକତ୍ସାଳୟ ସମ୍ମେଳନ କକ୍ଷରେ ଜିଲ୍ଲା ସ୍ଵାସ୍ତ୍ୟ ବିଭାଗ ତରଫରୁ ବିଶ୍ୱ ରକ୍ତ ଦାତା ଦିବସ ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ ସଭାରେ ରେ ମୁଖ୍ୟ ଅଥିତି ଭାବେ ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ କସ୍ତୁରୀ ମିଶ୍ର ଏ ଡି ଏମ ଓ ରଞ୍ଜନ ମିତ୍ରା , ଏ ଡି ଏମ ଓ ପବ୍ଲିକ ହେଲଥ ରାକେଶ କୁମାର ସାହୁ, ସାମଲ ବାବୁ ପ୍ରମୁଖ ମଞ୍ଚାସିନ ରହି ରକ୍ତ ଦାନ ମହତ ଦାନ, ରକ୍ତ ଦାନ କଲେ ଶରୀର ର କି ଉପକାର ହୁଏ ତାହା ପୁଙ୍ଖାନୁପୁଙ୍ଖ ଭାବେ ଉପସ୍ଥାପନା କରି ବ୍ୟକ୍ତଗତ ରକ୍ତ ଦାତା, ଅନୁଷ୍ଠାନ, ମାନଂକୁ ଉପଢୌକନ, ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ l ଉକ୍ତ ସଭାରେ ମୁଖ୍ୟ ରକ୍ତ ଦାନ ସଚେତକ ସଚ୍ଚିଦାନନ୍ଦ ମହାକୁଡ଼, ସୁନୀଲ ଶତପଥୀ, ସୁବାସ ଚନ୍ଦ୍ର ଦାସ ଓ ସାମ୍ବାଦିକ ନିରଞ୍ଜନ ଗଉଡ଼ ଙ୍କ ସମେତ ଜିଲ୍ଲା ରୁ ଅନେକ ରକ୍ତ ଦାତା ଓ ମୋଟିଭେଟର ଉପସ୍ଥିତ ଥିଲେ ଆୟୋଜିତ ସଭା କୁ ସାବିତ୍ରୀ ମହାରଣା ପରିଚାଳନା କରିଥିବା ବେଳେ ଭବାନୀପାଟଣା ରକ୍ତ ଭଣ୍ଡାର ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l ରକ୍ତ ଦାତା ଦିବସ ଉପଲକ୍ଷେ ଜିଲ୍ଲା ର ସରକାରୀ ମହାବିଦ୍ୟାଳୟ, ଜିଲ୍ଲା ଚିକତ୍ସାଳୟ ରକ୍ତ ଭଣ୍ଡାର ଓ ଲାଞ୍ଜିଗଡ ଠାରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା l

କଳାହାଣ୍ଡି ଜିଲ୍ଲା ନର୍ଲା ରୁ ନିରଞ୍ଜନ ଗଉଡ଼ ଙ୍କ ରିପୋର୍ଟ

Related posts

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ଠାକୁର

Sunil Chandra Nayak

ନୂଆପଡ଼ା ସଦର ମହକୁମାରେ ୧୧୯ ଅଭିଯୋଗର ଶୁଣାଣି

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ସିଏ ଟି ଆମ ମାଆ

Leave a Comment

error: Content is protected !!