ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବୀଣାପାଣି କନ୍ଦପାନ ଭଇଁରିଗୁଡା ପଞ୍ଚାୟତ ସରପଞ୍ଚ ନିର୍ବାଚିତ

ଜୁନାଗଡ଼ ,୪/୩ (ନି.ପ୍ର ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ସମସ୍ତ ପର୍ଯlୟ ଭୋଟ ଗଣତି ଶେଷ ହୋଇଛି lକଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ର ଭଇଁରିଗୁଡା ପଞ୍ଚାୟତ ରେ ବୀଣାପାଣି କନ୍ଦପାନ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି lଏହି ପଞ୍ଚାୟତ ରେ ୬ ଜଣ ପ୍ରାର୍ଥୀ ସରପଞ୍ଚ ପଦ ପାଇଁ ନିର୍ବାଚନ ମଇଦାନରେ ଓହ୍ଲାଇଥିଲେ l ବୀଣାପାଣି କନ୍ଦପାନ ୮୫୧ ଭୋଟ ପାଇଥିବା ବେଳେ କୁମାରୀ କନ୍ଦପାନ୪୮୫ ଭୋଟ ପାଇ ଥିଲେ l ଶ୍ରୀମତୀ କନ୍ଦପାନ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ କୁ ୩୬୬ ଭୋଟ ରେ ପରାସ୍ତ କରି ବିଜୟ ଲାଭ କରିଥିଲେ, ତାଙ୍କର ବିଜୟ ହେବା ପରେ ଅଂଚଳରେ ତଥା ସମର୍ଥକ ମାନଙ୍କ ମଧ୍ୟରେ ଖୁସି ଲହରୀ ଖେଳିଯାଇଛି lନୂତନ ଭାବେ ନିର୍ବାଚିତ ହୋଇଥିବା ଶ୍ରୀମତୀ କନ୍ଦପାନ ଭଇଁରିଗୁଡା ପଞ୍ଚାୟତ ର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଜନ ସାଧାରଣ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରିଥିବାରୁ ସେମାନଙ୍କଠାରେ କୃତଜ୍ଞ ଜଣାଇଥିଲେ l ତାଙ୍କୁ ନିର୍ବାଚିତ କରିଥିବାରୁ ପଂଚାୟତର ବୃଦ୍ଧ ବୃଦ୍ଧା ଙ୍କୁ ପେନସନ, ଅସହାୟ ଙ୍କ ପାଇଁ ଗୃହ ଯୋଗାଇ ଦେବାସହ ଶିକ୍ଷା ,ସ୍ୱାସ୍ଥ୍ୟ , ରାସ୍ତାଘାଟ, ପାନୀୟ ଜଳ ଓ ଚାଷୀ ମାନଙ୍କ ସମସ୍ୟାକୁ ପୂର୍ଣ୍ଣ ପ୍ରାଣ ରେ ଚେଷ୍ଟା କରିବି ବୋଲି ତାଙ୍କ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି l ନରେନ୍ଦ୍ର ଖିିତି ଙ୍କ ରିପୋର୍ଟ ।

Related posts

ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର….

Sunil Chandra Nayak

ବାବା ବଳିଆ ଯୁବ ଅନୁଷ୍ଠାନ ଦ୍ୱାରା ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

Sunil Chandra Nayak

ବାଲିଆପାଳ କଂଗ୍ରେସ କମିଟି ତରଫରୁ ଭାରତଯୋଡ ପଦଯାତ୍ରା

Sunil Chandra Nayak

Leave a Comment

error: Content is protected !!