ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଶ୍ରୁପଡା କନିଷ୍ଠ ମହାବିଦ୍ୟାଳୟରେ ବିଶ୍ଵ ଏଡ଼ସ୍ ଦିବସ ପାଳିତ

ଭବାନୀପାଟଣା: ୦୧/୧୨ – (ମ.ନି.ସ) :- କଳାହାଣ୍ଡି ଜିଲ୍ଲାର କଶ୍ରୁପଡ଼ା କନିଷ୍ଠ ମହାବିଦ୍ୟଳୟରେ ଯୁବ ରେଡ଼କ୍ରସ ତରଫରୁ ବିଶ୍ଵ ଏଡ଼ସ ଦିବସ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ କେସିଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷ ଚନ୍ଦନ ସେନାପତି ଯୋଗଦେଇ ମାରାତ୍ମକ ଏଡ଼ସ ରୋଗରୁ କିପରି ଭାବରେ ନିଜକୁ ତଥା ସମାଜକୁ ମୁକ୍ତି ମିଳିବ ସେ ସଂପର୍କରେ ବକ୍ତବ୍ୟ ରଖିଥିଲେ। ଯୁବ ରେଡକ୍ରସ୍ ପରାମର୍ଶଦାତା ତଥା ଅଧ୍ୟାପକ ଡକ୍ଟର ଅଜିତ କୁମାର ବେହେରା ରେଡ଼କ୍ରସର ଇତିହାସ, ବ୍ୟାପିବାର କାରଣ ଏଵଂ ରୋଗର ଭୟାଭୟତା ସମ୍ପର୍କରେ ବିସ୍ତୃତ ଭାବରେ ଆଲୋବନା କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାଏକ ସଭାପତିତ୍ବ କରି ସଚେତନତା ମାଧ୍ଯମରେ କିପରି ଏଡ଼ସ ରୋଗକୁ ସମୂଳେ ଧ୍ଵଂସ କରାଯାଇ ପାରିବ ସେ ସଂପର୍କରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନେ ଗ୍ରାମ ପରିକ୍ରମାକରି ଲୋକମାନଙ୍କୁ ମାରାତ୍ମକ ଏଡ଼ସ ରୋଗ ବିଷୟରେ ବୁଝାଇ ସଚେତନ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରବନ୍ଧ, ବକ୍ତୃତା, ଚିତ୍ରାଙ୍କନ ଓ କୁଇଜ ପ୍ରତିଯୋଗୀତା ଆୟୋଜନ କରାଯାଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା। ପରିଶେଷରେ ଅଧ୍ୟାପକ ଗୋପାଳ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

ମସିହା ନ୍ଯୁଜ ସର୍ଭିସ

Related posts

ବାଲ୍ଯବିବାହ ଏକ ସାମାଜିକ କଳଙ୍କ, ଏହାକୁ ନେଇ ଏକ ସଚେତନ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

ସମାଜସେବୀ କିନ୍ନରଙ୍କ ସହ ଝିଅର ଜନ୍ମଦିନ ପାଳନ କଲେ

Sunil Chandra Nayak

ଖୁଚୁରା ବ୍ୟବସାୟ ର ପ୍ରତ୍ୟକ୍ଷ ଅନୁଭବ ପାଇଁ ସ୍ମାର୍ଟ ଷ୍ଟୋର ରେ ଛାତ୍ର ଛାତ୍ରୀ

Sunil Chandra Nayak

Leave a Comment

error: Content is protected !!