ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନାଳ ଉପରେ ପୋଲ ନ ଥିବାରୁ ପଲସାପଦର ତଥା ଆଖପାଖ ଅଞ୍ଚଳ ଗ୍ରାମବାସୀ ହନ୍ତସନ୍ତ

ଭବାନୀ ପାଟଣା /  କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣା ସହରରୁ ମାତ୍ର ୧୨ କିଲୋମିଟର ଦୂରରେ ଅବସ୍ଥିତ ପଲସାପଦର ଗ୍ରାମ । ଏହା କଣାମଞ୍ଜୁର ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଅବସ୍ଥିତ। ଜଙ୍ଗଲ ଅଧିକାର ଆଇନ ବଳରେ ଗ୍ରାମର ୨୫ ଗୋଟି ପରିବାର ୧୬୨ ଏକର ଚାଷ ଜମି ଓ ଗୋଷ୍ଠୀ ଅଧିକାର ବାବଦକୁ ୫୨ ଏକର ଜଙ୍ଗଲଜମୀ ସ୍ଵିକୃତି ପତ୍ର ପାଇଥିଲେ । ଏହା ତତକାଳିନ ଜିଲ୍ଲାପାଳ ଡ.ବୃନ୍ଦା ଡିଙ୍କ ଦ୍ୱାରା ଦିଆଯାଇଥିଲା । ହେଲେ ଆଜି ପର୍ଯ୍ୟନ୍ତ ଗ୍ରାମକୁ ଯିବାକୁ ହେଲେ ଭଲ ରାସ୍ତା ଟିଏ ମଧ୍ୟ ନାହିଁ । ଏହା ଶଗଡା ଗ୍ରାମପଞ୍ଚାୟତ ରୁ ୬ କିଲୋମିଟର ଓ ରିଷ ଗାଁ ଗ୍ରାମ ପଞ୍ଚାୟତରୁ ତେନ୍ତୁଳି ପଡା ଦେଇ ଗାଁକୁ ଗଲେ ଭବାନୀପାଟଣା ଠାରୁ ୧୨ କିଲୋମିଟର ଦୁର ପଡିଥାଏ । ତେନ୍ତୁଳି ପଡା ଗ୍ରାମଠାରୁ ୨କିଲୋମିଟର ଯିବାକୁ ହେଲେ ବାଟରେ ୨ଟି ନାଲ ଦେଇ ଜଙ୍ଗଲ ରାସ୍ତା ପଡିଥାଏ । ଗତ କରୋନା ସମୟରେ ଗ୍ରାମବାସୀ ମାନେ ଶ୍ରମଦାନ କରି ଗାଁ ପାଖରେ ଥିବା ନାଳ କୁ ପଥର ବନ୍ଧ ନିର୍ମାଣ କରିଥିଲେ । ଏକଥା ଖବରକାଗଜରେ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ଦ୍ୱାରା ପ୍ରକାଶିତ ହେବା ପରେ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ପାଣ୍ଠିରୁ ବ୍ଲକ ସହାୟତାରେ ୧୦ ଲକ୍ଷ ଟଙ୍କାର ରାସ୍ତା କାମ କରାଯାଇଥିଲା । ତଥାପି ବର୍ଷା ଦିନରେ ନାଳରେ ପାଣି ରହୁଥିବାରୁ ଓ ରାସ୍ତା ଖରାପ ଥିବାରୁ ଚାରି ଚକିଆ ଯାନବାହାନ ଗାଁକୁ ଯାଇପାରେ ନାହିଁ । ଏପରିକି ଗାଁ ଲୋକେ ରୋଗ ଗ୍ରସ୍ତ ହେଲେ ୨ କିଲୋମିଟର ତେନ୍ତୁଳିପଡ଼ା ଗ୍ରାମ ପ୍ରର୍ଯ୍ୟନ୍ତ ଖଟରେ ବୋହିକି ଆଣିବା ପରେ ଆମ୍ବୁଲେନ୍ସ ଯୋଗେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରୋଗିକୁ ନେଇଥାନ୍ତି। ଜିଲ୍ଲା ମୁଖ୍ୟାଳୟରୁ ଏତେ ପାଖରେ ଥାଇ ପଲସାପଦର ଗ୍ରାମବାସିଙ୍କ ପାଖରେ ସବୁଦିନିଆ ରାସ୍ତା ଟିଏ ମଧ୍ୟ ନାହିଁ । ଏଣୁ ଜିଲ୍ଲା ପ୍ରଶାସନ ପାଖରେ ଗ୍ରାମବାସିଙ୍କ ଦାବି ଅତିଶୀଘ୍ର ଗାଁକୁ ସଂଯୋଗ କରୁଥିବା ୨ଟି ନାଳ ଉପରେ ପୋଲ ନିର୍ମାଣ ସହ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଗାଁକୁ ସଂଯୋଗୀ କରଣ କରା ଗଲେ ପଲସାପଦର ଗ୍ରାମବାସୀ ଉପକୃତ ହେବା ସହ ପାଖରେ ଥିବା କଣାମଞ୍ଜୁର, ସୂର୍ଲି ଓ ସୁପେଲ ଗ୍ରାମବାସୀ ମଧ୍ୟ ଉପକୃତ ହେବେ ।

କିଶନ ଶର୍ମା, ଭବାନୀ ପାଟଣା 

Related posts

ସମ୍ବର୍ଦ୍ଧିତ ହେବେ ସହିଦ ପରିବାର

Sunil Chandra Nayak

ନବରଙ୍ଗପୁର ଜିଲ୍ଲା ଆଇନଜୀବୀ ସଂଘର ଧାରଣା: ପ୍ରତିବାଦ ସଭା

Sunil Chandra Nayak

ରିଷିଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ: ଜୁନାଗଡ଼ କୁ ହରାଇ ଫାଇନାଲରେ ତୁର୍ଲା (ଟିଟିଲାଗଡ଼)

Sunil Chandra Nayak

Leave a Comment

error: Content is protected !!