ଭବାନୀପାଟଣା ୨୪/୩- ମ.ନି.ସ:- ଆଜି ଓଡ଼ଶା ସମେତ କଳାହାଣ୍ଡି ଜିଲ୍ଲାରେ ମ୍ଯୁନିସିପାଲିଟି ଓ ଏନଏସ ନିର୍ବାଚନ ଚାଲିଛି। ଏହାକୁ ନେଇ ଜିଲ୍ଲା ନିର୍ବାଚନ ଅଧିକାରୀ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ୧୦୭ ଜଣ ପ୍ରିଜାଇଡିଂ ଅଫିସର ନିୟୋଜିତ କରାଯାଇ ଥିବାବେଳେ ସଂରକ୍ଷିତ ରହିଛନ୍ତି ୧୨ ଜଣ ଅଫିସର, ସେହିପରି ସମୁଦାୟ ୪୨୮ ପୋଲିଙ୍ଗ ଅଧିକାରୀ ଓ ୫୬ ଜଣ ଅଧିକାରୀ ସଂରକ୍ଷିତ ରହିଛନ୍ତି। ଭବାନୀପାଟଣା ପୌରପରିଷ ନିର୍ବାଚନକକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ମୋଟରେ ୫୮ ଗୋଟି ବୁଥ୍, କେସିଙ୍ଗା ପାଇଁ ୧୭ ଟି ବୁଥ୍, ଜୁନାଗଡରେ ୧୮ ଗୋଟି ବୁଥ୍ ଓ ଧର୍ମଗଡରେ ୧୪ ଟି ବୁଥ୍ ଗଠନ କରାଯାଇଛି, ସୂଚନାରୁ ଜଣାପଡେ ଯେ, ଭବାନୀପାଟଣା ମ୍ଯୁନିସିପାଲିଟି ଅଞ୍ଚଳରେ ମୋଟ ଭୋଟର ସଂଖ୍ୟା ୫୭.୭୧୧ ଅଛନ୍ତି ପୁରୁଷ ଭୋଟର ୨୮.୯୮୧ ଓ ମହିଳା ଭୋଟର ୨୮.୭୨୩ ଓ ଟ୍ରାନ୍ସ ୭ ଭୋଟର ରହିଥିବା ଜଣାଯାଏ।
ସେହିପରି ଜୁନାଗଡ ଏନଏସି ନିର୍ବାଚନରେ ସର୍ବମୋଟ ଭୋଟର ୧୪.୭୪୩ ଜଣ, ପୁରୁଷ ଭୋଟର ୭୪୯୬, ମହିଳା ଭୋଟର ୭୨୪୭ ଜଣ, ରହିଛନ୍ତି।କେସିଙ୍ଗା ଏନଏସିରେ ସର୍ବମୋଟ ଭୋଟରଙ୍କ ସଂଖ୍ୟା ୧୪.୨୦୫, ପୁରୁଷ ଭୋଟର ୭୧୬୩ ଓ ମହିଳା ଭୋଟର ୭୦୪୧ ରହିଛନ୍ତି।
ଅନ୍ୟ ପଟେ ଧର୍ମଗଡରେ ମୋଟ ଭୋଟର ୧୨.୫୫୧ ରହିଥିବା ବେଳେ ପୁରୁଷ ଭୋଟର ସଂଖ୍ୟା ୬୪୭୩ ଓ ମହିଳା ଭୋଟର ୬୦୭୮ ଜଣ ରହିଥିବା ଜଣାପଡିଛି। ତେବେ କଳାହାଣ୍ଡି ଜିଲ୍ଲାରେ ହେବାକୁଥିବା ପୌରପରିଷଦ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀଙ୍କୁ ଭୋଟର କାହାକୁ ଭୋଟଦେଇ ବିଜୟୀ କରିବେ ତାହା ଏବେ ଦେଖିବାକୁ ବାକି ରହିଲା। ମ ନି ସ