ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଐତିହାସିକ ମାକ୍ରୀପଡ଼ା ଶୈବପିଠ ର ଭୂମିପୂଜନ ଉତ୍ସବ

ଭବାନୀପାଟଣା ବ୍ଲକ ଅନ୍ତର୍ଗତ  ୮୦ ବର୍ଷର ଐତିହାସିକ ମାକ୍ରୀପଡ଼ା ଶୈବପିଠ ର ଭୂମିପୂଜନ ଉତ୍ସବ ଚହଗାଁ ଗ୍ରା.ପ ର ସରପଞ୍ଚ ଶ୍ରୀମତୀ ତପସ୍ୱିନୀ ସାହୁଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିଲା l ଏହି କାର୍ଯ୍ୟକ୍ରମର ମଞ୍ଚପରିଚାଳନା କରିଥିଲେ ଦେଶରାଜ ଜୁଆଡ଼ ଏବଂ ଆମର ମାଟି ଆମର ଦାବୀ ସମାଜସେବୀ ସଂଗଠନର ସଭାପତି ନୀଳାମ୍ବର ସାହୁ l ଏହି ଉତ୍ସବ ରେ ମୁଖ୍ୟଅତିଥି ଭାବେ ପୂର୍ବତନ ଗୃହ ରାଷ୍ଟ୍ରମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଉପସ୍ଥିତ ରହି ଭୂମିପୂଜନର ଶୁଭଉଦ୍ଘାଟନ କରିଥିଲେ ଏବଂ ସମ୍ମାନିତ ଅତିଥି ଭାବେ ସଂଗ୍ରାମୀ ନେତା ଡ଼.ଭବାନୀ ଶଙ୍କର ନିଆଲ ଉପସ୍ଥିତ ସମବେତ ଅଞ୍ଚଳ ବାସିଙ୍କୁ ଶ୍ରୀ ଶ୍ରୀ ପାତାଳେଶ୍ଵର ମହାଦେବଙ୍କ ମନ୍ଦିରର ଆନୁସଙ୍ଗୀକ ବିକାଶ ଦିଗରେ କାର୍ଯ୍ୟ କରିବା ପାଇଁ ଆଲୋଚନା କରିଥିଲେ l ଏହି କାର୍ଯ୍ୟକ୍ରମରେ ସମାଜ ସେବି ଜଗତ ରାମ ସାହୁ, ଜଳନ୍ଧର ଯାନୀ, କ୍ଷୀରସିନ୍ଧୁ ସାହୁ, ବିକ୍ରମ ସାହୁ, ଯୁଧିଷ୍ଠି ସାହୁ, ରାମଚନ୍ଦ୍ର ଢଙ୍ଗଡ଼ା ମାଝୀ, ଟୁପିଚନ ସାହୁ,ଅଭିରାମ ସାହୁ,ସବିତା ମାଝୀ, ଧନେଶ୍ୱର ମାଝୀ, ସୁଶାନ୍ତ ମାଝୀ,ପାର୍ଥବ ବାଗ,ପ୍ରତାପ ବାଗ,ବ୍ୟାସଦେବ ସାହୁ,ଜୟଶଙ୍କର ବଗର୍ତି,କୈଳାଶ ସାହୁ,ଦେବରାଜ ଯାନୀ,ଅଞ୍ଜନ ସାହୁ, ସଚିନ ସାହୁ, ବୋଲବମ କମିଟି ମାକ୍ରିପଡା, ଶୈବପୀଠ କମିଟି ଏବଂ ନାଏବ ସରପଞ୍ଚ ମୋହିତା ବାଗ, ପଞ୍ଚାୟତ ପିଓ ପ୍ରଦୀପ୍ତ ମିଶ୍ର, ଜି.ଆର.ଏସ ତପିମଣି ସାହୁ ପ୍ରମୁଖ ଉପସ୍ଥିତ ଥିଲେ l

ରଜନୀକାନ୍ତମିଶ୍ରଙ୍କରିପୋର୍ଟ୍

Related posts

ମିଳିତ ଏନପିଏସ୍ କର୍ମଚାରୀ ସମନ୍ବୟ ସମିତି ବ୍ଳକ ସ୍ତରୀୟ ସାମ୍ବିଧାନିକ ସଭା

Sunil Chandra Nayak

ବସ୍ତା ଲାୟନ୍ସ କ୍ଲବ ପକ୍ଷରୁ ୧୫ ତମ ପ୍ରତିଷ୍ଠା ଦିବସ ପାଳିତ

Sunil Chandra Nayak

ତେରେସିଂହା ଶାଖାରେ ୟୁ.ଜି.ବି ପ୍ରତିଷ୍ଠା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!