ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭବାନୀପାଟଣା ଠାରେ ମା ମାଣିକେଶ୍ବରୀ ଙ୍କ ପ୍ରସିଦ୍ଧ ଛତ୍ରଯାତ୍ରା ର ପ୍ରସ୍ତୁତି ବୈଠକ

 ଭବାନୀପାଟଣା ତା ୧୯.୯.୨୦୨୨( ମ ନି ସ )  ଆଜି ସ୍ଥାନୀୟ ଜିଲ୍ଲାପାଳ ଙ୍କ ସମ୍ମିଳନୀ ଗୃହ ରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଙ୍କ ଅଧ୍ୟକ୍ଷତାରେ ଆସନ୍ତା ୩.୧୦.୨୦୨୨ରିଖରେ ଅନୁଷ୍ଠିତ ହେବାକୁ ଥିବା ମାଆ ମାଣିକେଶ୍ଵରୀ ପବିତ୍ର ଛତ୍ରଯାତ୍ରା ସମ୍ଭଧୀୟ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ମାଣିକେଶ୍ଵରୀ ମନ୍ଦିର ପକ୍ଷରୁ ଜାରି ସୂଚନା ଅନୁସାରେ ଆସନ୍ତା ୨ ତାରିଖ ମହାଷ୍ଟମୀ ପୂଜା ପରେ ମଧ୍ୟରାତ୍ରରୁ ଜେନାଖାଳ କୁ ମା ଯିବେ ଏବଂ ୩.୧୦.୨୦୨୨ ସକାଳ ୫.୦୦ ଘ ସମୟରେ ପୂଜା ଅର୍ଚ୍ଚନା ସାରି ମାଙ୍କ ପ୍ରସିଦ୍ଧ ଛତ୍ର ଯାତ୍ରା ମନ୍ଦିର ଅଭିମୁଖେ ଭକ୍ତମାନଙ୍କ ଗ୍ରହଣରେ ସକାଳ ୧୦.୩୦ ମି ସମୟ ରେ ମନ୍ଦିର ପ୍ରବେଶ କରିବେ ।ଜିଲ୍ଲା ପ୍ରଶାସନ ତରଫ ରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଶାନ୍ତ କୁମାର ପଟେଲ ଏଜେଣ୍ଡା ଅନୁଯାୟୀ ପ୍ରସ୍ତାବ ପାଠ କଲେ ଏବଂ ଗୃହ ରେ ସମସ୍ତଙ୍କ ସହମତିରେ ପ୍ରସ୍ତାବ ଗ୍ରହଣ କରାଗଲା ।ମାଙ୍କ ଛତର ଯାତ୍ରା କୁ ଶାନ୍ତି ଶୃଙ୍ଖଲାସହ ସମାପନ କରିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କ ସହଯୋଗ ଲୋଡିଥିଲେ ।

ମାଆ ଙ୍କ ଛତର ଯାତ୍ରା ରେ ରାଜାବାଟି ଦ୍ଵାରା ପୁରସ୍କୃତ ପ୍ରଥମ ଓ ଦ୍ବିତୀୟ ଘୁମୁରା ଦଳ ବ୍ୟତୀତ ପୋଲିସ ବିଭାଗ ଦ୍ଵାରା ଚିହ୍ନଟ ଅନ୍ୟ ସାଂସ୍କୃତିକ ଦଳ ଅଂଶ ଗ୍ରହଣ କରିବେ। ଛତ୍ର ଯାତ୍ରା ପାଇଁ ରାସ୍ତା ମରାମତି,ନାଳ ନର୍ଦ୍ଦମା ସଫା, ପାନୀୟ ଜଳ,ନିରବିଛିନ୍ନ ବିଦ୍ୟୁତ ସରବରାହ,ମଦ ଓ ନିଶା ଦ୍ରବ୍ୟ ର ବିକ୍ରି ନିଷେଧ,ଶାନ୍ତି ଶୃଙ୍ଖଳା,ଆମ୍ବୁଲାନ୍ସ,ମାଜିଷ୍ଟ୍ରେଟ ,ସୂଚନା କେନ୍ଦ୍ର ସ୍ଥାପନ ଓ ଧାରା ବିବରଣୀ, ଚାକ୍ଷୁଷ ଧାରା ବିବରଣୀ କାର୍ଯ୍ୟଅନୁଷ୍ଠାନ ନିମନ୍ତେ ରାସ୍ତା ଓ ଗୃହ ନିର୍ମାଣ,ଜାତୀୟ ରାଜପଥ,ପୌର ପରିଷଦ,ବିଦ୍ୟୁତ ବିଭାଗ, ପୋଲିସ, ସ୍ବାସ୍ଥ୍ୟ ବିଭାଗ,ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀ ଙ୍କୁ ଦାୟିତ୍ଵ ଦିଆଗଲା।

ଦୁର୍ଗାପୂଜା କମିଟିର ପୂଜା ସ୍ଥାପନ ଓ ମେଢ଼ ବିସର୍ଜନ ପାଇଁ ଗାଇଡ ଲାଇନ ଅନୁଯାୟୀ ଚିହ୍ନଟ କୃତିମ୍ ପଲିଥିନ ପୁଷ୍କରିଣୀ ବ୍ୟବସ୍ଥା କରିବାକୁ ଉପ ଜିଲ୍ଲାପାଳ, ଭବାନୀପାଟଣା/ ଧର୍ମଗଡ ତଥା ଆଇନ ଶୃଙ୍ଖଳା ଓ ଛତ୍ର ଯାତ୍ରାକୁ ସୁରକ୍ଷିତ, ଜନସମାଗମ କୁ ନିୟନ୍ତ୍ରଣ,ସାଂସ୍କୃତିକ ଦଳ ର ପ୍ରବେଶ ପାଇଁ ପୃଥକ ଭାବେ ଆରକ୍ଷୀ ଅଧିକ୍ଷକ ବୈଠକ ଆୟୋଜନ କରିବେ ।

ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ଶ୍ରୀଚନ୍ଦନ,ଉପ ଜିଲ୍ଲାପାଳ ,ଧର୍ମଗଡ ଶ୍ରୀ ସଚିନ ପାୱାର, ଭବାନୀପାଟଣା ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ବେହେରା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବିଚାର ବିଭାଗୀୟ ଅଧିକାରୀ,ସହରର ବିଭିନ୍ନ ଦୂର୍ଗା ପୂଜା କମିଟିର କର୍ମକର୍ତ୍ତା,ଓକିଲ ସଂଘ ସଭାପତି ଶ୍ରୀ ସୁବ୍ରତ ବହିଦାର,ବରିଷ୍ଠ ଆଇଜୀବୀ ଶ୍ରୀ ଜଗନ୍ନାଥ ମୁଣ୍ଡ,ସମାଜ ସେବୀ ଶ୍ରୀ ଉଛବ ସାହୁ,ମନ୍ଦିର କତୃପକ୍ଷ ଶ୍ରୀ ଅଶୋକ ନେଗି,ଶ୍ରୀ ବଦ୍ରି ନାରାୟଣ ପଟ୍ଟନାୟକ,ଶ୍ରୀ ସାମନ୍ତ ଖମାରୀ,ଶ୍ରୀ ଜଗଦୀଶ ମଣ୍ଡଳ,ଶ୍ରୀ ସତ୍ୟ ନାରାୟନ ମହାପାତ୍ର, ଡି ଆଈ ପି ଆର୍ ଓ ଶ୍ରୀ ମନୋଜ ବେହେରା, ଆଇ ଆଇ ସି ଶ୍ରୀ ପ୍ରଦୀପ ଧାରୁଆ, ଆର ଟି ଓ ଶ୍ରୀ ରାମ ନିବାସ ସିର୍କା, ଇ ଓ ଶ୍ରୀ ବଳୟ ଦେହୁରୀ,ମସଜିଦ କମିଟି ସଭ୍ୟ,ବିଭାଗୀୟ ଅଧିକାରୀ ତଥା ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।

Related posts

ବେଦାନ୍ତ ଲିମିଟେଡର ନୂତନ ବିସ୍ଥାପିତ କଲୋନୀ ନିର୍ମାଣ ନିମ୍ନମାନର ଅଭିଯୋଗ

Sunil Chandra Nayak

ସର୍ବପ୍ରଥମ ଅବସର ପ୍ରାପ୍ତ ପଞ୍ଚାୟତ ସଂପାଦକଙ୍କ ଦେହାନ୍ତ , ଅଞ୍ଚଳରେ ଶୋକର ଲହରୀ

Sunil Chandra Nayak

ବିଳାସିନୀ ପୃଷ୍ଟି ଙ୍କ କବିତା ଜୟ ଜଗନ୍ନାଥ

Sunil Chandra Nayak

Leave a Comment

error: Content is protected !!