ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧାନ ତଳି କିଆରୀ ରେ ଭାରତ ଆଜାଦି ର ଅମୃତ ମହୋତ୍ସବ ଚିତ୍ର

 କଲମପୁର– ଥୁଆମୂଳ ରାମପୁର:୨୩/୩- ମ.ନି.ସ:- ଏକାଧାରରେ ଜଣେ ସଫଳ ଚାଷୀ, ଲେଖକ, ସମାଜସେବୀ ତଥା ସାମ୍ବାଦିକ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଆସୁଥିବା ପ୍ରାଣରଞ୍ଜନ ପ୍ରତିବର୍ଷ ଧାନ ତଳି କିଆରୀରେ କିଛି ନା କିଛି ଗୁରୁତ୍ୱପୂର୍ଣ୍ଣ ଚିତ୍ର ପ୍ରସ୍ତୁତ କରି ଲୋକଙ୍କ ପାଖରେ ପ୍ରଶଂସନୀୟ ପାତ୍ର ହୋଇଛନ୍ତି। ଏପରି ଏକ ଦୃଶ୍ଯ ଦେଖିବାକୁ ମିଳିଛି ।

କଳାହାଣ୍ଡି ଜିଲ୍ଲା ଜୟପାଟଣା ର ଜଣେ ଜଣାଶୁଣା ବ୍ୟକ୍ତି ଯିଏକି ପ୍ରାଣରଞ୍ଜନ ବେହେରା ଧାନ ତଳି କିଆରୀରେ ତଳିକୁ ଏକ ନିଆରା ଢ଼ଙ୍ଗରେ ସଜାଡି ଧାରା ୩୭୦ ର ନିଆରା ଆକୃତି କରି ରାଷ୍ଟ୍ରୀୟ ଏକତାକୁ ଆହ୍ୱାନ ଦେଇଛନ୍ତି , ଅନ୍ୟ ବର୍ଷମାନଙ୍କରେ ରାଷ୍ଟ୍ରୀୟ ଡାକରା ଜୟ ଯବାନ ଜୟ କିଷାନ, ଉଆନ ଫ୍ଲାଗ ଉଆନ ନେସନ, କୋଭିଡ ଯୋଦ୍ଧା ଙ୍କୁ ସଲାମ, ଭଳି ଧାନ ତଳିକୁ ନିଆରା ଢ଼ାଞ୍ଚାର ଆକୃତି କରି ଅଞ୍ଚଳ ବାସୀଙ୍କୁ ଆକୃଷ୍ଟ କରିଆସୁଛନ୍ତି। ସେହିଭଳି ଚଳିତ ବର୍ଷ ଭାରତ ବର୍ଷ ଆଜାଦି ର ଅମୃତ ମହୋତ୍ସବ ର ଏକ ନିଆରା ଚିତ୍ର ଧାନ ତଳିରେ ପ୍ରସ୍ତୁତ କରି ସମସ୍ତଙ୍କ ଧନ୍ୟବାଦ ର ପାତ୍ର ହୋଇପାରିଛନ୍ତି। ଭାରତୀୟ ଙ୍କ ପାଇଁ ଏହା ଏକ ଗର୍ବ ଏବଂ ଗୌରବ ର ବିଷୟ ହୋଇଥିବାବେଳେ ଏହାକୁ ଦେଖିବା ପାଇଁ ବୁଦ୍ଧିଜୀବୀ ଙ୍କ ସମେତ ଜନସାଧାରଣଙ୍କ ତାଙ୍କ ଧାନ କ୍ଷେତକୁ ସୁଅ ଛୁଟିଛି। କୃଷି କ୍ଷେତ୍ରରେ ଉତ୍କର୍ଷ ପାଇଁ କୃତୀ କୃଷକ ଭାବରେ କୃଷି ଓଡିଶା ଉତ୍ସବ ରେ ସମ୍ମାନିତ ହୋଇଛନ୍ତି ,କଳାହାଣ୍ଡି ଉତ୍ସବରେ ସମ୍ମାନିତ,ଏହି ଭଳି ସେ ଅନେକ କ୍ଷେତ୍ରରେ ସମ୍ମାନିତ ହୋଇଥିବାବେଳେ ତାଙ୍କର ଏହିଭଳି ଧାନ ତଲି କିଆରୀରେ ବିଭିନ୍ନ ପ୍ରକାରେ ପ୍ରସ୍ତୁତି କରି ଭାରତ ବାସୀଙ୍କ ପାଇଁ ଏକ ଗର୍ବ ଆଣୁଥିବାରୁ ଅଞ୍ଚଳବାସୀ ତାଙ୍କୁ ସାଧୁବାଦ ଜଣାଉଥିବା ଜଣାପଡିଛି l

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ସାମ୍ବାଦିକ ମାନଙ୍କୁ ଜମି ଯୋଗାଇ ଦେବା ନିମନ୍ତେ ପ୍ରଶାସନ ନିକଟରେ ପ୍ରେସକ୍ଲବ ପକ୍ଷରୁ ଦାବି 

Sunil Chandra Nayak

ଭାଜପା ନେତା ଙ୍କ ମହାନତା

Sunil Chandra Nayak

ଧର୍ମଗଡ ଠାରେ ଗୀତା ଆବୃତ ଜ୍ଞାନ ପ୍ରତିଯୋଗିତା

Sunil Chandra Nayak

Leave a Comment

error: Content is protected !!