ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ଜିଲ୍ଲାରେ ନିରନ୍ତର ବିକାଶ ଲକ୍ଷ୍ୟ ନେଇ ୨ ଦିନିଆ କର୍ମଶାଳା

କଳାହାଣ୍ଡି,/ ତା ୦୨.୧୨.୨୦୨୨ / କଳାହାଣ୍ଡି ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟ।ଳୟ (ଡ଼ିପିଏମୟୁ) କଳାହାଣ୍ଡିର ମିଳିତ ଆନୁକୁଲ୍ୟରେ ଓଡିଶାର ନିରନ୍ତର ବିକାଶ ଲକ୍ଷରେ ୨୦୩୦ କାର୍ଯ୍ୟସୁଚିର ରୂପାୟନ ବିଷୟ ବସ୍ତୁ ନେଇ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ପି. ଅନ୍ଵେଷା ରେଡ୍ଡୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ଶିବିରରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପାୱାର ସଚିନ ପ୍ରକାଶ, ରାଜ୍ୟ ଯୋଜନା ଏବଂ ସଂଯୋଜନା ବିଭାଗର ସହ ନିର୍ଦ୍ଧେଶିକା ଅଳକା ଜେନା, ଡ଼ିପିଏମୟୁ ଉପ ନିର୍ଦ୍ଧେଶକ ଶ୍ରୀ ଶ୍ରୀକାନ୍ତ ଦଳେଇ ମଞ୍ଚାସୀନ ଥିଲେ । ଏହି ଅବସରରେ ଜିଲ୍ଲାପାଳ ପି. ଅନ୍ଵେଷା ରେଡ୍ଡୀ କଳାହାଣ୍ଡି ଜିଲ୍ଲାର ନିରନ୍ତର ବିକାଶ ଲକ୍ଷରେ ୨୦୩୦ କାର୍ଯ୍ୟସୁଚିର ସଫଳ ରୂପାୟନ ପାଇଁ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ ମାନଙ୍କର ଭାଗୀଦାରୀ ଏକାନ୍ତ ଆବଶ୍ୟକ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଏଥିସହ ପଞ୍ଚାୟତ ସ୍ତରରେ ଗ୍ରାମ ପଞ୍ଚାୟତ ଉନ୍ନୟନ ଯୋଜନା କରିବା ସମୟରେ ନିରନ୍ତର ବିକାଶ ଲକ୍ଷ୍ୟର (ଏସ.ଡ଼ି.ଜି) ୧୭ ଟି ଲକ୍ଷ, ୯ ଟି ବିଷୟ ବସ୍ତୁକୁ ଆଖି ଆଗରେ ରଖି ଯୋଜନା ପ୍ରସ୍ତୁତ କରିବା ପାଇଁ କହିଥିଲେ । ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ତଥା କଳାହାଣ୍ଡି ଜିଲ୍ଲା SDG Nodal ଅଧିକାରୀ ଶ୍ରୀ ପାୱାର ସଚିନ ପ୍ରକାଶ ନିରନ୍ତର ବିକାଶ ପାଇଁ ସମସ୍ତ ବିଭାଗୀୟ ଅଧିକାରୀମାନେ ଏକାଭିମୁଖୀ ହେବା ଏବଂ ସମସ୍ତ ଗ୍ରାମ ପଞ୍ଚାୟତର ସାମୁହିକ ବିକାଶର ଗୁରୁତ୍ଵ ଦେବା ପାଇଁ ପ୍ରକାଶ କରିଥିଲେ । ଉପ ନିର୍ଦ୍ଧେଶକ ଶ୍ରୀ ଶ୍ରୀକାନ୍ତ ଦଳେଇ ପ୍ରଶିକ୍ଷାର୍ଥୀମାନଙ୍କୁ SDG Monitoring Framework for programme and schemes ଉପରେ ତାଲିମ ଦେଇଥିଲେ । ଏଥିରେ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ , ଅବସର ପ୍ରାପ୍ତ ପ୍ରଫେସର , ସହକାରୀ ପ୍ରଫେସର , ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟ।ଳୟ (ଡ଼ିପିଏମୟୁ)ର ଅନ୍ୟ ଅଧିକାରୀ, ଏନଜିଓ କର୍ମକର୍ତ୍ତା , ଏସଡ଼ିଜି ପରାମର୍ଶଦାତା ଡା. ରମେଶ ଚାଲାନ , ଏସ.ଡ଼ି.ଜି କୋଷ କାର୍ଯ୍ୟକ୍ରମ ପରିଚାଳକ, ଶ୍ରୀ ଭେଙ୍କଟେସ , ଗ୍ରାମ ବିକାଶ କାର୍ଯ୍ୟକ୍ରମ ପରିଚାଳକ ଶ୍ରୀ ଆଶୁତୋଷ ଭଟ ସମେତ ଜିଲ୍ଲାର ବିଭିନ୍ନ ଅଧିକାରୀ ଯୋଗ ଦେଇଥିଲେ ।

ବରିଷ୍ଟ ସାମ୍ବାଦିକ ଦୁଷ୍ମନ୍ତ ପଣ୍ଡା ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଜିଲ୍ଲାରେ ବର୍ଷା ଜନିତ କ୍ଷୟକ୍ଷତି ଓ ବର୍ଷାର ପରିମାଣ ଆକଳନ

Sunil Chandra Nayak

ଭାଲୁ ଆକ୍ରମଣ ରେ ୩ ମୃତ ୨ ଗୁରୁତର

Sunil Chandra Nayak

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷୟିତ୍ରୀଙ୍କ ଅକାଳ ବିୟୋଗରେ ଅଞ୍ଚଳରେ ଶୋକାକୂଳ ପରିବେଶ

Sunil Chandra Nayak

Leave a Comment

error: Content is protected !!