ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଏବିଭିପି କଳାହାଣ୍ଡି ତରଫରୁ G20 ରେ ଭାରତର ସଭାପତିତ୍ୱକୁ ସ୍ୱାଗତ

 ଭବାନୀପାଟଣାତା  / ମ ନି ସ/=-01/12/22/G20 2023 ର ସଭାପତିତ୍ୱ ଭାରତକୁ ମିଳିଛି | ତେଣୁ ଏହି ପରିପେକ୍ଷୀରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କଳାହାଣ୍ଡି ତରଫରୁ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଏକ ସ୍ୱାଗତ ସଭା ଆୟୋଜନ ହୋଇ ଯାଇଛି | ଏହି ସଭାରେ ବିଶ୍ୱବିଦ୍ୟାଳୟ ଓ ଭବାନୀପାଟଣା ନଗର ସ୍ଥିତ ଛାତ୍ର ଛାତ୍ରୀ ଉପସ୍ଥିତ ରହି ଭାରତର G20 ରେ ସଭାପତିତ୍ୱକୁ ସ୍ୱାଗତ କରିଥିଲେ | ଏହି କାର୍ଯ୍ୟକ୍ରମରେ ନଗର ସମ୍ପାଦକ ବିଦ୍ୟାର୍ଥୀ ମାନଙ୍କୁ G20 ଓ ଏଥିରେ ଭାରତର ସଭାପତିତ୍ୱ ବିଷୟରେ ସମ୍ବୋଧିତ କରିଥିଲେ | ଏହି କାର୍ଯ୍ୟକ୍ରମରେ ପିଣ୍ଟୁ ସ୍ୱାଇଁ, ବିଶ୍ୱବିଦ୍ୟାଳୟ ଶାଖା ସମ୍ପାଦକ ପଞ୍ଚାନନ ଦୁର୍ଗା,ନଗର ସହ ସମ୍ପାଦକ ଅଭିଷେକ ନନ୍ଦ, ମିଲନ ରଣା ,ତରୁଣ ସୁନା,ଅଜୟ କୁମାର,ବେଣୁଧର ସୁନାନୀ ଇତ୍ୟାଦି ଉପସ୍ଥିତ ଥିଲେ |ଆଗାମୀ ଦିନରେ ଭାରତର ଏହି ଉପଲବ୍ଧି ଗୁଡିକ ବିଷୟରେ ବିଭିନ୍ନ କାର୍ଯ୍ୟକ୍ରମ ଯଥା ପାଠ୍ୟଚକ୍ର ଓ ସଂଗୋଷ୍ଠୀ ମାଧ୍ୟମରେ ଏବିଭିପି କାର୍ଯ୍ୟ କରିବ ବୋଲି ନଗର ସମ୍ପାଦକ ସୂଚନା ଦେଇଛନ୍ତି |

ମସିହା ନିଉଜ ସର୍ଭିସ୍ 

Related posts

ଘାଟି ରେ ପେଟ୍ରୋଲ ଟ୍ୟାଙ୍କର ଓଲଟିବା ଘଟଣା,୧୦ ଘଣ୍ଟା ପରେ ବିଳମ୍ବିତ ରାତିରେ ସ୍ୱାଭାବିକ ହେଲା ଯାତାୟତ

Sunil Chandra Nayak

କଣ୍ଟାଗାଁ ରେ ଡକାୟତି ଗ୍ରୀଲ ଭାଙ୍ଗିଘରେ ପଶିଲେ

Sunil Chandra Nayak

ଖଲିଆପାଲିରେ ଚୋରି ହେଲା ପ୍ରଧାନମନ୍ତ୍ରୀ ଆବାସ ଘର

Sunil Chandra Nayak

Leave a Comment

error: Content is protected !!