ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପରାଜିତା ପରିଡା ଙ୍କ କବିତା ତିନି ତୁଣ୍ଡରେ 

      ତିନି ତୁଣ୍ଡରେ 

ତୁଣ୍ଡ ଟି ଆମର ଅମୃତ ଦୁଆର ମଧୁର ବଚନ କୁହେ

   ସେହି ତୁଣ୍ଡ ପୁଣି ସଜ ମାଛ ରେ ତ ମାଛି ପକେଇ ଦିଏ

         ମିଠା କଥା କହି ପରକୁ ଆପଣା କରି ଥାଏ ଏଇ ତୁଣ୍ଡ

           ପର ନିନ୍ଦା ଗାଇ ଅପମାନ ଦେଇ ତଳ କୁ କରାଏ ମୁଣ୍ଡ…..

 

ସହସ୍ର କୋଶ ଯାଏ ବାଇଦ ବଜାଏ ଏଇ ତୁଣ୍ଡ ର ବାରତା

    କାନ ଶୁଣା କଥା ଏମିତି ବ୍ୟାପଇ ହେଉ ବି ମିଛ ବାରତା

        ଶିକ୍ଷିତ ମୁରୁଖ ସଭିଏଁ ବାଇଆ ତିନି ତୁଣ୍ଡେ ଛେଳି କୁକୁର

       କେହି ବି ସତ୍ୟ ପରୀକ୍ଷିବା ପାଇଁ ନ ଥାଏ କାହାର ବେଳ….

 

ବେଳେ ବେଳେ ଏଇ କଦର୍ଯ୍ୟ ପ୍ରଚାରେ ସୁନା ବି ହୁଏ ପିତଳ

    ଭଲ ମଣିଷ ଟେ ଅପବାଦ ଶୁଣି ହାରଇ ତାର ଜୀଵନ

        ଆମ ସମାଜ ର ଏଇ ମନ୍ଦ ଗୁଣ ସତେ ଗୋଟେ ବଡ଼ ବ୍ୟାଧି

            ପର ଚର୍ଚ୍ଚା ପର ନିନ୍ଦା ଗାଇ ଗାଇ କି ଲାଭ ପାଇ ଥାନ୍ତି…

 

କାହାକୁ ବା ଯଦି ସମ୍ମାନ ନ ଦିଅ କାଇଁ କର ଅସମ୍ମାନ

    ମିଠା କଥା ପଦେ ନ କୁହ ପଛକେ ନ କର କୁତ୍ସା ରଟନ

        ଆସ୍ତିକତା ଭାବ ମନ ରେ ବିଚାର ଆଉ କା କଥା ଶୁଣି

          ତିନି ତୁଣ୍ଡେ କାହିଁ ଛେଳି କୁ କୁକୁର କହିବା ରେ ଜାଣି ଶୁଣି…

 

ସଭ୍ୟ ଆମେ ଶିକ୍ଷିତ ଆମେ ଆଣିବା ନୂଆ ସଂସ୍କାର

    ପରତେ ନ ଯିବା କାହା କଥା ଶୁଣି ଆଖି କୁ ବିଶ୍ୱାସ କର

          ଦେଖିବା ଯାହା କହିବା ତାହା ସତ୍ୟ ରେ ଭରଷା କରି

              ଛେଳି କୁ କୁକୁର କହିବା ନାହିଁଟି ଅନ୍ଧ ଲୋକ ଟିଏ ପରି..

 

ଆମ ସମାଜ ରେ ଏମିତି ଉଜାଣି ପ୍ରବାହ ର ଧାରା ବୋହୁଛି

   ମିଛ ର କାୟା ତ ବିସ୍ତାର କରିଛି ସତ୍ୟ ଚାପି ହୋଇ ଯାଉଛି

      ସତ ଖୋଜିବା କୁ ଅସର ନାହିଁ ତ ମିଛ କୁ ତିଳକ କରିଛି

        ତିନି ତୁଣ୍ଡରେ ତ ଛେଳି ଟି କୁକୁର ବାଇଦ ହୋଇ କି ବାଜୁଛି..

 

ଶିକ୍ଷା ସଂସ୍କାର ର ମାନ ରହୁନାହିଁ ବିଶ୍ୱାସ ତ ଆଜି ହଜିଛି

   ରକତ ତ ଆଜି ମୁହଁ ବୁଲାଉଛି ଧନ କୁ ସମ୍ପର୍କ ଚିହ୍ନୁଚି

      ପାପ ର ଲୋଲୁପ ଚାହାଣୀ ରେ ଦୁନିଆ ତ ଆଜି ଜଳୁଛି

          ଧନ ଆସକ୍ତି ରେ ମଣିଷ ର ତୁଣ୍ଡେ ମିଛ ର ଡିଣ୍ଡିମ ପିଟୁଛି….

 

ଅସତ୍ୟ କୁ ଆଜି ସତ୍ୟ କହିବା ର ଜୀବିକା ରେ ଜିଇଁ ଯାଉଛି 

   ପର ନିନ୍ଦା ପର ଚର୍ଚ୍ଚା କରିବା ଟା ମଣିଷ ର ନିଶା ହୋଇଛି

     ଆଖି କୁ ଭରଷା ନାହିଁ ଯାହା ପର କଥା ଶୁଣି ଧାଉଁଛି

        ତିନି ତୁଣ୍ଡେ ଆଜି ଛେଳି ଟି କୁକୁର ସତରେ ହେଉଚି….

 

        ଅପରାଜିତା ପରିଡା

          କୁଜଙ୍ଗ , ଜଗତସିଂହପୁର

Related posts

କୋକସରା ସ୍ୱାସ୍ଥ୍ୟକେନ୍ଦ୍ର ରେ ଜାତୀୟ ଟୀକାକରଣ ଦିବସ ପାଳନ

Sunil Chandra Nayak

କଙ୍କାଳୁ ଗ୍ରାମରେ ସତ୍ୟ ନାରାୟଣ ଙ୍କ ପୁଜା ଅନୁଷ୍ଠିତ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Leave a Comment

error: Content is protected !!