ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅଭିଯୋଗ ପରେ ଆରମ୍ଭ କଲା ଭିଜିଲାନ୍ସ ତଦନ୍ତ

ବାଲେଶ୍ଵର,୨୪/୯/୨୨- ବାଲିଆପାଳ ପଞ୍ଚାୟତରେ ୧ କୋଟି ୯୦ ଲକ୍ଷ ଟଙ୍କାର ଘୋଟାଲା । ଅଭିଯୋଗ ପରେ ପଞ୍ଚାୟତରେ ପହଞ୍ଚିଲେ ଭିଜିଲାନ୍ସ ଟିମ୍ । ବାଲେଶ୍ଵର ଭିଜିଲାନ୍ସ ଅଧିକାରୀ ଉଲୁପି ବେହେରାଙ୍କ ନେତୃତ୍ବରେ ତିନି ଜଣିଆ ଟିମ୍ ଗତକାଲି ପଞ୍ଚାୟତର ବିଭିନ୍ନ ସ୍ଥାନରେ ତଦନ୍ତ ଆରମ୍ଭ କରିଛି । ଗତ ୨୦୨୧-୨୨ ମସିହାରେ ବାଲିଆପାଳ ପଞ୍ଚୟତରେ ବିଭିନ୍ନ ସ୍ଥାନର ପ୍ରକଳ୍ପ କାର୍ଯ୍ୟ କରାନଯାଇ ପୂର୍ବତନ ସରପଞ୍ଚ ମଧୁସୂଦନ ବାରିକ ଟଙ୍କା ଉଠାଇ ନେଇଥିବା ଏବଂ ବିଧାୟକ ହାତପାଣ୍ଠି ଟଙ୍କାରେ ନିର୍ମାଣ ହୋଇଥିବା ପକା ରାସ୍ତାକୁ ପଞ୍ଚାୟତ ପାଣ୍ଠିରୁ ରାସ୍ତା ନିର୍ମାଣ କରାଯାଇଛି ବୋଲି ଦର୍ଶାଇ ଟଙ୍କା ଉଠାଇ ନିଆଯାଇଥିବା ଅଭିଯୋଗ କରିଛନ୍ତି ବର୍ତ୍ତମାନର ସରପଞ୍ଚ ବନଲତା ଦାସ । ବିଭିନ୍ନ ଯୋଜନାରେ କାର୍ଯ୍ୟ କରାନଯାଇ ବିଲ ହୋଇଥିବାର ଅଭିଯୋଗରେ ପରେ ତଦନ୍ତ ଆରମ୍ଭ ହୋଇଛି । ତଦନ୍ତ ପରେ ଫିଟିବ ଗୁମର ବୋଲି ବିଶ୍ବାସ ରହିଛି । ଦେଖାଯାଉ କେବେ ଫିଟୁଛି ଗୁମର ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଭବାନୀପାଟଣା ଠାରେ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

Sunil Chandra Nayak

ମର୍ମନ୍ତୃତ ସଡକ ଦୃଘଟଣା ୪ ମୃତ ୧ ଗୁରୁତର

Sunil Chandra Nayak

Leave a Comment

error: Content is protected !!