ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜନରଞ୍ଜନପ୍ରଧାନ ଙ୍କ କବିତା ଶରଣ

        ଶରଣ

ମଣିଷ ଜୀବନ ଖରା ଛାଇ ଖେଳ ହସ ଲୁହ ତାର ସାଥି
ସବୁ ଦିନ କେବେ ସମାନ ନୁହଁଇ ନୁହଁଇ ଚାନ୍ଦିନୀ ରାତି।
ଅସହାୟ ବେଳେ ପ୍ରଭୁ ଭଗବାନ ଘୋଡା ପାଦ ଥିଲେ ଧରି
ବିପଦ ପଡ଼ିଲେ କାହା ବାହୁ ଛାୟା ଦିନ କଟେ ମରି ମରି।
ଶରଣ ଜନକୁ କେବେ ହେଲେ କିଏ ନିରାଶା କରିବ ନାହିଁ
ବାହୁ ଛାୟା ଦେଇ ରଖିବ ତାହାକୁ ଖୁସି ହେବେ ଭାବଗ୍ରାହୀ।
ଶରଣ ପଶିଲେ କୁନ୍ତୀ ପାଞ୍ଚ ପୁତ୍ର ସାହା ହେଲେ ନରହରି
ଧର୍ମ ର ସ୍ଥାପନ ସଂସାରେ କରିଲେ ଶରଣ ରକ୍ଷଣ ହରି।
ଶରଣ ପଶିଲେ ବିଭିଷଣ ଭକ୍ତ ଲଙ୍କାରେ ହେଲେ ନୃପତି
ଶରଣ ଜନକୁ ବାହୁ ଛାୟା ଦେଲେ ସଂସାରେ ରହିବ ଖ୍ୟାତି।
ଶରଣ ପଶିଲା ଭକ୍ତ ପ୍ରହଲ୍ଲାଦ ସ୍ତମ୍ଭରୁ ହେଲେ ବାହାର
କୋଟି ବସ୍ତ୍ର ଦେଇ ରଖିଲ ତା ମାନ ସଂସାରେ ହୋଇଲ ସାର।
ତୁମ ପାଦତଳେ ଶରଣ ପଶିଛି ଆହେ କାଳିଆ ଠାକୁର
ମୋର ସଂସାର କୁ ବାହୁ ଛାୟା ଦେଇ ରଖିଥିବ ନିରନ୍ତର।

ଜନରଞ୍ଜନପ୍ରଧାନ

ଆଳୋଇ , ବାଲିପାଟଣା , ଖୋର୍ଦ୍ଧା

Related posts

କୋକସରା ଠାରେ ଷୋହଳ ପ୍ରହର ନାମଯଜ୍ଞ ପାଇଁ କଳସ ଯାତ୍ରା

Sunil Chandra Nayak

ପ୍ରକୃତି ପ୍ରେମରେ ଯୁବଶକ୍ତି ସମର୍ପିତ ଓଡ଼ିଶା ର ଅଧ୍ୟକ୍ଷ ହିମାଂଶୁ

ଜାତୀୟ ବିଜ୍ଞାନ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!