ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

 ଚିଲିଗୁଡା – ମ ନି ସ  କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ କରଚଳା ସ୍ୱାମୀ ଚିଦାନନ୍ଦ ମହାବିଦ୍ୟାଳୟ ରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଆଜି କର ଚଳା କଲେଜର ଛାତ୍ରଛାତ୍ରୀ ସାଇକେଲ ଯୋଗେ ନିଜ କଲେଜରୁ ବାହାରି ପ୍ରାୟ ୭ କିମି ଦୂର ରାଜପୁର ସୁଧାଂଶୁ ଶେଖର ମହା ବିଦ୍ୟାଳୟ ପର୍ଯ୍ୟନ୍ତ ଆସି ଜନସାଧାରଣଙ୍କୁ ସଡକ ସୁରକ୍ଷା ସମ୍ୱନ୍ଧରେ ସଚେତନତା କରିଥିଲେ ଏବଂ ଗାଡି ଚାଳନା ସମୟରେ ହେଲମେଟ ବ୍ୟବହାର କରିବା ପାଇଁ ଲୋକଙ୍କୁ ବାର୍ତ୍ତା ଦେଇଥିଲେ ।ଏହି ଅବସର ରେ କରଚଳ। ମହାବିଦ୍ୟାଳୟର ଅଧକ୍ଷ ହିମାଂଶୁ ମୋହନ ସିଂ ,ସୁଧାଂଶୁ ଶେଖର ମହାବିଦ୍ୟାଳୟର ଅଧକ୍ଷ ମାନସ ରଞ୍ଜନ ପଣ୍ଡା ,କରଚଳ। କଲେଜର ସମର ଶିକ୍ଷାର୍ଥୀ ବାହିନୀ ଅଧିକାରୀ ଭବାନୀ ଶଙ୍କର ପଣ୍ଡା ଏବଂ ୫୦ ଜଣ କଲେଜ ଛାତ୍ରଛାତ୍ରୀ ଯୋଗାଦାନ କରିଥିଲେ ।ସୁନ୍ଦର ମୋହନ ଛ ତ୍ରିଆ ,ଚିଲିଗୁଡା

Related posts

କଥା ସମ୍ରାଟ ସୁରେନ୍ଦ୍ର ମହାନ୍ତି ସ୍ମୃତିନ୍ୟାସ ତରଫରୁ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

ବରଟୋଲିରେ ନିଃଶୁକ୍ଳ ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

ପରିବହନ ମନ୍ତ୍ରୀଙ୍କୁ ଭେଟିଲା ଘରୋଇ ବସ୍‌ ମାଲିକ ସଂଘ, ଆଜି କାର୍ଯ୍ୟକାରିଣୀ ବୈଠକ ପରେ ଧର୍ମଘଟ ନେଇ ହେବ ନିଷ୍ପତ୍ତି

Sunil Chandra Nayak

Leave a Comment

error: Content is protected !!