ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଯୁବ ସରପଞ୍ଚଙ୍କ ଦାୟିତ୍ୱ ଗ୍ରହଣ କାର୍ଯ୍ୟକ୍ରମ

ଥୁଆମୂଳ ରାମପୁର:୩୦/୩- ମ.ନି.ସ:- ଏବେ ମଧ୍ୟ ଅନେକ ସ୍ଥାନରେ ଭୋଟରଙ୍କ ସଚେତନତା ରହିଅଛି।ଯୋଗ୍ଯ ପ୍ରାର୍ଥୀଙ୍କୁ ଭୋଟ ଦେଇ ବିଜୟୀ କରାଉଛନ୍ତି। ଭୋର୍ଟସଙ୍କ ମାନବିକତା ବଞ୍ଚି ରହିଛି ପ୍ରଥମ ଥର ପାଇଁ ପ୍ରାର୍ଥୀ ଭାବରେ ଛିଡା ହୋଇ ଲୋକଙ୍କ ସମର୍ଥନ କ୍ରମେ ବିଜୟୀ ହୋଇଥିଲେ। ପ୍ରତିଦ୍ବନ୍ଦିତାରେ ଭାଗନେଇ ପୂରୁଣା ନେତାଙ୍କୁ ପଛରେ ପକାଇ ବଳଭଦ୍ର ଜାନୀ ଥୁଆମୂଳ ଗ୍ରାମ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଭାବରେ ବିଜୟୀ ହୋଇଛନ୍ତି। ସେ ଗତ ୨୯/୩/୨୨ ତାରିଖ ଦିନ ସରପଞ୍ଚ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଜି,ଆର୍,ଏସ ବ୍ରହ୍ମା ଦୁରିଆଙ୍କ ଉପସ୍ଥିତିରେ ନବ ନିର୍ବାଚିତ ସରପଞ୍ଚ ଶ୍ରୀ ବଳଭଦ୍ର ଜାନୀ ନିଜ ଆସନ ଗ୍ରହଣ କରିବା ସହିତ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ନାଏବ ସରପଞ୍ଚ, ସମିତି ସଭ୍ଯ ସଭ୍ଯା ଓ ୧୧ ଗୋଟି ଓ୍ବାର୍ଡମେମ୍ବର ସଦସ୍ଯ ସଦସ୍ଯା ମଧ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ ଉତ୍ସବରେ ଶ୍ରୀ ଜାନୀ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଥିଲେ। ଗ୍ରାମପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ଦିଗରେ ପ୍ରୟାସ କରିବା ସହିତ ଜନସାଧାରଣଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବା ନେଇ ସେ ପ୍ରକାଶ କରିଥିଲେ।ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ରାଉରକେଲା – ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ଯୁବକବି ଅଶୋକ କୁମାର ରାଉତ ସମ୍ବର୍ଦ୍ଧିତ

ଜଗଜ୍ଜୀବନ ସା ଙ୍କ କବିତା ଧନ୍ୟ ବୀର ସୁବାଷ ନାୟକ 

Sunil Chandra Nayak

ପଞ୍ଚାୟତ ସ୍ତରୀୟ ସ୍ୱେଚ୍ଛାସେବୀ ସହାୟକ ତାଲିମ ଶିବିର ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!