ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଯୁବ ସରପଞ୍ଚଙ୍କ ଦାୟିତ୍ୱ ଗ୍ରହଣ କାର୍ଯ୍ୟକ୍ରମ

ଥୁଆମୂଳ ରାମପୁର:୩୦/୩- ମ.ନି.ସ:- ଏବେ ମଧ୍ୟ ଅନେକ ସ୍ଥାନରେ ଭୋଟରଙ୍କ ସଚେତନତା ରହିଅଛି।ଯୋଗ୍ଯ ପ୍ରାର୍ଥୀଙ୍କୁ ଭୋଟ ଦେଇ ବିଜୟୀ କରାଉଛନ୍ତି। ଭୋର୍ଟସଙ୍କ ମାନବିକତା ବଞ୍ଚି ରହିଛି ପ୍ରଥମ ଥର ପାଇଁ ପ୍ରାର୍ଥୀ ଭାବରେ ଛିଡା ହୋଇ ଲୋକଙ୍କ ସମର୍ଥନ କ୍ରମେ ବିଜୟୀ ହୋଇଥିଲେ। ପ୍ରତିଦ୍ବନ୍ଦିତାରେ ଭାଗନେଇ ପୂରୁଣା ନେତାଙ୍କୁ ପଛରେ ପକାଇ ବଳଭଦ୍ର ଜାନୀ ଥୁଆମୂଳ ଗ୍ରାମ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଭାବରେ ବିଜୟୀ ହୋଇଛନ୍ତି। ସେ ଗତ ୨୯/୩/୨୨ ତାରିଖ ଦିନ ସରପଞ୍ଚ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଜି,ଆର୍,ଏସ ବ୍ରହ୍ମା ଦୁରିଆଙ୍କ ଉପସ୍ଥିତିରେ ନବ ନିର୍ବାଚିତ ସରପଞ୍ଚ ଶ୍ରୀ ବଳଭଦ୍ର ଜାନୀ ନିଜ ଆସନ ଗ୍ରହଣ କରିବା ସହିତ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ନାଏବ ସରପଞ୍ଚ, ସମିତି ସଭ୍ଯ ସଭ୍ଯା ଓ ୧୧ ଗୋଟି ଓ୍ବାର୍ଡମେମ୍ବର ସଦସ୍ଯ ସଦସ୍ଯା ମଧ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ ଉତ୍ସବରେ ଶ୍ରୀ ଜାନୀ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଥିଲେ। ଗ୍ରାମପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ଦିଗରେ ପ୍ରୟାସ କରିବା ସହିତ ଜନସାଧାରଣଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବା ନେଇ ସେ ପ୍ରକାଶ କରିଥିଲେ।ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଖଡ଼ିଆଳରେ ଜମୁଛି ନିର୍ବାଚନ ପ୍ରଚାର

Sunil Chandra Nayak

ମସୀହା ର ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଟିତ ପ୍ରତିଯୋଗିତା ରେ ଶ୍ରେଷ୍ଟ ବିବେଚିତ କବି ଅଶୋକ କୁମାର ନାୟକ , କେନ୍ଦୁଢ଼ିପି, ନୟାଗଡ଼ ଙ୍କୁ ସୁନୀଲ ଚନ୍ଦ୍ର ନାୟକ,ସଂପାଦକ, ମସୀହା ଓ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ, ସଂଯୋଜକ,ସାହିତ୍ୟ ଅଗଣା ଙ୍କ ଦ୍ଵାରା ଡିଜିଟାଲ ମାନପତ୍ର ପ୍ରଦାନ

ନିତ୍ୟାନନ୍ଦ ସରସ୍ବତୀ ଶିଶୁମନ୍ଦିର ନୂଆଗାଁର ବାଜିମାତ

Leave a Comment

error: Content is protected !!