ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦଶ ଦିନାତ୍ମକ ଦୁର୍ଗାପୂଜା ପାଇଁ  ଲଡୁଗାଁ ରେ କଳସ ଯାତ୍ରା 

କୋକସରା ୨୬/୯- ( ମ ନି ସ)  କୋକସରା ବ୍ଲକ ଲଡୁଗାଁ ସାର୍ବଜନୀନ ଦୁର୍ଗାପୂଜା କମିଟି ଚଳିତ ବର୍ଷ ପାଳନ କରୁଛି ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ। ଏହି ଅବସରରେ ଦଶ ଦିନାତ୍ମକ ପୂଜା ପାଳିତ ହେବ ।ଏନେଇ ସବୁ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦୁଇଟି ମଣ୍ଡପରେ ପୂଜା କରିବା ପାଇଁ ନିଷ୍ପତି ନିଆଯାଇଛି। ସୋମବାର ସକାଲେ କଳସ ଯାତ୍ରା ସହ ମହା ଧ୍ଵଜ ପୂଜା ସହ ଦୀପ ପ୍ରଜ୍ୱଳନ, ପ୍ରତି ପଦା ବିହିତ ନ୍ୟାସ୍ ପୂଜା ,କୁଣ୍ଡ ସଂସ୍କାର ହୋମ ଆଦି କାର୍ଯ୍ଯ କ୍ରମ କରାଯାଇଥିବା ବେଳେ ସ୍ଥାନୀୟ ମାନଭଙ୍ଗ ସାଗରରୁ ଜଳ ଉଠାଇ କଳସ ଯାତ୍ରାରେ ଲଡୁ ଗାଁ ସହରର ଆବାଳ ବୃଦ୍ଧ ବନିତା ସାମିଲ ହୋଇଥିଲେ। ଏକ ଭକ୍ତିମୟ ପରିବେଶ ମଧ୍ୟରେ ନଗର ପରିକ୍ରମା କରାଯାଇଛି। ଶୁଭ ସୁବର୍ଣ୍ଣ ଜୟନ୍ତୀ ପାଇଁ ୨୬ ତାରିଖ ସନ୍ଧ୍ୟାରୁ ୫ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ବରଗଡ଼ କଳାକାରଙ୍କ ଦ୍ଵାରା ମୁକ୍ତାକାଶ ରଙ୍ଗମଞ୍ଚ, ୨୮ ତାରିଖ ସ୍ଥାନୀୟ କଳାକାରଙ୍କ ଦ୍ଵାରା ନୃତ୍ୟ ପରିବେଷଣ, ୨୯ ତାରିଖ ନାଟକ ପରିବେଷଣ ୩୦ ତାରିଖ ପାରମ୍ପରିକ ନୃତ୍ୟ ପରିବେଷଣ ୧ ତାରିଖ ନାଟକ ପରିବେଷଣ, ୨ ତାରିଖ ଘୁମୁରା ପ୍ରତିଯୋଗୀତା (ନୂତନ), ୩ ତାରିଖ ରେକର୍ଡ ଡ୍ୟାନ୍ସ ପ୍ରତିଯୋଗିତା, ୪ ତାରିଖ ସମ୍ବଲପୁର ମେଲୋଡି, ୫ ତାରିଖ ଘୁମୁରା ପ୍ରତିଯୋଗିତା (ପୁରାତନ) ଅନୁଷ୍ଠିତ ହେବାନେଇ କମିଟି ପକ୍ଷରୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ଚଳିତ ବର୍ଷ ପୁଜାକର୍ତା ଭାବେ କମଳ ଅଗ୍ରୱାଲ ଙ୍କ ସପତ୍ନିକ ,ଲକ୍ଷ୍ମଣ ଶବର ସପତ୍ନିକ ଓ ପଙ୍କଜ ଅଗ୍ରୱାଲ (ବଣ୍ଟି) ଙ୍କ ସପତ୍ନୀକ କର୍ତ୍ତା ଦାୟିତ୍ଵ ତୁଲାଉଛନ୍ତି। ପଣ୍ଡିତ କିଶୋର ଠାକୁର , ଗୋପାଳ ଠାକୁର୍ ଓ ଭବାନୀ ପାଢ଼ୀ ପୂଜକ ଦାୟିତ୍ୱ ତୁଲାଇ ଥିବା ବେଳେ ଦୁର୍ଗାପୂଜା କମିଟି ସଭାପତି ପ୍ରଫୁଲ୍ଲ ମାଝୀ ଓ ସମ୍ପାଦକ ଦାୟିତ୍ଵ କଂହେଇ ଚରଣ ଦାସ ତୁଲାଉଛନ୍ତି।ସୁସଜ୍ଜିତ ତୋରଣ ସହ ଆଖିଝଳସାଇ ଦେଉଥିବା ଲାଇଟ ସାଜସଜ୍ଜା ମୁଖ୍ୟ ଆକର୍ଷଣ ରହିଛି।

 

Related posts

ସସ୍ମିତେଶ ସାହୁ ଙ୍କ କବିତା କାଳିଆକୁ ପଦେ

Sunil Chandra Nayak

ଟ୍ରାକଟର ଓ କାର ଧକ୍କା ରେ କାର ଜଳିଗଲା

ପ୍ରତିମା ଶତପଥି ଙ୍କ କବିତା/ଆମ ପରମ୍ପରାରେ ଲକ୍ଷ୍ମୀ ପୂଜା

Sunil Chandra Nayak

Leave a Comment

error: Content is protected !!