ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା କାଶତଣ୍ଡୀ ଫୁଲ ହସୁଛି 

 କାଶତଣ୍ଡୀ ଫୁଲ ହସୁଛି 

 ଦିଲ୍ଲୀପ କୁମାର ନନ୍ଦୀ 

କାଶତଣ୍ଡୀ ଫୁଲ ହସୁଛି
ଶରଦ ଆକାଶେ ସରଗ ଚାନ୍ଦଟା
କଣେଇ କଣେଇ ଚାହୁଁଛି 
କାଶତଣ୍ଡୀ ଫୁଲ ହସୁଛି।।
ମୋ’ପାଖେ ମୋ’ଚାନ୍ଦ ବସିଛି
ମେଘୁଆ ବାଦଲ ଉହାଡରେ ରହି
ମୁହଁ ଲୁଚେଇ ସେ ଦେଖୁଛି
କାଶତଣ୍ଡୀ ଫୁଲ ହସୁଛି।।
ତୋ’ଠାରୁ ମୋ’ପ୍ରିୟା ଆହୁରି ସୁନ୍ଦରୀ
ସୁନ୍ଦର ପଣରେ ପୁରିଛି
ଚାଲିରେ ତାହାର ଚୋରା ଚଇତିର
ମଲ୍ଲି ଫୁଲ ଇର୍ଷା କରୁଛି।।
ତନୁରୁ ତାହାର ମଳୟର ଗନ୍ଧ
ମୃଦୁ ମୃଦୁ ହୋଇ ଭାସୁଛି
ହସିଲେ ମୋ’ପ୍ରିୟା ସ୍ଵାତିର ମୁକୁତା
ସରମେ ଝାଉଁଳି ଯାଉଛି।।
ମୋ ‘ପ୍ରିୟା କଜ୍ଜଳ ଧାରକୁ
ତଟିନୀଟା ଦେଖି ଝୁରୁଛି
ତା’କେଶର ଢେଉ ଦେଖି ଉର୍ମିମାଳା
ଝୁରି ଝୁରି ଯାହା ମରୁଛି।‌।

 ଧର୍ମଶାଳା, ଯାଜପୁର 

Related posts

ନିରୁପମା ପାଣି ଙ୍କ ଗଳ୍ପ ସ୍ୱପ୍ନରେ ଗଛ ସହ କିଛି ସମୟ

Sunil Chandra Nayak

ପୋଲିସ ଈନଫର୍ମର ସନ୍ଦେହ ରେ ଯୁବକ କୁ ମାଓ ବାଦୀ ଙ୍କ ହତ୍ୟା

Sunil Chandra Nayak

ଘର ଭୁଶୁଡି ଦୁଇ ପରିବାର ସର୍ବସାନ୍ତ

Sunil Chandra Nayak

Leave a Comment

error: Content is protected !!