Uncategorizedଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା କାଶତଣ୍ଡୀ ଫୁଲ ହସୁଛି by Sunil Chandra NayakSeptember 26, 2022079 Share0 କାଶତଣ୍ଡୀ ଫୁଲ ହସୁଛି ଦିଲ୍ଲୀପ କୁମାର ନନ୍ଦୀ କାଶତଣ୍ଡୀ ଫୁଲ ହସୁଛି ଶରଦ ଆକାଶେ ସରଗ ଚାନ୍ଦଟା କଣେଇ କଣେଇ ଚାହୁଁଛି କାଶତଣ୍ଡୀ ଫୁଲ ହସୁଛି।। ମୋ’ପାଖେ ମୋ’ଚାନ୍ଦ ବସିଛି ମେଘୁଆ ବାଦଲ ଉହାଡରେ ରହି ମୁହଁ ଲୁଚେଇ ସେ ଦେଖୁଛି କାଶତଣ୍ଡୀ ଫୁଲ ହସୁଛି।। ତୋ’ଠାରୁ ମୋ’ପ୍ରିୟା ଆହୁରି ସୁନ୍ଦରୀ ସୁନ୍ଦର ପଣରେ ପୁରିଛି ଚାଲିରେ ତାହାର ଚୋରା ଚଇତିର ମଲ୍ଲି ଫୁଲ ଇର୍ଷା କରୁଛି।। ତନୁରୁ ତାହାର ମଳୟର ଗନ୍ଧ ମୃଦୁ ମୃଦୁ ହୋଇ ଭାସୁଛି ହସିଲେ ମୋ’ପ୍ରିୟା ସ୍ଵାତିର ମୁକୁତା ସରମେ ଝାଉଁଳି ଯାଉଛି।। ମୋ ‘ପ୍ରିୟା କଜ୍ଜଳ ଧାରକୁ ତଟିନୀଟା ଦେଖି ଝୁରୁଛି ତା’କେଶର ଢେଉ ଦେଖି ଉର୍ମିମାଳା ଝୁରି ଝୁରି ଯାହା ମରୁଛି।। ଧର୍ମଶାଳା, ଯାଜପୁର