ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୋଲିସ ଈନଫର୍ମର ସନ୍ଦେହ ରେ ଯୁବକ କୁ ମାଓ ବାଦୀ ଙ୍କ ହତ୍ୟା

ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟରେ ପୁଣି ରକ୍ତମୁଖା ହୋଇ ଉଠିଛି ଲାଲ ବାହିନୀ । ଗତ କାଲି ରାତିରେ ଢେକୁନପାଣି ଗାଁ ମୁଣ୍ଡରେ ମାଓବାଦୀ ମାନେ ପୁଲିସ ଇନଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ସୂଚନା ମିଳିଛି । ମୃତକ ଯୁବକ ଅନନ୍ତରାମ ରାଉତ(୪୦) ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଛତିଶଗଡ଼ ରାଜ୍ୟ ନାଗର ଗାଁର ଜଣେ ଯୁବକ ସୁନାବେଡା ଅଭୟାରଣ୍ୟ ଅଧିନ କୋମନା ଥାନା ଢେକୁନପାଣି ଗାଁରେ ରହୁଥିଲେ । ଗତ କାଲି ରାତିରେ ଯୁବକ ଜଣକ ଶୋଇଥିବା ବେଳେ ମାଓବାଦୀ ମାନେ ତାଙ୍କୁ ଘରୁ ଡାକି ନେଇ ଗାଁ ମୁଣ୍ଡରେ ହତ୍ୟା କରିଥିବା ସୂଚନା ମିଳିଛି । ମୃତକ ଯୁବକ ଅନନ୍ତ ରାମ ରାଉତ ବୋଲି ଜଣା ପଡ଼ିଛି । ଏବେ ଗାଁ ମୁଣ୍ଡରେ ରକ୍ତ ଜୁଡୁବୁଡୁ ମୃତ ଦେହ ପଡି ରହିଥିବା ବେଳେ ଗାଁରେ ଭୟର ବାତାବରଣ ଖେଳି ଯାଇଛି । ଏହା ଏକ ଦୁର୍ଗମ ଓ ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ବର୍ତ୍ତମାନ ସୁଦ୍ଧା ଘଟଣା ସ୍ଥଳରେ ପୁଲିସ ପହଂଚି ପାରି ନାହିଁ । ତେବେ ପୁଲିସ ଇନଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ହତ୍ୟା କରିଥିବା ପୁଲିସ ସ୍ପଷ୍ଟ କରିଥିବା ବେଳେ ପରିଚୟ ଜଣା ପଡିନଥିବା ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କଙ୍କାଳୁ ଗ୍ରାମରେ ଗ୍ରହରାଜ ଶ୍ରୀ ଶନିଦେବ ଙ୍କ ମନ୍ଦିର ରେ ଶନିଦେବ ଙ୍କ ବାହନ ପ୍ରତିଷ୍ଠା ଉତ୍ସବ

କବିତା ସାହୁ ଙ୍କ କବିତା କୁଆଁର ପୁନେଇ 

Sunil Chandra Nayak

ଯୋଗିପଲାରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!