ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୋଲିସ ଈନଫର୍ମର ସନ୍ଦେହ ରେ ଯୁବକ କୁ ମାଓ ବାଦୀ ଙ୍କ ହତ୍ୟା

ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟରେ ପୁଣି ରକ୍ତମୁଖା ହୋଇ ଉଠିଛି ଲାଲ ବାହିନୀ । ଗତ କାଲି ରାତିରେ ଢେକୁନପାଣି ଗାଁ ମୁଣ୍ଡରେ ମାଓବାଦୀ ମାନେ ପୁଲିସ ଇନଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ସୂଚନା ମିଳିଛି । ମୃତକ ଯୁବକ ଅନନ୍ତରାମ ରାଉତ(୪୦) ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଛତିଶଗଡ଼ ରାଜ୍ୟ ନାଗର ଗାଁର ଜଣେ ଯୁବକ ସୁନାବେଡା ଅଭୟାରଣ୍ୟ ଅଧିନ କୋମନା ଥାନା ଢେକୁନପାଣି ଗାଁରେ ରହୁଥିଲେ । ଗତ କାଲି ରାତିରେ ଯୁବକ ଜଣକ ଶୋଇଥିବା ବେଳେ ମାଓବାଦୀ ମାନେ ତାଙ୍କୁ ଘରୁ ଡାକି ନେଇ ଗାଁ ମୁଣ୍ଡରେ ହତ୍ୟା କରିଥିବା ସୂଚନା ମିଳିଛି । ମୃତକ ଯୁବକ ଅନନ୍ତ ରାମ ରାଉତ ବୋଲି ଜଣା ପଡ଼ିଛି । ଏବେ ଗାଁ ମୁଣ୍ଡରେ ରକ୍ତ ଜୁଡୁବୁଡୁ ମୃତ ଦେହ ପଡି ରହିଥିବା ବେଳେ ଗାଁରେ ଭୟର ବାତାବରଣ ଖେଳି ଯାଇଛି । ଏହା ଏକ ଦୁର୍ଗମ ଓ ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ବର୍ତ୍ତମାନ ସୁଦ୍ଧା ଘଟଣା ସ୍ଥଳରେ ପୁଲିସ ପହଂଚି ପାରି ନାହିଁ । ତେବେ ପୁଲିସ ଇନଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ହତ୍ୟା କରିଥିବା ପୁଲିସ ସ୍ପଷ୍ଟ କରିଥିବା ବେଳେ ପରିଚୟ ଜଣା ପଡିନଥିବା ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଦୟନୀୟ ଅବସ୍ଥାରେ ଉତ୍ତେଇ କେନାଲ ,ବିଭାଗୀୟ ଅଧିକାରୀ କି ସରକାର ର ନିଘା ନାହିଁ

Sunil Chandra Nayak

ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଘଣ୍ଟମାଳ ସ୍କୁଲ୍ ପରିଦର୍ଶନ

ଉଦାହରଣ ଟ୍ରଷ୍ଟ ର ତୃତୀୟ ସହୀଦ ସମ୍ମାନ ସମାରୋହ ଆସନ୍ତା ୧୪ ରେ……

masiha

Leave a Comment

error: Content is protected !!