ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଙ୍କାଳୁ ଗ୍ରାମରେ ଗ୍ରହରାଜ ଶ୍ରୀ ଶନିଦେବ ଙ୍କ ମନ୍ଦିର ରେ ଶନିଦେବ ଙ୍କ ବାହନ ପ୍ରତିଷ୍ଠା ଉତ୍ସବ

ଢେଙ୍କାନାଳ ଜିଲ୍ଲା ର ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ କଙ୍କାକୁ ଗ୍ରାମ ରେ ପବିତ୍ର ବୈଶାଖ ମାସ ଶୁକ୍ଳପକ୍ଷ ଦଶମୀ ତିଥି ରେ ଗ୍ରହ ରାଜ ଶ୍ରୀ ଶନି ଦେବ ଙ୍କ ମନ୍ଦିର ସମ୍ମୁଖରେ ଶ୍ରୀଯୁକ୍ତ ରୁଦ୍ର ନାରାୟଣ ପାଣିଗ୍ରାହୀ ଙ୍କ ବଦାନ୍ୟତା ରେ ଶନିଦେବଙ୍କ ବାହନ ପ୍ରତିଷ୍ଠା କରାଯାଇଛି ।ଏତଦ ବ୍ୟତୀତ ଗ୍ରାମ୍ୟ ପରିଚାଳନା କମିଟି ସଭାପତି ରାକେଶ ଚନ୍ଦ୍ର ବେହେରା, ସମେତ ହୃଦାନନ୍ଦ ପଣ୍ଡା,ଓ ଗ୍ରାମ ର ଉତ୍ସାହୀ ଯୁବ ଗୋଷ୍ଠୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏଠାରେ ନାମ ସଙ୍କୀର୍ତ୍ତନ, ହୋମ, ଯଜ୍ଞ ଓ ପ୍ରସାଦ ସେବନ କର୍ଯ୍ୟକ୍ରମ ସମାପନ ହୋଇଛି । ହରିବୋଲ ହୁଳହୁଳି, ନାମ ସଙ୍କୀର୍ତ୍ତନ ର ପବିତ୍ର ଧ୍ଵନି ପ୍ରତିଧ୍ଵନି ମୁଖରିତ ଏହି ପବିତ୍ର ଆଧ୍ୟାତ୍ମିକ ପରିବେଶ ରେ ଶତାଧିକ ଭକ୍ତ, ପୁରୁଷ, ମହିଳା ସାମିଲ୍ ହୋଇ ଗ୍ରହ ରାଜ ଙ୍କ ଆଶିଷ ଭିକ୍ଷା କରିଛନ୍ତି।

ଢେଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ର ସମୟ ସୀମାବୃଦ୍ଧି

Sunil Chandra Nayak

ଧର୍ମଗଡ ବ୍ଲକ ରେ ଭୀମ ଭୋଇ ସାମର୍ଥ୍ୟ ଶିବିର

Sunil Chandra Nayak

ଚିତ୍ତ ରଞ୍ଜନ ଦେହୁରୀ ଙ୍କ କବିତା ମାଦକତା

Sunil Chandra Nayak

Leave a Comment

error: Content is protected !!