ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆର.ଏମ.ସି ପରିସର ମଧ୍ୟରେ ଧାନ ମଣ୍ଡି ଉଦଘାଟିତ                   

 ରାଇଘର/, ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସଦମହକୁମା ସ୍ଥିତ ଆର.ଏମ. ସି ମଣ୍ଡି ପରିସରରେ ଶନିବାର ଧାନ ମଣ୍ଡି ର ଶୁଭ ଉଦଘାଟନ ହୋଇଯାଇଛି। ଏହି ମଣ୍ଡି ଉଦଘାଟନ ରେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ,। ବ୍ଲକ ଅଧ୍ୟକ୍ଷା ନବୀନା ନାୟକ, ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ଦେବାଶିଷ କର ଅତିରିକ୍ତ ଗୋଷ୍ଟି ଉନ୍ନୟନ ଅଧିକାରୀ ବିଜୟ କୁମାର ସେଠୀ, ରାଇଘର ବ୍ଲକ ଏ.ଇ ସିଦ୍ଧାର୍ଥ ରଣା, ବିକାଶ ପରିଷଦ ଅଧ୍ୟକ୍ଷ ଉପେନ୍ଦ୍ର ଗଣ୍ଡ ଏକ ନୋ ଜିଲ୍ଲା ପରିଷଦ ସଭ୍ୟ ଯତୀନ୍ଦ୍ର ଗଣ୍ଡ 2ନୋ, ଜିଲ୍ଲାପରିଷଦ ସଭ୍ୟ ନାନର ଖରା,, 3ନମ୍ୱର ଜିଲ୍ଲା ପରିଷଦ ସଭ୍ୟା ତଥା ଜିଲ୍ଲା ପରିଷଦ ଉପଦ୍ଧକ୍ଷା ଲିପିକା ବରୋଇ, ସ୍ଥାନୀୟ ସରପଂଚ ଲମ୍ବୋଦର ମାଝୀ, ପୂର୍ବତନ ବିଧାୟକ ସୁବାଷ ଗଣ୍ଡ, ଲ୍ୟାମ୍ପସ ସଭାପତି ରାଇସିଁ ଗଣ୍ଡ,ସୋନ୍ତୋଷ ମହାପାତ୍ର, ଶୁକଦେବ ଗଣ୍ଡ ଶିବ ନାଥ ବାନାର୍ଜୀ ଙ୍କ ସମେତ ଯୋଗାଣ ଅଧିକାରୀ ଦୀପକ କୁମାର୍ ପାତ୍ର, ଆର, ଏମ, ସି ର, ପେଶିଲାଲ ହଲୱା, ମହେଶ ହାଲୱା, ଭାଇ ରାମ୍ ହାଲୱା , ଲ୍ୟାମସ ପରିଚାଳନା ନିର୍ଦ୍ଦେଶକ ନିରାକାର ରାଉତ ଓ ବହୁ ଚାଷୀ ଙ୍କ ଉପସ୍ଥିତି ରେ ପ୍ରଦିପ ପ୍ରଯୋଳନ ସହ ଧାନ ମଣ୍ଡି ଉଦଘାଟନ ହୋଇ ଯାଇଛି। ଆଜି ମଣ୍ଡି ଉଦଘାଟନ ପରେ ବହୁ ଚାଷୀ ଅଭିଯୋଗ କରିଥିଲେ ଯେ ଗତ ବର୍ଷ ଚାଷୀ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହି ବର୍ଷ ତାହାର ଯେମିତି ପୁନରାବୃତ୍ତି ନକରିବା ତଥା ଆମେ ଝୋଟ ବସ୍ତା ଗୋଟିକୁ 32 ଟଙ୍କା ପଡ଼ୁଥିବା ବେଳେ ଆମକୁ ବହୁତ ବାଧ୍ମଛି ତେଣୁ ଆମେ ଏହି ବର୍ଷ ଜରି ବସ୍ତା ରେ ଧାନ ମଣ୍ଡି କୁ ଆଣିବୁ। ଯଦି ବା ଧାନ ଝୋଟ ବସ୍ତା ରେ ଦେବୁ ତାହା ହେଲେ ବସ୍ତା ଫେରାଇ ନେବୁ ନଚେତ୍ ଆମକୁ ବସ୍ତା ର ପଇସା ଦେବାକୁ ଚାଷୀ କହିବା ଦେଖିବାକୁ ମିଳିଥିଲା। ଏଵଂ ମିଲର ମାନେ କ୍ଵିଣ୍ଟାଲ ପିଛା ସାତ ରୁ ଆଠ କିଗ୍ରା ଧାନ କାଟି କି ନେଉଥିବା ଚାଷୀ ମାନେ ଅଭିଯୋଗ କରିଥିଲେ। ବିଧାୟକ , ଗୋଷ୍ଟି ଉନ୍ନୟନ ଅଧିକାରୀ ଙ୍କ ସମେତ ଉପସ୍ଥିତ ଥିବା ଅତିଥି କହିଥିଲେ ଯେ ଚାଷୀ ଯେମିତି କୌଣସି ଅସୁବିଧାର ସମ୍ମୁଖୀନ ନହେବେ ତାହା ଉପରେ ନଜର ଦେବାକୁ । ତାସହ ମିଲର୍ ମାନଂକୁ ମଧ୍ଯ ଏହା ଉପରେ ନଜର ଦେବାକୁ ତାଗିଦ୍ କରିଥିଲେ। ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ସାଧାରଣ ଧାନ କ୍ୟୁଣ୍ଟାଲ ଫିଛା 2040 ଟଙ୍କା, ଏବଂ କ ଶ୍ରେଣୀ ର ଧାନ କ୍ୟୁଣ୍ଟଲ ପିଛା 2060 ଟଙ୍କା ଧାର୍ଯ୍ୟ କରାଯାଇଛି। ତସହ ବ୍ଲକ ର ରାଇଘର ମଣ୍ଡି ଠାରେ ବୁଧବାର, ଶନିବାର , ଗୋନା ଠାରେ ଶୁକ୍ରବାର ଦିନ, ଯୋଡିଙ୍ଗା ଠାରେ ମଙ୍ଗଳବାର ଦିନ, ହଟଭରାଣ୍ଡି ଠାରେ ଗୁରୁବାର ଦିନ, ମହଣ୍ଡ ଠାରେ ସୋମବାର ଦିନ ଧାନ କ୍ରୟ ବିକ୍ରୟ ନିମନ୍ତେ ଦିନ ଧାର୍ଯ୍ୟ କରାଯାଇଛି।

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବେଣୁଧର ସୂତାର ଙ୍କ କବିତା ନିରବ ସ୍ୱାକ୍ଷର 

Sunil Chandra Nayak

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ହଜିଲା ଦରଵ:-୬

Sunil Chandra Nayak

ଢେଙ୍କାନାଳ ସଦର ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ -୨୦୨୨ରେ ବି. ବି.ହାଇସ୍କୁଲ, ଢ଼େଙ୍କାନାଳର ସଫଳତା 

Sunil Chandra Nayak

Leave a Comment

error: Content is protected !!