ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ୟୁଥ କ୍ଲବ ର ସ୍ବେଛସେବୀ କାର୍ଯ୍ୟକ୍ରମ

କାମାକ୍ଷାନଗର(ମ ନି ସ) ୧୦/୧୨_କାମାକ୍ଷାନଗର ମହିଳା ମହାବିଦ୍ୟାଳୟ ପରିସର ରେ ବିମଳଜ୍ୟୋତି ୟୁଥ୍ କ୍ଲବ୍ ଓ ନେହେରୁ ଯୁବ କେନ୍ଦ୍ରସଂଗଠନ ଢେଙ୍କାନାଳ ର ମିଳିତ ସହଯୋଗରେ ସ୍ୱେଚ୍ଛାସେବୀ ପଞ୍ଜିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଯୁକ୍ତ ଦୁଇ ମହିଳା ମହାବିଦ୍ୟାଳୟ ର ଅଧ୍ୟକ୍ଷ ନିଗମାନନ୍ଦ ସାହୁ ଙ୍କ ସଭାପତିତ୍ବ କରି ଥିବା ବେଳେ ମୂଖ୍ୟ ଅତିଥି ଭାବେ ଏନ୍. ଏ. ସି ର ଉପନଗରପାଳ ଶକୁନ୍ତଳା ସେଠୀ, ମୁଖ୍ୟବକ୍ତା ସଂଯୋଜକ/ନିର୍ଦ୍ଦେଶକ – ଅଶୋକ କୁମାର ଦାସ, ଆକାଉଣ୍ଟାଣ୍ଟ ଶଶାଙ୍କ ଶେଖର ମହାପାତ୍ର ଓ ସମ୍ମାନିତ ଅତିଥି ଭାବେ +୩ ଓଡ଼ିଆ ଓଡ଼ିଆ ଅଧ୍ୟାପିକା ରେଣୁବାଳା ପଣ୍ଡା ଯୋଗ ଦେଇଥିଲେ lସ୍ବେଛାସେବୀ ମାନେ ନିଜ କର୍ତ୍ତବ୍ୟ କୁ ସୁଚାରୁ ରୁପେ ସଂପାଦନ କରି ସମାଜକୁ ଏକ ନୂତନ ଦିଗ୍ଦର୍ଶନ ସହ ସୁସ୍ଥ ସମାଜ ଗଠନ ରେ ସହାୟକ ହେବାକୁ ଶପଥ ଗ୍ରହଣ କରିଥଲେ। ଏହି ପରିପ୍ରେକ୍ଷୀରେ ସମସ୍ତ ସ୍ବେଛାସେବୀ ନିଜର ନାମ ପଞ୍ଜିକରଣ କରିବା ସହ ଅନ୍ୟ ମାନଙ୍କୁ ଚାରା ବଣ୍ଟନ କରିବାରେ ସହଯୋଗ କରିଥିଲେ। ପ୍ରତ୍ୟେକ ସ୍ବେଛସେବୀ ନିଜର ବ୍ୟକ୍ତିଗତ ରୁଚି କାର୍ଯ୍ୟକ୍ରମ ମାଧ୍ୟମ ରେ ପରିପ୍ରକାଶ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ୧୦୦ ରୁ ଉର୍ଦ୍ଧ୍ବ ସ୍ବେଚ୍ଛାସେବୀ ଯୋଗଦାନ କରିଥିଲେ।

କାମାକ୍ଷନଗର ରୁ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ଢେଙ୍କାନାଳ ଟ୍ରାଫିକ ସମସ୍ୟା ବାବଦରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କୁ ଦାବିପତ୍ର ସହ ଆଲୋଚନା

Sunil Chandra Nayak

ଲଡୁଗାଁ ରେ ଦୁର୍ଗାପୂଜା ପାଇଁ ମାଟି ପୂଜନ 

Sunil Chandra Nayak

ରାଜ୍ୟ ସ୍ତରୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତା ରେ ନବରଙ୍ଗପୁର ପ୍ରତିଯୋଗୀ ଙ୍କୁ ମିଳିଲା ସ୍ଵର୍ଣ୍ଣ

Sunil Chandra Nayak

Leave a Comment

error: Content is protected !!