ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ୟୁଥ କ୍ଲବ ର ସ୍ବେଛସେବୀ କାର୍ଯ୍ୟକ୍ରମ

କାମାକ୍ଷାନଗର(ମ ନି ସ) ୧୦/୧୨_କାମାକ୍ଷାନଗର ମହିଳା ମହାବିଦ୍ୟାଳୟ ପରିସର ରେ ବିମଳଜ୍ୟୋତି ୟୁଥ୍ କ୍ଲବ୍ ଓ ନେହେରୁ ଯୁବ କେନ୍ଦ୍ରସଂଗଠନ ଢେଙ୍କାନାଳ ର ମିଳିତ ସହଯୋଗରେ ସ୍ୱେଚ୍ଛାସେବୀ ପଞ୍ଜିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଯୁକ୍ତ ଦୁଇ ମହିଳା ମହାବିଦ୍ୟାଳୟ ର ଅଧ୍ୟକ୍ଷ ନିଗମାନନ୍ଦ ସାହୁ ଙ୍କ ସଭାପତିତ୍ବ କରି ଥିବା ବେଳେ ମୂଖ୍ୟ ଅତିଥି ଭାବେ ଏନ୍. ଏ. ସି ର ଉପନଗରପାଳ ଶକୁନ୍ତଳା ସେଠୀ, ମୁଖ୍ୟବକ୍ତା ସଂଯୋଜକ/ନିର୍ଦ୍ଦେଶକ – ଅଶୋକ କୁମାର ଦାସ, ଆକାଉଣ୍ଟାଣ୍ଟ ଶଶାଙ୍କ ଶେଖର ମହାପାତ୍ର ଓ ସମ୍ମାନିତ ଅତିଥି ଭାବେ +୩ ଓଡ଼ିଆ ଓଡ଼ିଆ ଅଧ୍ୟାପିକା ରେଣୁବାଳା ପଣ୍ଡା ଯୋଗ ଦେଇଥିଲେ lସ୍ବେଛାସେବୀ ମାନେ ନିଜ କର୍ତ୍ତବ୍ୟ କୁ ସୁଚାରୁ ରୁପେ ସଂପାଦନ କରି ସମାଜକୁ ଏକ ନୂତନ ଦିଗ୍ଦର୍ଶନ ସହ ସୁସ୍ଥ ସମାଜ ଗଠନ ରେ ସହାୟକ ହେବାକୁ ଶପଥ ଗ୍ରହଣ କରିଥଲେ। ଏହି ପରିପ୍ରେକ୍ଷୀରେ ସମସ୍ତ ସ୍ବେଛାସେବୀ ନିଜର ନାମ ପଞ୍ଜିକରଣ କରିବା ସହ ଅନ୍ୟ ମାନଙ୍କୁ ଚାରା ବଣ୍ଟନ କରିବାରେ ସହଯୋଗ କରିଥିଲେ। ପ୍ରତ୍ୟେକ ସ୍ବେଛସେବୀ ନିଜର ବ୍ୟକ୍ତିଗତ ରୁଚି କାର୍ଯ୍ୟକ୍ରମ ମାଧ୍ୟମ ରେ ପରିପ୍ରକାଶ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ୧୦୦ ରୁ ଉର୍ଦ୍ଧ୍ବ ସ୍ବେଚ୍ଛାସେବୀ ଯୋଗଦାନ କରିଥିଲେ।

କାମାକ୍ଷନଗର ରୁ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ଉତ୍କଳ ସାଂସ୍କୃତିକ ପରିଷଦର ୩୨ତମ ବୋଇତ ବନ୍ଦାଣ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ମାଁ ମାଣିକେଶ୍ବରୀଙ୍କ ବିଶ୍ୱ ପ୍ରସିଦ୍ଧ ଛତର ଯାତ୍ରା ଉପଲକ୍ଷେ ଅନଲାଇନ କବିତା ଆସର

Sunil Chandra Nayak

ରାଜ୍ୟ ସରକାରଙ୍କ ଜିରୋ ଟଲରେନ୍ସ ନୀତିକୁ ଧର୍ମଗଡ଼ ବ୍ଲକରେ ବେଖାତିର

Leave a Comment

error: Content is protected !!