ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୋଟେର ଠାରେ ଭାରତ ବନ୍ଦ ପାଳନ

କୋକସରା,୨୫/୬-( ମ ନି ସ ) ରାଷ୍ତୀୟ ପରିବର୍ତ୍ତନ ମୋର୍ଚ୍ଚା, ବହୁଜନ କ୍ରାନ୍ତି ମୋର୍ଚ୍ଚା ଓ ଭାରତ ମୁକ୍ତି ମୋର୍ଚ୍ଚା ମିଳିତ ଆନୁକୂଲ୍ୟରେ ଆଜି ଭାରତ ର ଏକତା ଓ ଅଖଣ୍ଡତା କୁ ବିପଦ ରେ ପକାଉଥିବା ସଂଗଠନ ବିରୋଧ ରେ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହି କ୍ରମରେ କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ମୋଟେର ଠାରେ କର୍ମକର୍ତ୍ତା ମାନେ ଜାତୀୟ ରାଜପଥ ୨୬ କୁ ସକାଳ ୯ ଘଣ୍ଟା ରୁ ଦିନ ୧୧ ପର୍ଯ୍ୟନ୍ତ ୨ ଘଣ୍ଟା ଧରି ଅବରୋଧ କରିଥିଲେ, ଫଳରେ ଭବାନୀପାଟଣା ଜୟପୁର ଓ ମୁଖୀଗୁଡା ମଧ୍ୟରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ରାସ୍ତା ଅବରୋଧ ଫଳରେ ରାସ୍ତା ର ଦୁଇ ପାର୍ଶ୍ଵରେ ବହୁ ସଂଖ୍ୟକ ଗାଡି ମୋଟର ସହ ଯାତ୍ରୀ ଅଟକି ରହିଥିଲେ। ଘଟଣାସ୍ଥଳରେ ଆଇନ ଶୃଙ୍ଖଳା ପାଇଁ କୋକସରା ପୋଲିସ ଓ ମୋଟେର ଫାଣ୍ଡି ଅଧିକାରୀ ଉପସ୍ଥିତ ରହିଥିଲେ। ତେବେ ୨ ଘଣ୍ଟା ରାସ୍ତା ଅବରୋଧ କରିବା ପରେ ଦିନ ୧୧ ଘଣ୍ଟା ରେ ଆନ୍ଦୋଳନକାରୀ ମାନେ ରାସ୍ତାରୋକ ପ୍ରତ୍ୟାହୃତ କରିଥିଲେ । ପରେ ଯାତାୟାତ ସ୍ୱାଭାବିକ ହୋଇଥିବା ଦେଖିବାକୁ ମିଳିଛି। ମୋଟେର ଠାରେ ଭାରତ ବନ୍ଦ କାର୍ଯ୍ୟକ୍ରମ କୁ ରାଷ୍ଟ୍ରିୟ ପଛୁଆ ବର୍ଗ ଜିଲ୍ଲା ସଭାପତି ଆଦିତ୍ୟ ହଂସ, ରାଷ୍ଟ୍ରୀୟ ପଛୁଆ ବର୍ଗ ବ୍ଲକ ସଭାପତି କ୍ଷୀରସିନ୍ଧୁ ବୋଡକିଆ, ବେରୋଜଗାର ମୋର୍ଚ୍ଚା ଜିଲ୍ଲା ସଭାପତି ଚନ୍ଦ୍ର ଶେଖର ଗୋପାଳ, ଗୋପାଳ ଧଙ୍ଗଡା ମାଝୀ, ରମେଶ ବେମାଲ, ସୁଶାନ୍ତ ଚଳାନ, ପର୍ଶୁରାମ ଶବର, ଡମ ସିଂ, ବଳଦେବ ଜାଳ, ମୁନ୍ନା ହାତୀ, ସଞ୍ଜୟ ଶବର, କୁଶ ଶବର, କାମେଶ୍ୱର ସିଂ ସମେତ ବିଭିନ୍ନ ସଂଗଠନ ର କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।

Related posts

ରାଜ୍ୟ ସରକାରଙ୍କ ଜିରୋ ଟଲରେନ୍ସ ନୀତିକୁ ଧର୍ମଗଡ଼ ବ୍ଲକରେ ବେଖାତିର

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଏକ ନୂଆ ସକାଳ

Sunil Chandra Nayak

ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତରଖାନା ର ଭିତ୍ତିଭୁମି ଓ ଅବଶ୍ୟକତା ପରଖିଲେ ଏ ଡି ଏମ ଓ

Sunil Chandra Nayak

Leave a Comment

error: Content is protected !!