ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲେଶ୍ଵରରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ,ବନ୍ଦ କଲେ ଦରମା ଗଣିଲେ ଜୋରିମାନା

ବାଲେଶ୍ଵର,୨୫/୬/୨୨- ଓଡିଶାର ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ବାଲେଶ୍ଵର ସ୍ଥିତ ଗାନ୍ଧୀସ୍ମୃତି ଭବନ ପରିସରରେ ଅନୁଷ୍ଠିତ ଶିକ୍ଷା ବିଭାଗର ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସିଥିଲେ । ଏହି ଅବସରରେ ବାଲେଶ୍ଵର ସହରର ୫ଟି ସ୍କୁଲକୁ ଅଚାନକ ଯାଞ୍ଚ କରିଥିଲେ । ଉକ୍ତ ଯାଞ୍ଚ ବେଳେ ମହାବୀର ନୋଡାଲ ୟୁପି ସ୍କୁଲର ତୃତୀୟ ଶ୍ରେଣୀ ପିଲା ମାନଙ୍କୁ ପଣକିଆ ପଚାରିଥିଲେ । ହେଲେ ପିଲାମାନେ କହିପାରି ନଥିଲେ । ସେଥିପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ କରିବା ସହିତ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ଏଥିସହିତ ତା ୨୫/୬/୨୨ ରିଖ ଠାରୁ ୧୫ ଦିନ ଭିତରେ ନୋଟିସ୍ ର ଉତ୍ତର ଦେବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।

        ସେହିପରି ବିଧାୟକ ସ୍ବରୂପ ଦାସ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କୁ ବାଇକ୍ ରେ ବସାଇ ସହର ବୁଲାଉଥିଲେ । ହେଲେ ଉଭୟ ହେଲମେଟ୍ ବ୍ଯବହାର କରିନଥିଲେ । ସେଥିପାଇଁ ତାଙ୍କୁ ଏକ ହଜାର(୧୦୦୦) ଟଙ୍କା ଜୋରିମାନା ସ୍ବରୂପ ଦେବାକୁ ପଡିଛି । ଟ୍ରାଫିକ ଥାନାରେ ପହଞ୍ଚି ଏକ ହଜାର ଟଙ୍କା ଦେଇଛନ୍ତି ବିଧାୟକ ସ୍ବରୂପ ଦାସ, ଯାହା ଖବର ସଂଗ୍ରହରୁ ଜଣାପଡିଛି । ଅନ୍ୟ ମାନଙ୍କ ପାଇଁ ଏହା ମଧ୍ୟ ଏକ ସଚେତନତା ମୂଳକ ହେବ ବୋଲି ଅନୁମାନ କରାଯାଇଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା କାହିଁକି ଏମିତି କରେ

Sunil Chandra Nayak

ନବରଙ୍ଗପୁର ମହାବିଦ୍ୟାଳୟକୁ ସରକାରୀ କଲେଜର ମାନ୍ୟତା ପାଇଁ ଦାବି କଲା ଆଲୁମିନାଇ କମିଟି 

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ଶେଷ ସପନର ରାତି

Sunil Chandra Nayak

Leave a Comment

error: Content is protected !!