ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଧାୟକ ଯୋଗଦେଲେ ଗଣେଶ ବିସର୍ଜନ ଉତ୍ସବରେ ନାଚି ନଚାଇଲେ ସମସ୍ତଙ୍କୁ

ନବରଙ୍ଗପୁର — (ମ ନିସ) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଚଚରାଗୁଡାପଞ୍ଚାୟତର ଗଣେଶ ଭଷାଣୀ ଉତ୍ସବରେ ମୁଖ୍ୟ ଅତିଥି ରୁପେ ଲୋକପ୍ରିୟ ସର୍ବଜନ ଆଦ୍ରୁତ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ,ସମ୍ମାନୀତ ଅତିଥି ରୁପେ ଡାବୁଗାଁ ବ୍ଲକ ଅଧକ୍ଷା ବୀଣା ମାଝି ଯୋଗଦେଇ ଉତ୍ସବକୁ ଉତ୍ସବ ମୁଖର କରି ଥିଲେ।ତାଙ୍କ ଆଗମନରେ ଗଣେଶ ପୁଜା କମିଟି ଓ ଗ୍ରାମବାସୀ ବେଶ୍ ଆନନ୍ଦିତ ହେବା ସହ ବିଧାୟକଙ୍କୁ ଅଭିର ଲଗାଇ ନାଚି ଥିବାବେଳେ ବିଧାୟକ୍ ଙ୍କୁ କାନ୍ଧରେ ବସାଇ ନାଚି ବହୁ ଆନନ୍ଦିତ ହୋଇ ଥିଲେ।ଚଚରାଗୁଡା ଭଷାଣୀ ଉତ୍ସବ ସାରି କୋଷାଗୁମୁଡା ବ୍ଲକ ଦ୍ଵାଦଶ କାର୍ଜ୍ୟରେ ଜୁରିଗଦା ଗ୍ରାମରେ ପହଞ୍ଚି ଲୋକମାନଙ୍କ ସହ ସୁଖ ଦୁଖରେ ସାମିଲ ହୋଇଥିଲେ। କୋଷାଗୁମୁଡା ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ରର ଉନ୍ନତି କରଣ ନିମନ୍ତେ ୫,୬୭,୭୪୫ ଟଙ୍କା ମଞ୍ଜୁର୍ ହୋଇ ଥିବା ଚିଠି ଦେଖି ସେଠାକାର କର୍ମିମାନଙ୍କ ସହ ସେଠାକାର ଲୋକେ ମନଖୁସିରେ ନାଚିଥିଲେ।ସେଠାରୁ ପାପଡାହାଣ୍ଡି ବ୍ଲକ ସେମେଳା ଗ୍ରାମରେ ଗଣେଶ ବିସର୍ଜନ ପରେ ପ୍ରସାଦ ସେବନ ପାଇଁ ଜୋଗଦେଇ ସମସ୍ତଙ୍କ ସହ୍ ଆନନ୍ଦ ନେଇଥିଲେ।ପାପଡାହାଣ୍ଡି ବ୍ଲକ ଉପାଧକ୍ଷ ଜୁବନେତା ସୁଶାନ୍ତ ବେହେରା ମଧ୍ୟ ଜୋଗଦେଇ ଜନସାଧାରଣ ଙ୍କ ସୁଖ ଦୁଖରେ ସାମିଲ୍ ହୋଇ ଆନନ୍ଦିତ ହୋଇଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିୟୁଜ୍।

Related posts

ନଗେନ୍ଦ୍ର କୁମାର ରାଉତ ଙ୍କ କବିତା ଲୀଳାମୟୀ ମା ମହାମାୟୀ

Sunil Chandra Nayak

ଭାଲୁ ଆକ୍ରମଣ ରେ ଜଣେ ଗୁରୁତର

Sunil Chandra Nayak

ବିଶୋଇ ଥାନା ! ଦନ୍ତା ଆକ୍ରମଣରେ ବୃଦ୍ଧ ଚାଷୀ ମୃତ 

Sunil Chandra Nayak

Leave a Comment

error: Content is protected !!