ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ବଇଁଶୀ ବାଜୁନି ଆଉ କୁଞ୍ଜରେ

ବଇଁଶୀ ବାଜୁନି ଆଉ କୁଞ୍ଜରେ

ଉପେନ୍ଦ୍ର କୁମାର ବସ୍ତିଆ

   

କାହ୍ନୁରେ••••

ବଇଁଶୀ ବାଜୁଛି ନୀଳାଚଳରେ 
ଶ୍ରୀ ରାଧା ଝୁରଇ ବୃନ୍ଦାବନରେ
ତୁମେ ଗଲାଦିନୁ କାହ୍ନୁ 
ଝୁରଇ ଏ ବୃନ୍ଦାବନ 
ଝୁରଇ ଯମୁନା ତଟ 
ଝୁରେ ଆଜି ବ୍ରଜଗଣ 

କାହ୍ନୁରେ••••

ତରଙ୍ଗ ଉଠେନା ଯମୁନାରେ 
ବଇଁଶୀ ବାଜୁନି ଆଉ କୁଞ୍ଜରେ  
ଶ୍ରୀ ରାଧା ଝୁରଇ ବୃନ୍ଦାବନରେ ।
ବାଜୁନି ମୁରଲୀ ସଂଜେ 
ଶୁଭୁନି ଚହଳ କୁଞ୍ଜେ 
କଦମ୍ବ ଯମୁନା ଖୋଜେ 
ନିଶ୍ଚଳ ଲାଗୁଛି ବ୍ରଜେ 

କାହ୍ନୁରେ••••

ବଇଁଶୀ ବାଜୁନି ଆଉ କୁଞ୍ଜରେ 
ଶ୍ରୀରାଧା ଝୁରଇ ବୃନ୍ଦାବନରେ ।
କେଳି କରୁଥିଲ ଦିନେ 
ଯମୁନା କୂଳରେ ଯାଇ 
ସେବା ପାଉ ଅଛ ଆଜି 
ବଡ ଦେଉଳରେ ରହି 

କାହ୍ନୁରେ••••

କେଉଁ ଅଭିମାନେ ନୀଳାଚଳରେ।
ବଇଁଶୀ ବାଜୁନି ଆଉ କୁଞ୍ଜରେ 
ଶ୍ରୀ ରାଧା ଝୁରଇ ବୃନ୍ଦାବନରେ ।
ରାଧାରାଣୀ ତୁମପାଇଁ 
କଳଙ୍କ ପସରା ବୋହି 
ଶାଶୁ ନଣନ୍ଦ ଗଞ୍ଜଣା 
ହିସାବ କିତାବ ନାହିଁ 

କାହ୍ନୁରେ••••

ରାଧାପ୍ରେମେ ଏକି ପ୍ରୀତି ଦାନରେ 
ବଇଁଶୀ ବାଜୁନି ଆଉ କୁଞ୍ଜରେ 
ଶ୍ରୀ ରାଧା ଝୁରଇ ବୃନ୍ଦାବନରେ ।
ଯେମିତି ଭୁଲିଲ ତୁମେ 
ସ୍ନେହ,ପ୍ରୀତି ଦାନକୁ 
ସେମିତି ଭିଲିବ ଦିନେ 
ଭକ୍ତ ଜନ ମାନଙ୍କୁ 

କାହ୍ନୁରେ••••

ତୁମର ଏହିକି ଗୀତା ଜ୍ଞାନରେ 
ବଇଁଶୀ ବାଜୁନି ଆଉ କୁଞ୍ଜରେ 
ଶ୍ରୀ ରାଧା ଝୁରଇ ବୃନ୍ଦାବନରେ ।

ରାଉରକେଲା

Related posts

ବଡ଼ ଖବର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ଙ୍କର ଗିରଫ କୁ ନେଇ ଫୁଲବାଣୀ ପ୍ରେସକ୍ଳବ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ

ଜମି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୭ ଆହତ

Sunil Chandra Nayak

କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ପୁଷ୍ପେନ୍ଦ୍ର ସିଂହଦେଓ

Sunil Chandra Nayak

Leave a Comment

error: Content is protected !!