ବଇଁଶୀ ବାଜୁନି ଆଉ କୁଞ୍ଜରେ
ଉପେନ୍ଦ୍ର କୁମାର ବସ୍ତିଆ
କାହ୍ନୁରେ••••
ବଇଁଶୀ ବାଜୁଛି ନୀଳାଚଳରେ
ଶ୍ରୀ ରାଧା ଝୁରଇ ବୃନ୍ଦାବନରେ
ତୁମେ ଗଲାଦିନୁ କାହ୍ନୁ
ଝୁରଇ ଏ ବୃନ୍ଦାବନ
ଝୁରଇ ଯମୁନା ତଟ
ଝୁରେ ଆଜି ବ୍ରଜଗଣ
କାହ୍ନୁରେ••••
ତରଙ୍ଗ ଉଠେନା ଯମୁନାରେ
ବଇଁଶୀ ବାଜୁନି ଆଉ କୁଞ୍ଜରେ
ଶ୍ରୀ ରାଧା ଝୁରଇ ବୃନ୍ଦାବନରେ ।
ବାଜୁନି ମୁରଲୀ ସଂଜେ
ଶୁଭୁନି ଚହଳ କୁଞ୍ଜେ
କଦମ୍ବ ଯମୁନା ଖୋଜେ
ନିଶ୍ଚଳ ଲାଗୁଛି ବ୍ରଜେ
କାହ୍ନୁରେ••••
ବଇଁଶୀ ବାଜୁନି ଆଉ କୁଞ୍ଜରେ
ଶ୍ରୀରାଧା ଝୁରଇ ବୃନ୍ଦାବନରେ ।
କେଳି କରୁଥିଲ ଦିନେ
ଯମୁନା କୂଳରେ ଯାଇ
ସେବା ପାଉ ଅଛ ଆଜି
ବଡ ଦେଉଳରେ ରହି
କାହ୍ନୁରେ••••
କେଉଁ ଅଭିମାନେ ନୀଳାଚଳରେ।
ବଇଁଶୀ ବାଜୁନି ଆଉ କୁଞ୍ଜରେ
ଶ୍ରୀ ରାଧା ଝୁରଇ ବୃନ୍ଦାବନରେ ।
ରାଧାରାଣୀ ତୁମପାଇଁ
କଳଙ୍କ ପସରା ବୋହି
ଶାଶୁ ନଣନ୍ଦ ଗଞ୍ଜଣା
ହିସାବ କିତାବ ନାହିଁ
କାହ୍ନୁରେ••••
ରାଧାପ୍ରେମେ ଏକି ପ୍ରୀତି ଦାନରେ
ବଇଁଶୀ ବାଜୁନି ଆଉ କୁଞ୍ଜରେ
ଶ୍ରୀ ରାଧା ଝୁରଇ ବୃନ୍ଦାବନରେ ।
ଯେମିତି ଭୁଲିଲ ତୁମେ
ସ୍ନେହ,ପ୍ରୀତି ଦାନକୁ
ସେମିତି ଭିଲିବ ଦିନେ
ଭକ୍ତ ଜନ ମାନଙ୍କୁ
କାହ୍ନୁରେ••••
ତୁମର ଏହିକି ଗୀତା ଜ୍ଞାନରେ
ବଇଁଶୀ ବାଜୁନି ଆଉ କୁଞ୍ଜରେ
ଶ୍ରୀ ରାଧା ଝୁରଇ ବୃନ୍ଦାବନରେ ।
ରାଉରକେଲା