ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁରରେ ଶହୀଦ ନୁଦୁରାମ ସୋରେନ ଟ୍ରଷ୍ଟ ଆନୁକୂଲ୍ୟରେ ୭୬ ତମ ସ୍ବାଧିନତା ଦିବସ ପାଳିତ

ମୟୂରଭଞ୍ଜ – ୧୬/୮/୨୨(ମସିହା) ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁରରେ ଶହୀଦ ନୁଦୁରାମଙ୍କ ଛକରେ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଶହୀଦ ନୁଦୁରାମ ଟ୍ରଷ୍ଟ ଆନୁକୂଲ୍ୟରେ ଯୁବ ସମାଜସେବୀ ମନୋରଂଜନ ହାଁସଦା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅଜାଦା କୀ ଅମୃତ ମହୋତ୍ସବ ଏବଂ ୭୬ ତମ ସ୍ବାଧିନତା ଦିବସ ଅବସରରେ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ପୌରପାଳିକା ଅଧ୍ୟକ୍ଷ ଶ୍ରୀ ଅଭିଷେକ ପଟନାୟକ ବଲଓ୍ବାନ ଘାଟୀରେ ଶହୀଦ ହୋଇଥିବା ରାଇରଙ୍ଗପୁର ଅଂଚଳର ସୁଯୋଗ୍ୟ ବୀର ସନ୍ତାନ ଶହୀଦ ନୁଦୁରାମ ସୋରେନଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ତାଙ୍କ ସହିତ ପୌର ଉପାଧ୍ଯକ୍ଷା ମମିତା ଚୌଧୂରୀ,ପୌରଅଧିକାରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ଶତପଥୀ,ପୌର କାଉନସିଲର ବୃନ୍ଦ, ଶହୀଦଙ୍କ ପତ୍ନୀ ଲକ୍ଷ୍ମୀରାଣୀ ସୋରେନ, ଏବଂ ତାଙ୍କର ୨ କନ୍ଯା ଜ୍ଞାନେଶ୍ବରୀ,ମାନସୀ ଏବଂ ସୋନାଲି, ଉପଦେଷ୍ଟା ମୋଚୀରାମ ମାଝୀ,ଅଧ୍ୟାପକ ବିଜୟ ରାମ,କେପଟେନ ମହେନ୍ଦ୍ର ନାଥ ମହାନ୍ତ,,ଜୟପାଲ ମାର୍ଣ୍ଡୀ,ରାଜା ମହାନ୍ତ,ଲୁଖନ ସୋରେନ,ସିଧା ସୋରେନ, ରାଜେନ୍ଦ୍ର ସୋରେନ ଏବଂ ଅନ୍ୟ ଶହୀଦପ୍ରେମୀମାନେ ସାମିଲ ହୋଇଥିଲେ।ପରେ ସେଠାରେ ମୁଖ୍ୟ ଅତିଥି ଶ୍ରୀ ଅଭିଷେକ ପଟ୍ଟନାୟକ ପତାକା ଉତ୍ତୋଳନ କରିଥିଲେ । ଭାରତ ମାତାକୀ ଜୟ ,ମହାତ୍ମା ଗାନ୍ଧୀକୀ ଜୟ,ନେତାଜୀ ସୁବାଷ ବୋଷ କୀ ଜୟ,ଶହୀଦ ନୁଦୁରାମ ସୋରେନ ଅମର ରହେ ନାରାରେ ପ୍ରକମ୍ପିତ ହୋଇଥିଲା ଶହୀଦ ଛକ । ଦେଶ ମାତୃକାର ସୁରକ୍ଷା ପାଇଁ ରାଇରଙ୍ଗପୁର ମାଟିର ଭୂମିପୁତ୍ର ନୁଦୁରାମଙ୍କ ବଳିଦାନ କେବେ ଅନ୍ୟଥା ଯିବ ନାହିଁ । ଯୁଗ ଯୁଗ ଧରି ସେ ଅମର ରହିବେ ବୋଲି ଅତିଥି କହିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ

Related posts

ମୟୂରଭଂଜ – ଧର୍ମପରାୟଣ ମହିଳା ସୁଚିତ୍ରା ପଣ୍ଡା ଙ୍କ ଏକାଦଶାହରେ ଗଭୀର ଶ୍ରଦ୍ଧାଞ୍ଜଳି

ଗୋଟିଏ ବାଲ୍ୟ ବିବାହ ଅଟକାଇଲା ଚାଇଲ୍ଡଲାଇନ ଓ ସମନିତ ଶିଶୁ ବିକାଶ ପ୍ରକଳ୍ପ

Sunil Chandra Nayak

ବିଜେଡ଼ି ଦଳ ପକ୍ଷରୁ ଜନସେବାରେ ଥଣ୍ଡା ପାନୀୟ ବଣ୍ଟନ

Leave a Comment

error: Content is protected !!