ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଂଗ୍ରେସ କର୍ମୀ ଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ କଂଗ୍ରେସ କର୍ମକର୍ତ୍ତା

କୋକସରା,୨୯/୧୦( ମ ନି ସ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଚିଲିଗୁଡା ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ତଥା କଂଗ୍ରେସ ଦଳର ଜଣେ ନିଷ୍ଠାପର କର୍ମୀ ସତ୍ୟନନ୍ଦ ବାଗଙ୍କ ଏକ ସଡକ ଦୁର୍ଘଟଣାରେ ଅକାଳ ମୃତ୍ୟୁ ହୋଇଥିବା ବେଳେ ଗୁରୁବାର ତାଙ୍କର ଏକାଦଶାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ କର୍ମୀ ଓ ତାଙ୍କ ଶୋକ ସନ୍ତାପ ପରିବାରକୁ ସମବେଦନା ଜଣାଇବା ପାଇଁ ବ୍ଲକ କଂଗ୍ରେସ କମିଟିର ସଭାପତି ଘନଶ୍ୟାମ ଜାଲ, ବରିଷ୍ଠ ନେତା ପୁରୁଷୋତ୍ତମ ଗୁପ୍ତା, ନିମାଇଁ ଚରଣ ଧଙ୍ଗଡାମାଝୀ, କେଶବ ଚନ୍ଦ୍ର ନାଏକ, କୀର୍ତ୍ତନ ଶବର, ମାର୍କଣ୍ଡ ବେମାଲ, ପୁର୍ବତନ ସଭାପତି ରାଜେନ୍ଦ୍ର ନାଏକ, ତ୍ରିଭୁବନ ନାଏକ ସମେତ ଅନ୍ୟ କଂଗ୍ରେସର କର୍ମକର୍ତ୍ତା ମାନେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଦେବାସହ ତାଙ୍କ ଅମର ଆତ୍ମାର ସଦଗତି ପାଇଁ କାମନା କରିଛନ୍ତି।

Related posts

କର୍ଲାକୋଟ ହାଇସ୍କୁଲରେ କଙ୍କାଳ ଠାବ

ରାଜା ଅନୁପ ସିଂହ ମେମୋରିଆଲ ଫୁଟବଲ ଟୁର୍ଣାମେଣ୍ଟ ଉଦଘାଟିତ

Sunil Chandra Nayak

ସଡକ ସୁରକ୍ଷା କୁ ନେଇ ଆମପାଣି ଠାରେ ରକ୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!