ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପଣ୍ଡିକୋଟ ପଂଚାୟତର ଦୁଇ ୱାର୍ଡବାସୀ 4 ମାସ ହେଲା ଚାଉଳ ପାଇବାରୁ ବଞ୍ଚିତ

ରାଜନୈତିକ ଅଭିଶନ୍ଧି ରଖି ବଣ୍ଟନ କରୁନଥିବା ଅଭିଯୋଗ

 ପାପଡାହାଣ୍ଡି,28/10, ମନିସ – କେନ୍ଦ୍ର ଓ ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଯୋଜନାରେ ଗରିବ ତଥା ଅସହାୟ ଲୋକଙ୍କ ଲାଗି ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ବଣ୍ଟନ କରୁଛନ୍ତି | ହେଲେ ବ୍ଲକର ବହୁ ପଂଚାୟତର ହିତାଧିକାରୀଙ୍କୁ ବିଭିନ୍ନ ଆଳରେ ଠିକ ସମୟରେ ଚାଉଳ ପାଉନଥିବା ଦେଖିବାକୁ ମିଳିଛି | ପ୍ରକୃତ ତଦନ୍ତରେ ଶିଥିଳତା ଯୋଗୁଁ ଏହାର ଚେର ଦିନକୁ ଦିନ ବଢିବାରେ ଲାଗିଥିବା ବେଳେ ବର୍ତମାନ ରାଜନୈତିକ ଅଭିଶନ୍ଧି ରଖି ଦୁଇ ୱାର୍ଡ ବାସି 4ମାସ ହେଲା ଚାଉଳ ପାଉନଥିବା ଅଭିଯୋଗ ହୋଇଛି | ବ୍ଲକର ଡେଙ୍ଗାଗୁଡା ପଂଚାୟତ ପରେ ବର୍ତମାନ ପଣ୍ଡିକୋଟ ପଞ୍ଚାୟତରେ ହିତାଧିକାରୀଙ୍କୁ 4 ମାସ ଚାଉଳ ବଣ୍ଟନ କରାଯାଇନଥିବା ଦେଖିବାକୁ ମିଳିଛି | ପଂଚାୟତର ମୋଟ 13 ଗୋଟି ୱାର୍ଡ ରହିଛି | ଚାନ୍ଦଲି ଗ୍ରାମକୁ କୁ 01 ଓ 02 ଟି ୱାର୍ଡ ବିଭକ୍ତ କରାଯାଇଛି | ପ୍ରାୟ 300 ହିତାଧିକାରୀ ଖାଦ୍ୟ ସୁରକ୍ଷା ଯୋଜନା ରୁ ଗତ ଅଗଷ୍ଟ, ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବର ମାସର ଚାଉଳ ପାଇଁ ବହୁ ବାର ପଞ୍ଚାୟତ କାର୍ଯ୍ୟଳୟ କୁ ଯାଉଥିଲେ ସୁଦ୍ଧା ସେମାନଂକୁ ଚାଉଳ ପ୍ରଦାନ କରାଯାଉ ନ ଥିବା ଦେଖିବାକୁ ମିଳିଛି | ଗତ ଅଗଷ୍ଟ ଓ ସେପ୍ଟେମ୍ବର ମାସ ର ଚାଉଳ ଟୋକେନ ଲୋକଙ୍କୁ ଦିଆଯାଇଛି କିନ୍ତୁ ଚାଉଳ ଦିଆଯାଇ ନାହିଁ | ବର୍ତ୍ତମାନ ଯୋଗାଣ ସହାୟକ ଚାନ୍ଦଲି ଗ୍ରାମ କୁ ଆସି ଅକ୍ଟୋବର ଓ ନଭେମ୍ବର ମାସ ର ଟୋକେନ ଦେଇ 15 ଦିନ ହେଲାଣି କିନ୍ତୁ ଚାରି ମାସ ର ଚାଉଳ ଲୋକେ ପାଇନାହାନ୍ତି | ରାଜନୈତକ ଶତ୍ରୁତା ନେବା ପାଇଁ ସ୍ଥାନୀୟ ସରପଞ୍ଚ ବାବୁଲା ଭତରା ଏଭଳି କାର୍ଯ୍ୟ କରୁଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି | ଗତ ନିର୍ବାଚନ ରେ ଏହି ଦୁଇ ୱାର୍ଡର ଭୋଟ ନମିଳିଥିବାରୁ ଏଭଳି ଶତ୍ରୁତା ନିଭାଉଛନ୍ତି ବୋଲି ୱାର୍ଡ ବାସୀ କହିଛନ୍ତି | ପଣ୍ଡିକୋଟ ପଞ୍ଚାୟତ ର 13 ୱାର୍ଡ ରୁ ଆମ ଦୁଇ ୱାର୍ଡ କୁ 4 ମାସ ହେଲା ଚାଉଳ ଦିଆଯାଉନାହିଁ | ଗ୍ରାମ ରେ ବହୁ ଗରିବ ଲୋକ ବସବାସ କରନ୍ତି କିଛି ପରିବାର ଏହି ଚାଉଳ ଉପରେ ନିର୍ଭର କରନ୍ତି ନଚେତ ଭୋକ ଓପାସ ରେ ଦିନ କାଟନ୍ତି| ଏନେଇ ସ୍ଥାନୀୟ ଯୋଗାଣ ସହାୟକ ସଦାଶିବ ହରିଜନ କୁ ଯୋଗାଯୋଗ କରିବାରୁ ସେ କହିଥିଲେ ଯେ ସରପଞ୍ଚ ମୋତେ ପଞ୍ଚାୟତ ର ଗାଁ ଗାଁ ବୁଲି ଟୋକେନ କାଟିବା ଲାଗି କହିଛନ୍ତି | ଚାଉଳ ନିଜେ ସରପଞ୍ଚ ଦାୟିତ୍ୱ ନେଇ ବଣ୍ଟନ କରୁଛନ୍ତି | ସ୍ଥାନୀୟ ସରପଞ୍ଚ ବାବୁଲା ଭତରା କୁ ଯୋଗାଯୋଗ କରିବାରୁ କହିଥିଲେ ଗତ ଅଗଷ୍ଟ ମାସ ରୁ ପ୍ରତେକ ହିତାଧିକାରୀ କୁ ମାସିକ ମୁଣ୍ଡ ପିଛା 4 କିଲୋ ଚାଉଳ ସହ ଏକ କିଲୋ ମାଣ୍ଡିଆ ଦେବା କୁ ନିର୍ଦେଶ ରହିଛି | ଆମ ନିକଟରେ 18 କୁଇଣ୍ଟାଲ 44 କେଜି ମାଣ୍ଡିଆ ଆସିବାର ଅଛି | ଆମ ନିକଟରେ ବର୍ତମାନ ମାଣ୍ଡିଆ ଷ୍ଟୋକ ନାହିଁ | ଆଜି ଆସି ମାଣ୍ଡିଆ ପହଂଚିବାର ଅଛି ରବିବାର ଚାନ୍ଦିଲି ରେ ଚାଉଳ ବଣ୍ଟନ କରାଯିବ | ଶତ୍ରୁତା ନେଇ ଗ୍ରାମବାସୀ ଅଭିଯୋଗ କରିଥିବା କୁ ନେଇ ସରପଞ୍ଚ କହିଥିଲେ ଯେ ଏହା ସମ୍ପୂର୍ଣ ମିଥ୍ୟା ଆସନ୍ତା କାଲି ଚାଉଳ ବଣ୍ଟନ କରାଯିବ | ଏନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି ଚାଉଳ ଗୋଦାମ ରେ ଅଛି ନା ନାହିଁ ଏହାର ତଦନ୍ତ କରାଯାଉ, ଚାଉଳ ଥାଇ କାହିଁକି ଆମକୁ ଭୋକ ଓପାସ ରେ ସରପଞ୍ଚ ରଖିଛନ୍ତି ବୋଲି ଗ୍ରାମର କରୁଣା ଯାନୀ,ମୋତି ସୌରା ନୀଳବତୀ ସୌରା,ଚନ୍ଦ୍ରା ଯାନୀ,ନିଶା ସୌରା,ପଦମା ଯାନୀ , ସାବିତ୍ରୀ ଯାନୀ,ବିମଳା ଯାନୀ,ରାଧା ଯାନୀ,ତୁଳାବତୀ ଯାନୀ,ଉର୍ମିଳା ଯାନୀ,ଲଳିତା ସୌରା , ସୁନ୍ଦରମଣି ସୌରା,ଗୋମତୀ ସୌରା ହୀରାମଣି ଯାନୀ ପ୍ରମୁଖ ଅଭିଯୋଗ କରିଛନ୍ତି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ

Related posts

ପ୍ରତିମା ଶତପଥି ଙ୍କ କବିତା   ଶଙ୍ଖା  ସିନ୍ଦୁର 

Sunil Chandra Nayak

ମିଳିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ରୁପ୍ରାରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ

Sunil Chandra Nayak

ନବ କୁମାର ଦାସ ଙ୍କ ଗଳ୍ପ ଅଧର୍ମର ବିନାଶ

Sunil Chandra Nayak

Leave a Comment

error: Content is protected !!