ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନର୍ମଦା ନାୟକ ଙ୍କ କବିତା ତ୍ରିଭୁଜ

     ତ୍ରିଭୁଜ 

ଆଶା ନିଶା ସହ ଭରସା ମିଶ୍ରଣେ 
          ଗଢ଼ା ଜୀବନ ତ୍ରିଭୁଜ
ଏକଇ ଭୂଜର ଅଭାବବୋଧରେ
       ପ୍ରତିକ୍ଷଣ ଶୂନ୍ୟ ଶୁନ୍ୟ l 
ଆଶା ପାରିଜାତ ମାନସ କାନନେ
        ହୋଇଗଲେ ବିକଶିତ 
ଜ୍ଞାନ ଭକ୍ତି କର୍ମ ସୁବାସ ବିତରେ
       ପରାଣଟା ବାସ୍ନାୟିତ l 
ଦେଖି ତ ହୁଏନି ଦେଖାଇ ହୁଏନି 
       ମରମରେ ଅନୁଭୂତ
ସୁନା ସୂତ୍ର ଡୋରେ ତନ୍ମୟତା ଭାବେ 
        ହୃଦୟେ ଅନୁବନ୍ଧିତ l 
ଆଶା ସହ ନିଶା ସଂଯୋଗ କରଣେ
        ଜାଗେ କର୍ମ ପ୍ରବଣତା
କୃଷି ଵା ବାଣିଜ୍ୟେ ସାହିତ୍ୟ ସଙ୍ଗୀତେ
        ପ୍ରତି ସ୍ତରେ ସଫଳତା l 
ନିଶା ବିନା ଆଶା ରହଇ ଅପୂର୍ଣ୍ଣ
        ଲଭେନି ପରିପୂର୍ଣ୍ଣତା
ବୈଜ୍ଞାନିକ ଶିଳ୍ପୀ ସାହିତ୍ୟିକଗଣ
        ନିଶା ରେ ସଫଳକାମା l 
ସୁଖ ବାଣ୍ଟୁଥିଲେ ବଢ଼ି ଚାଲୁଥାଏ
         ଦୁଃଖ ବଣ୍ଟନେ ଲାଘବ
ବିପଦ କାଳରେ ଭରସା ଟିକିଏ
       ଅନ୍ତରେ ଜାଗେ ପୁଲକ l 
ଭରସାର ମୂଲ ଅମୂଲ ଜୀବନେ
      ତାର ପଟାନ୍ତର କାହିଁ?
ବିଶ୍ୱାସ ତାହାର ଜନ୍ମଦାତା ସାଜେ 
        ଧୋକା କେବେ ଦିଏ ନାହିଁ l 
ଅଭାବରେ ମାତା ବିପଦରେ ସଖା
           ପରଂବ୍ରହ୍ମ ଦୟାମୟ
ତ୍ରିଭୁଜ ଧାରଣେ ଜୀବନ ସଂଗ୍ରାମେ
      ଲଭଇ ଦିଗ ବିଜୟ l 

ନର୍ମଦା ନାୟକ

ରାଉରକେଲା

Related posts

ଫୁଲବାଣୀ କୋର୍ଟ ପରିସରେ ପେପର ଲେସ ଅଦାଲତ ଉଦଘାଟିତ 

Sunil Chandra Nayak

ତ୍ରିଲୋଚନ ପାଢ଼ୀ ଙ୍କ କବିତା ଶବ୍ଦ ସମୁଦ୍ର

Sunil Chandra Nayak

ତେରେସିଂହାରେ ନୂଆଁଖାଇ ଭେଟଘାଟ୍ ୨୦୨୨ ପାଳିତ 

Sunil Chandra Nayak

Leave a Comment

error: Content is protected !!