ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନର୍ମଦା ନାୟକ ଙ୍କ କବିତା ଅଗ୍ରପୂଜ୍ୟ ଶ୍ରୀ ଗଣେଶ

ଅଗ୍ରପୂଜ୍ୟ ଶ୍ରୀ ଗଣେଶ

ଗିରିଜାନନ୍ଦନ ମଙ୍ଗଳ ମୂରତି
   ଏକଦନ୍ତ ବକ୍ରତୁଣ୍ଡ
ସକଳ ଦେବଙ୍କ ଅଗ୍ରପୂଜ୍ୟ ରୂପେ
   ଶ୍ରୀଗଣେଶ ବିରାଜିତ ll 
ଗଜର ମସ୍ତକେ ଅଦଭୂତ ରୂପ
   ବପୁ ମାନବଶରୀର
ଲମ୍ବ ଉଦରରେ ଭରିରହିଅଛି
     ବିଶ୍ଵର ଜ୍ଞାନଭଣ୍ଡାର ll 
କଟିରେ ଶୋଭିତ ଗୈରିକ ବସନ
     ହସ୍ତେ ପଦ୍ମ ଶଙ୍ଖ ଗ୍ରନ୍ଥ
କୋଟି ସୂର୍ଯ୍ୟ ସମ ପ୍ରଭା ତେଜିୟାନ
     ଦେବେଶ ବିଘ୍ନନାଶନ l 
ଶିରୀ ମନ୍ଦିରର ଗୁମୁଟି ମଧ୍ୟରେ
   ବିଘ୍ନେଶ ବିରାଜମାନ
ସ୍ୱୟଂ ଜଗନ୍ନାଥ ଗଜାନନ ବେଶେ
     ହରନ୍ତି ଭକତ ମନ ll 
ପୁରାତନ ବେଦ ରାମାୟଣ ସହ
     ମହାଭାରତ ରଚନେ
ବିଘ୍ନେ ଶ୍ଵରଙ୍କର କୃପା ଲାଭ ବଳେ
    ସମ୍ଭବ ଲେଖନୀ ମୂନେ ll 
ସୃଜନଶୀଳତା ଅଜ୍ଞଜନ ହୃଦେ
     ସିଦ୍ଧି ବୁଦ୍ଧି ଜାଗରଣେ
ସାଜି ବିଦ୍ୟାଦାତା କୃତ୍ତିବାସ ସୁତ
     ବରଷି କରୁଣା ଦାନେ ll 
ଆହେ ଗଣପତି ଅଜ୍ଞାନ ତମରୁ
    କରି ଦିଅ ବାରେ ଉଦ୍ଧାର
ଦିବ୍ୟ ଚେତନାରେ ଭର ମୋ ପରାଣ
   ଗୁହାରି ଅକିଞ୍ଚନର ll 

ନର୍ମଦା ନାୟକ

ରାଉରକେଲା, ଛେଣ୍ଡ ,ସୁନ୍ଦରଗଡ଼ 

     

Related posts

ଖଡ଼ିଆଳ କ୍ଲବ ପକ୍ଷରୁ ସହାୟତା, ସେବା ପ୍ରଦାନରେ ସହଯୋଗ ନେଇ ବେଟ୍ରି ଚଳିତ ସ୍କୁଟି ପ୍ରଦାନ

Sunil Chandra Nayak

ଲାଠିକଟା ମହିଳା କୃଷକ ଉତ୍ପାଦକ ସଂଗଠନ ର ପଞ୍ଜିକରଣ ପ୍ରକ୍ରିୟା ଶେଷ.

Sunil Chandra Nayak

ଖଇରା ଷ୍ଟେଟବ୍ୟାଙ୍କ ଶାଖା ତରଫରୁ ଜନସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!