ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତରଖାନା ପରିଚାଳନା ଦାୟିତ୍ବ ପକଳ୍ପ ର ନା ସରକାରର ? 

ନବରଙ୍ଗପୁର,—- ତେନ୍ତୁଳିଖୁଣ୍ଟି ବ୍ଲକ ଇନ୍ଦ୍ରାବତୀ ପ୍ରକଳ୍ପ ମେଡିକାଲ ଏବେ କିଏ ପରିଚାଳନା କରୁଛି, ପ୍ରଶ୍ନ ର ଉତ୍ତର କାହାରି ପାଖରେ ନାହିଁ। ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତର ଖାନା ପରିସର ଗଛ ଲତା ବୁଦା ଭରପୂର ହୋଇ ମଶା ଙ୍କ ପାଇଁ ଉତ୍ତମ ପରିବେଶ ସୃଷ୍ଟି କରିଥିଲା। ଡାକ୍ତରଖାନା ଭିତରେ ଯେତେଗୋଟି ରୋଗୀ ଙ୍କ ବ୍ୟବହାର ପାଇଁ ପାଇଖାନା ରହିଛି ତାର ବିକଳ ଚିତ୍ର ଦେଖିଲେ ଝାଡାବାନ୍ତି ଆସିଯିବ। ଡାକ୍ତରଖାନା ରେ ଝାଡୁଦାର ଓ ସୁଇପର ଙ୍କ ପାଇଁ ଟାଇଲସ୍ ପଡିଥିବା ଚଟାଣ ସଫା ସର୍ବନିମ୍ନ ଆବଶ୍ୟକ ଫିନାଇଲ, ଏସିଡ ସର୍ପ ସାବୁନ୍ ତଥା କ୍ଲିନର ଦିଆଯାଇନି। ଡାକ୍ତର ନର୍ସ ଲାବୋରେଟୋରି ଟେକ୍ନିସିଆନ୍ ,,ଆଟେଣ୍ଡାଣ୍ଟ ହାତ ଧୋଇବା ପାଇଁ ଡେଟଲ,ସାବୁନ ପିନ୍ଧିବା ପାଇଁ ଛପଲ୍ ମଧ୍ୟ ନାହିଁ। ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପ ହେଉ କି ଇନ୍ଦ୍ରାବତୀ କୋଲାବ ବେସିନ ହେଉ କିଏ ସ୍ୱାସ୍ଥ୍ୟ ବିଭାଗ କୁ ହସ୍ତାନ୍ତର ପର୍ଯ୍ୟନ୍ତ ଡାକ୍ତରଖାନା ର ସର୍ବନିମ୍ନ ଦୈନିକ ଅଵଶ୍ୟକତା ଯୋଗାଇବ ତାର ସ୍ପଷ୍ଟ ଉତ୍ତର ମିଳୁନି। ଡାକ୍ତରଖାନା ର ଗୋଟିଏ ରୁମ ଉପରେ ନୀଳଗିରି ଗଛ ପବନରେ ଭାଙ୍ଗି ପଡିଥିଲା ମେଡିକାଲ ଦାୟିତ୍ୱ ରେ ଥିବା ପ୍ରଶାସନ ନିରବ ଦ୍ରଷ୍ଟା ସାଜିଥିବା ଦେଖିବାକୁ ମିଳିଥିଲା । ଡାକ୍ତରଖାନା ର ଓଭରହେଡ ପାଣି ଟାଙ୍କି ଗୋଟିଏ ଫାଟିଛି ଅଥଚ ପ୍ରକଳ୍ପ କର୍ତ୍ତୃପକ୍ଷ ନିରବ। ବିଭିନ୍ନ ଗଣ ମାଧ୍ୟମରେ ବାରମ୍ବାର ପ୍ରକଳ୍ପ ଡକ୍ଟରଖାନାର ଅବ୍ୟବସ୍ଥା ନେଇ ଖବର ପ୍ରକାଶନ ହେଉ ଅବା ସ୍ଥାନୀୟ ନାଗରିକ ଙ୍କ ଆନ୍ଦୋଳନ ପାଇଁ ପ୍ରସ୍ତୁତି ହେଉ ଜିଲ୍ଲା ପ୍ରଶାସନ ର ସୁଦୃଷ୍ଟି ପଡିଲା ଇନ୍ଦ୍ରାବତୀ ଡାକ୍ତରଖାନା ଉପରେ। ତିନି ଜଣ ଡାକ୍ତର ଡେପୁଟେସନ ରେ ଯୋଗଦେଲେ ଦୁଇଜଣ, ଜଣେ ଷ୍ଟାଫ୍ ନର୍ସ ଓ ଜଣେ ଏ ଏନ ଏମ୍ ଦେଲେ କିନ୍ତୁ କେଵଳ ଏ ଏନ ଏମ୍ ଯୋଗ ଦେଲେ। ପୁରୁଷ ଆଟେଣ୍ଡାଣ୍ଟ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଗଲା,କିନ୍ତୁ ସେ ଯୋଗ ଦେଇ ନାହାନ୍ତି। ଲାବୋରେଟୋରି ଟେକ୍ନିସିଆନ ଯୋଗ ଦେଇଛନ୍ତି। ଏହି ଡାକ୍ତରଖାନା ସ୍ୱାସ୍ଥ୍ୟ ବିଭାଗ ର ହୋଇ ନଥିବାରୁ ଔଷଧ ଇଂଜେକସନ ସାଲାଇନ ତେନ୍ତୁଳିଖୁଣ୍ଟି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ରୁ ଅଣାଯାଉଛି। ଡାକ୍ତରଖାନା ର ବ୍ୟବସ୍ଥା ଓ ଅବସ୍ଥା ଦେଖି ଇନ୍ଦ୍ରାବତୀ ନାଗରିକ ମଞ୍ଚ ର ସଦସ୍ୟ ମାନେ ଡାକ୍ତରଖାନା ପରିସର କୁ ସଫା ସୁତୁରା କରିବା ଆରମ୍ଭ କରିଛନ୍ତି। ଆଜି ଲଗାତର ଦ୍ଵିତୀୟ ଦିନ ସଫା ସୁତୁରା କରିଥିଲେ। ଅଗ୍ନିଶମ ବିଭାଗ ର ସାହାଯ୍ୟରେ ଡାକ୍ତରଖାନା ର ଯେଉଁ ରୁମ ଉପରେ ଗଛ ପଡିଥିଲା ତାକୁ ହଟେଇ ସଫା କରାଇଛନ୍ତି। ଆସନ୍ତା କାଲି ମଧ୍ୟ ସଫେଇ ହେବ। ଯଦି ପ୍ରକଳ୍ପ ଡାକ୍ତରଖାନା ପରିଚାଳନା ଭାର କାହାର ସ୍ପଷ୍ଟ ନ ହେଲେ ଆଗାମୀ ସପ୍ତାହ ରେ ଆନ୍ଦୋଳନ କୁ ଓହ୍ଲାଇବେ ବୋଲି ନାଗରିକ ମଞ୍ଚ ସଦସ୍ୟ ମାନେ ଗଣ ମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ 

Related posts

ରାଉରକେଲା – ସମାଜସେବୀ ଙ୍କୁ ଶ୍ରଦ୍ଧାଞ୍ଜଳି

ରାଷ୍ଟ୍ରୀୟ ପଞ୍ଚାୟତ ପୁରସ୍କାର, ଚୟନ ପକ୍ରିୟାରେ ଭାଗ ନେବା ଲାଗି ସରପଞ୍ଚ ଓ ଗ୍ରାମ ପ୍ରଧାନଙ୍କୁ ଚିଠି ଲେଖିଲେ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂ

Sunil Chandra Nayak

କଙ୍କାଳୁ ଗ୍ରାମରେ ସତ୍ୟ ନାରାୟଣ ଙ୍କ ପୁଜା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!