ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା ସାହୁ ଙ୍କ କବିତା  ମହାଲକ୍ଷ୍ମୀଙ୍କ  ବାର   

ମହାଲକ୍ଷ୍ମୀଙ୍କ  ବାର

 

                            କବିତା ସାହୁ     

ମାସ ମଧ୍ଯେ ଶ୍ରେଷ୍ଠ ଅଟଇ ମାର୍ଗଶିର 
ମାତା ଲକ୍ଷ୍ମୀଙ୍କର ପ୍ରିୟ ଅଟେ ଗୁରୁବାର ।
ଓଡ଼ିଆ ଜାତିର ପରବ ଲକ୍ଷ୍ମୀବ୍ରତ ସାର।
ଧନ ଧାନ୍ଯ ସ୍ବଚ୍ଛ ନିରିମଳ ଦାଣ୍ଡ ଘରଦ୍ବାର ।
ଓଡ଼ିଆ ରମଣୀ ପୁର୍ବ ଦିନ ଲିପା ପୋଛା ସାରି ।
ଅରୁଆ ଚାଉଳ ବାଟି ଦେଇଥାଏ ଝୋଟି ଭରି ।
ଷୋଳକଟା ପଦ୍ମ ସାଥେ ଲକ୍ଷ୍ମୀପାଦ ମନୋହର। 
ଗୁରୁବାର ପ୍ରତ୍ୟୁଷରୁ ସାରେ ସ୍ନାନ କର୍ମ ତାର।
ପିନ୍ଧି ଶୁଳ୍କ ଲୁଗା  ଅଳତା ସିନ୍ଦୁର। 
ଶୁଦ୍ଧ ପବିତ୍ର ମନରେ ପୂଜା କରଇ ସତ୍ବର। 
ନୂଆ ମାଣ କରି ନାନା ଚିତ୍ର ଯେ ବିଚିତ୍ର। 
ଶୁଳ୍କ ଧାନ ଭରି ତହିଁ ଗୁଆ ତିନି ଥୋଇ। 
ହଳଦୀ ଚନ୍ଦନ ସିନ୍ଦୁର  ଦୁବ ଫୁଲ ଦେଇ ।
ନୂଆ କନାରେ ଗେଣ୍ଡୁ ସେବତୀ  ସଜାଇ ।
ଆଖୁ ମୂଳା କଦଳୀ ଯତନେ ରଖଇ।
କଳସ ବସାଇ ଧୂପ ଦୀପରେ ବନ୍ଦାଇ। 
ଫଳମୁଳ ଛେନାଗୁଡ ନୈବେଦ୍ଯ ବାଢଇ। 
ପାଣି ଛଡାଇ ଦିଏ ହୁଳହୁଳି ପକାଇ ।
ଭକ୍ତି ଆରାଧନା ମହାଲକ୍ଷ୍ମୀଙ୍କ ପୟରେ।
ଲକ୍ଷ୍ମୀଙ୍କ ପୁରାଣ ପଢେ ଆନନ୍ଦ ମନରେ।
ତିନି ଧୂପ ହୋଇ ଥାଏ ମାତାଙ୍କ ପାଖରେ।
ଫଳମୁଳ ଛେନା ଗୁଡ ବାଳଭୋଗ ରେ ।
ଖିରି ଖେଚେଡି କାକରା ପୁରି ତରକାରି। 
ମଣ୍ଡା ଆରିଷା ଦହି ଭାତ ସଂଙ୍ଖୁଡି ଭୋଗରେ।
ସଂଧ୍ଯାରେ ଶୁଖିଲା ଭୋଗ ଧୂପ ଦୀପେ ସାରେ। 
ଶରଣ ପଶିଣ ମାତାଙ୍କ ଚରଣ ସୁମରି।
ଗୁରୁଜନେ ସେବା ଭକ୍ତି ଲଘୁଜନେ ସ୍ନେହ। 
ସଦାଚାର ରଖିଥିବ ମନ ହୃଦୟରେ।
ଭେଦଭାବ ନ ରଖିଣ ମନ ଭିତରେ।
କପଟ ଦ୍ବନ୍ଦ ମିଛ ଯେ ଛଳନା ନ କରେ।
ଲକ୍ଷ୍ମୀଙ୍କ କୃପା ରହେ ତା ଠାରେ।
ଧନ ଜନ ଗୋପ ଲକ୍ଷ୍ମୀ ସୁଖ ଶାନ୍ତି ପାଇ।
ବୈକୁଣ୍ଠ ଭୁବନେ ଶେଷରେ ବସଇ।

        ଜୟପୁର

Related posts

ମିଠା ଦୋକାନ ରେ ନିଆଁ ,ମୁଖ୍ୟ ମିସ୍ତ୍ରୀ ମୃତ ସହ ୨ ସହଯୋଗୀ ଗୁରୁତର

Sunil Chandra Nayak

ସସ୍ମିତାରାଣୀ ନାୟକ ହିନ୍ଦୋଳ ବ୍ଲକ୍ ଅଧ୍ୟକ୍ଷା ଭାବେ କାର୍ଯ୍ୟ ଭାର ଗ୍ରହଣ କଲେ

Sunil Chandra Nayak

ନବ ନିର୍ବାଚିତ ପୌର ଓ ପଞ୍ଚାୟତ ପ୍ରତିନିଧି ଙ୍କୁ ଭାଜପା ର ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!