ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରବୀନ୍ଦ୍ରକୁମାର ବେହେରା ଙ୍କ କବିତା ଆଗଚ୍ଛନ୍ତୁ ମହାମୟୀ ଲକ୍ଷ୍ମୀ

ଆଗଚ୍ଛନ୍ତୁ ମହାମୟୀ ଲକ୍ଷ୍ମୀ

        

ରବୀନ୍ଦ୍ରକୁମାର ବେହେରା

ମାର୍ଗଶିର ଶୀତୁଆ ସକାଳ
ଲକ୍ଷ୍ମୀଦେବୀ ଆରାଧନା ପୁରେ,
ଅର୍ଚ୍ଚନା ର ପ୍ରବିଧି ସଂସ୍କାର
ଚଣ୍ଡାଳ ର ଆବାହିତ ଘରେ ।
ଶ୍ରୀୟା ପାଇଁ ଶ୍ରୀ ବରଦାନ
ଶ୍ରେଷ୍ଠ ଏକ ଓଡ଼ିଆ ସଂସ୍କାର,
ସୁସ୍ଥ ଏକ ସାମାଜିକ ଚିନ୍ତା
ଭ୍ରାତୃତ୍ୱର ଦିଗନ୍ତ ପ୍ରଚାର ।
ଜାତିହୀନ କରୁ ଶ୍ରୀ ମନ୍ଦିର
ନିରସ୍କାର କରୁ ଦେଢ଼ଶୂର,
ଜଗନ୍ନାଥ କରୁ ତ୍ୟଜ୍ୟ ପତ୍ନୀ
ନାରୀ ପାଇଁ ନାରୀ ବ୍ୟବହାର ।
ଓଡ଼ିଆଣୀ ଦେବୀ କମଳିନୀ
କାନ୍ଦେ ଜଣେ ପ୍ରପୀଡ଼ିତା ପାଇଁ
ଧନ ଆଉ ସୁବର୍ଣ୍ଣ ଅଜାଡି
ଗୋଗୋଷ୍ଠକୁ ଦେଲେ ଲକ୍ଷେ ଗାଈ ।
ଚାଣ୍ଡାଳି ର ଆଖ୍ୟା ପାଇ ଦେଵୀ
ଶ୍ରୀ ମନ୍ଦିର ତ୍ୟଜି ସେ ଶ୍ରୀମୟୀ,
ତ୍ୟକ୍ତଜଗା ଦେବ ବଳଭଦ୍ର
ତ୍ୟକ୍ତସୁଖ ଅମୃତ ମଣୋହୀ।
ନାରୀତ୍ୱର ତ୍ୟାଗ ଏଡ଼େ ଥିଲା
ସାମାଜିକ ବର୍ଣ୍ଣ ବୈଷମ୍ୟ ର !
ଆଗଚ୍ଛନ୍ତୁ ମହାମୟୀ ଲଷ୍ମୀ
ଜାତିହୀନ ପୂଜା ଉପହାର ।
           

    ଶିଖରପୁର, କଟକ-୪

Related posts

ଧାନ ବିଲରୁ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର , ଘଟଣା ସ୍ଥଳେ ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍

Sunil Chandra Nayak

ଶିକ୍ଷକ ଶିକ୍ଷୟତ୍ରୀ ମାନେ ବିଭିନ୍ନ ଦାବୀ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

Sunil Chandra Nayak

ଆମ ଆଦମୀ ପାର୍ଟିର ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!