ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାଣିଗୁମା ଗ୍ରାମପଞ୍ଚାୟତ ଠାରେ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ

ଥୁଆମୂଳ ରାମପୁର: ୧୨/୧୨ – (ମ.ନି.ସ) :- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ କାଣିଗୁମା ଗ୍ରାମପଞ୍ଚାୟତ ଠାରେ ଆଜି ଯଥା ୧୨/୧୨/୨୦୨୨ ତାରିଖ ସୋମବାର ଦିନ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଭରତ ମେହେରଙ୍କ ତତ୍ତ୍ୱାବଧାନରେ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ଯାଇଛି। ଜିଲ୍ଲା ପ୍ରଶାସନ ର ନିର୍ଦ୍ଦେଶ କ୍ରମେ ପ୍ରତି ଗ୍ରାମପଞ୍ଚାୟତ ରେ ଲୋକଙ୍କ ପାଖକୁ ସେବା ଓ ସମସ୍ଯାର ସମାଧାନ ନେଇ ଏହି ଶିବିର ବିଗତ କିଛି ମାସ ହେବ ଥୁଆମୂଳ ରାମପୁର ବ୍ଳକ ପ୍ରଶାସନ ପକ୍ଷରୁ ଆୟୋଜନ କରାଯାଉଛି। ଶିବିରରେ ମୁଖ୍ୟ ଅତିଥି ଭାବରେ ବିଧାୟକ ଶ୍ରୀ ପ୍ରଦୀପ ଦିଶାରୀ, ସମ୍ମାନିତ ଅତିଥି ଭାବରେ ବ୍ଳକ ଅଧ୍ଯକ୍ଷ ଶ୍ରୀ ଦୟାନିଧି ମାଝୀ ଯୋଗଦେଇ ଥିବାବେଳେ ଅନ୍ଯାନ୍ଯ ଙ୍କ ମଧ୍ୟରେ ତହସିଲଦାର, ଜିପିଓ, ଜିଲ୍ଲା ପରିଷଦ ସଭ୍ଯା ଗୋପାଳପୁର, ସିନ୍ଧିପଦର, ଥୁଆମୂଳ, ଗୁଣୁପୁର, କାଣିଗୁମା,ଥୁଆମୂଳ ରାମପୁର ଗ୍ରାମପଞ୍ଚାୟତ ଇତ୍ୟାଦି ସରପଞ୍ଚ ସମିତି ସଭ୍ଯା ବ୍ଳକ ଉପାଧ୍ୟକ୍ଷା ସମେତ୍ ସମସ୍ତ ବିଭାଗର ଅଧିକାରୀ ମାନେ ଯୋଗଦେଇ ଲୋକଙ୍କ ଅଭିଯୋଗ ଗୁଡିକର ସମାଧାନ ଦିଗରେ ପଦକ୍ଷେପ ନେଇଥିଲେ। ଅନ୍ତୋଦୟର ଅଧ୍ଯକ୍ଷ ଶ୍ରୀ ଦିଲ୍ଲୀପ କୁମାର ଦାସ ଯୋଗଦେଇ ଅଞ୍ଚଳର ଜଙ୍ଗଲ ଅଧିକାର ଆଇନର ସଫଳ କାର୍ଯ୍ଯାନ୍ବୟ ଉପରେ ଗୁରୁତ୍ବ ଦେଇଥିଲେ।

ଥୁଆମୂଳ ରାମପୁର: ରୁ ବଲଭଦ୍ର ବାଗ ଙ୍କ ରିପୋର୍ଟ 

Related posts

ନାୟକ ଅକ୍ଷୟ ରାଜହସ୍ତୀ ଙ୍କ କବିତା ଅମଳିନ ସୁମନ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଭୁଲି ପାରୁନି

Sunil Chandra Nayak

କବିତା – ମୃତ ଫଗୁଣ ର ବ୍ୟବଚ୍ଛେଦ

Sunil Chandra Nayak

Leave a Comment

error: Content is protected !!