ଗତ ୦୮ ଡିସେମ୍ବର ରୁ ୧୧ ଡିସେମ୍ବର ୨୦୨୨ପର୍ଯ୍ୟନ୍ତ ବାଲେଶ୍ଵର ଠାରେ ମାଷ୍ଟ୍ରରର୍ସ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।ଏହି ପ୍ରତିଯୋଗିତା ରେ ମହେଶ କୁକ୍ରେଜା ୪୫ରୁ ଉର୍ଦ୍ଧ୍ବ ଓ ୫୦ ରୁ ଉର୍ଦ୍ଧ୍ଵ ଯୁଗଳ ରେ ଚମ୍ପିୟାନ ,ଗୌରୀ ଶଙ୍କର ବିଶି ୫୫ ରୁ ଉର୍ଦ୍ଧ୍ବ ଯୁଗଳ ରେ ଚମ୍ପିୟାନ ଓ ସମୀର ସାହୁ ୫୦ ରୁ ଉର୍ଦ୍ଧ୍ବ ପ୍ରତିଯୋଗିତାରେ ରନର୍ସ ଅପ ହୋଇ ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି । ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ରେ କଳାହାଣ୍ଡି ର ଭେଟେରାନ ଖେଳାଳୀ ଙ୍କ କୃତିତ୍ୱ ଜୁନିୟର ଖେଳାଳୀ ଙ୍କ ପାଇଁ ଉତ୍ସାହ ପ୍ରଦାନ କରିବ ବୋଲି ଜିଲ୍ଲା ସଂଘ ର ସଭାପତି ଶ୍ରୀ ପ୍ରଦୀପ ଦାସ ମତବ୍ୟକ୍ତ କରି ଥିଲେ।ବର୍ତମାନ ଆଗାମୀ ଦିନ ରେ କଳାହାଣ୍ଡି ରେ ଧର୍ମଗଡ଼ ,କେସିଙ୍ଗା,ନର୍ଲା ଓ ମଦନପୁର ରାମପୁର ଠାରେ ଇନଡୋର ନିର୍ମାଣ କାର୍ଯ୍ୟ ଚାଲୁଛି। ଭବାନୀପାଟଣା ଓ ଜୁନାଗଡ଼ ଠାରେ ରାଜ୍ୟ ସରକାର ଦ୍ୱାରା ଦୁଇଟି ଜାତୀୟ ସ୍ତର ର ଇନଡୋର ର ବ୍ୟବସ୍ଥା ହୋଇଛି।ଆଗାମୀ ଦିନ ମାନଙ୍କ ରେ ଜିଲ୍ଲା ରୁ ଅଧିକ ରୁ ଅଧିକ ଖେଳାଳୀ କିଭଳି ଭଲ ଖେଳ ପ୍ରଦର୍ଶନ କରିବେ ସେଥି ପ୍ରତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂଘ ମିଳିତ ଭାବେ ଚେଷ୍ଟା କରିବ ବୋଲି ସଂଘ ର କର୍ମକର୍ତ୍ତା ମତ ବ୍ୟକ୍ତ କରିଥିଲେ।
previous post