ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭବାନୀପାଟଣା ଠାରେ ଉଜ୍ଜ୍ୱଳ ଭାରତ ଉଜ୍ଜ୍ୱଳ ଭବିଷ୍ୟତ@୨୦୪୭ ପାଳିତ

ଭବାନୀପାଟଣା ତା ୨୮.୭.୨୦୨୨( ମ ନି ସ ) : ଆଜି ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ପାୱାରଗ୍ରିଡ , ଓ ପି ଟି ସି ଏଲ୍ ଓ ଟିପୀଡ ବ୍ଲୁ ଏଲ ର ମିଳିତ ସହଯୋଗରେ ବିଦ୍ୟୁତ ମହୋତ୍ସବ ପାଳିତ ହୋଇଯାଇଛି ।ଉଲ୍ଲେଖଯୋଗ୍ୟ ଯେ ଆଜାଦି କା ଅମୃତ ମହୋତ୍ସବ ପରିପେକ୍ଷିରେ ସାରା ଭାରତବର୍ଷ ରେ ପ୍ରତ୍ୟେକ ଜିଲ୍ଲାରେ ଦୁଇଟି ସ୍ଥାନରେ ୨୫.୭.୨୦୨୨ ରୁ ୩୧.୭.୨୦୨୨ପର୍ଯ୍ୟନ୍ତ ଏହି ମହୋତ୍ସବ ପାଳନ କରାଯାଉଛି । ଆଜି ଦିବା ୧୧.୦୦ ଘ ସମୟରେ ଆୟୋଜିତ ବିଦ୍ୟୁତ୍ ମହୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ଶ୍ରୀଚନ୍ଦନ ଯୋଗ ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ରୂପେ ପାୱାରଗ୍ରିଡ ସିନିୟର୍ ଜି ଏମ ଶ୍ରୀ ଏସ କେ ଚାଖି, ଓ ପି ଟି ସି ଏଲ୍ ଜି ଏମ ଶ୍ରୀ ଅଜୟ  କୁମାର ନନ୍ଦ ,ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଦୟାନିଧି ନାୟକ, ଭବାନୀପାଟଣା ବ୍ଲକ ଅଧ୍ୟକ୍ଷ ଶ୍ରୀ ପ୍ରଫୁଲ୍ଲ କୁମାର ସାହୁ, ଭବାନୀପାଟଣା ବି ଡି ଓ ଶ୍ରୀ ବିନୟ ଭୋଇ,ଡେପୁଟି ଇଲେକ୍ଟ୍ରିକାଲ ଇନସ୍ପେକ୍ଟର ଇଂ ସୁଧାକର ବେହେରା ପ୍ରମୁଖ ମଞ୍ଚାସିନ ଥିଲେ ।

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହଭାଗିତା ରେ ବିଦ୍ୟୁତ ଉତ୍ପାଦନ ଓ ବିତରଣ କ୍ଷେତ୍ରରେ ପ୍ରମୁଖ ସଫଳତାକୁ ପ୍ରଦର୍ଶିତ କରିବାପାଇଁ ବିଜୁଳି ମହୋତ୍ସବ ଏକ ମାଧ୍ୟମ ଓ ଏହାଦ୍ବାରା ଅଧିକରୁ ଅଧିକ ଜନସାଧାରଣ ବିଦ୍ୟୁତ୍ କ୍ଷେତ୍ରରେ ବିକାଶକୁ ହୃଦୟଙ୍ଗମ କରିବାସହ ତୃଣମୂଳ ସ୍ତରରେ ଏହାର ଉପଯୋଗୀତା ପହଞ୍ଚିବ।ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଚନ୍ଦନ ରାଜ୍ୟର ପ୍ରତ୍ୟେକ ଉପଭୋକ୍ତା ଗୁଣାତ୍ମକ ଓ ନିରବିଛିନ୍ନ ବିଦ୍ୟୁତ୍ ସେବା ପାଆନ୍ତୁ ତଥା ଏହି ବିଦ୍ୟୁତ ଉତ୍ପାଦନ ବ୍ୟତୀତ ସୌରଶକ୍ତି, ପବନଚାଳିତ ଶକ୍ତି ଉପରେ ଧ୍ୟାନ ଦେଲେ ଓଡ଼ିଶା ତଥା ଦେଶର ବିକାଶ ଓ ଶିଳ୍ପୀକରଣ ରେ ସାହାଯ୍ୟ ହେବ ବୋଲି କହିଥିଲେ ।ଜିଲ୍ଲା ପରିଷଦ ସଦସ୍ୟ ତଥା ବ୍ଲକ ଅଧ୍ୟକ୍ଷ ବିଦ୍ୟୁତ୍ ସେବାକୁ ଏକ ଜରୁରୀ ସେବା ରୂପେ ଗ୍ରହଣ କରି ବିଭାଗୀୟ ଅଧିକାରୀ ନିରବିଚ୍ଛିନ୍ନ ବିଦ୍ୟୁତ୍ ସରବରାହ ଦେବା ସହ ହିତାଧିକାରୀଙ୍କୁ ସଠିକ୍ ବିଲ ପ୍ରଦାନ କୁ ଗୁରୁତ୍ୱ ଦେବାକୁ କହିଥିଲେ।ପାୱାରଗ୍ରିଡ ଜି ଏମ ଶ୍ରୀ ସଞ୍ଜୟ ଚାଖି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ଵାରା ହାତକୁ ନିଆଯାଉଥିବା ବିଭିନ୍ନ ଲୋକାଭିମୁଖି କାର୍ଯ ବିଷୟରେ ସଂକ୍ଷିପ୍ତ ବିବରଣୀ ଦେଇଥିଲେ।କାର୍ଯ୍ୟକ୍ରମରେ ଉପସ୍ଥିତ ଅନେକ ବିଦ୍ୟୁତ୍ ଉପଭୋକ୍ତା ନିଜର ଅସୁବିଧା ଓ ଅନୁଭୂତିକୁ ପ୍ରକଟ କରିଥିଲେ।

ସଭାପରେ ବିଦ୍ୟୁତ ସେବା,ଗ୍ରାହକଙ୍କ ଅଧିକାର, ଅକ୍ଷୟ ଶକ୍ତି,ଗ୍ରାମ୍ୟ ବିଦ୍ୟୁତକରଣ,ପାୱାରଗ୍ରିଡ ,ବିଦ୍ୟୁତ୍ ସଞ୍ଚୟ ଓ ଅପଚୟ ଉପରେ ୧୦ ମିନିଟ ର ଭିଡ଼ିଓ କ୍ଲିପ୍ ପ୍ରଦର୍ଶିତ ହୋଇଥିଲା।ପରିବର୍ତ୍ତନ ଓ ବିଜୁଳି ଶୀର୍ଷକ ଦୁଇଟି କ୍ଷୁଦ୍ର ନାଟକ କଳାକାରମାନେ ପରିବେଷଣ କରିଥିଲେ ।ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଘୁମୁରା ନୃତ୍ୟ ପ୍ରଦର୍ଶନ ହୋଇଥିଲା। ସଭାଟିକୁ ସଞ୍ଚାଳନ କରିଥିଲେ କର ଆଇନଜୀବୀ ଶ୍ରୀ ସଂଜୀବ କୁମାର ସିଂ।ସଭାରେ ଅନ୍ୟମାନଙ୍କ ମଧ୍ୟରେ ଡିଜିଏମ ଓପିଟିସିଏଲ୍ ଶ୍ରୀ ଅଜୟ କୁମାର ନନ୍ଦ,ଟିପିଡବ୍ଲୁଏଲ୍ ନିର୍ବାହୀ ଯନ୍ତ୍ରୀ ଶ୍ରୀ ମାନସ ରଞ୍ଜନ ମାଟି, ଡି ଆଇ ପି ଆର୍ ଓ ଶ୍ରୀ ମନୋଜ ବେହେରା,ତହସିଲଦାର ଶ୍ରୀ ଉପେନ୍ଦ୍ର ଲୁହା, ନିଜାରତ ଅଧିକାରୀ ଶ୍ରୀଶଙ୍କର ନାଗ,ଜିଲ୍ଲା ପରିଷଦ ସଦସ୍ୟ,ବିରୋଧୀ ଦଳ ନେତା ପ୍ରତିନିଧି ,ସରପଞ୍ଚ,ସମିତି ସଭ୍ୟ, ବିଦ୍ୟୁତ୍ ଉପଭୋକ୍ତା ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ । ସଭା ପରିଚାଳନା ରେ ପାୱାର ଗ୍ରିଡ ଜି ଏମ ଶ୍ରୀ ଉମାକାନ୍ତ ଶୁକ୍ଳ,ପାୱାର ଗ୍ରିଡ ମ୍ୟାନେଜର ଶ୍ରୀ ଆଶୁତୋଷ ଦଳ ବେହେରା, ଏସ୍ ଡି ଓ ,ଓପିଟିସିଏଲ୍ ଶ୍ରୀ ରଞ୍ଜନ କୁମାର ସାହୁ, ପାୱାର ଗ୍ରିଡ କର୍ମଚାରୀ ଡି ବେହେରା ପ୍ରମୁଖ ସହଯୋଗ କରିଥିଲେ ।

 

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଉଦ୍‌ଯାପିତ ହେଲା ଗୋପାଳପୁର ମହାଲକ୍ଷ୍ମୀ ପୂଜନୋତ୍ସବ

Sunil Chandra Nayak

ରାଜ୍ୟରେ ନିର୍ମାଣ ହେବ ମଡେଲ ମଣ୍ଡି, ୧୨୮ ବହୁମୁଖୀ ଗୋଦାମ ଗୃହ ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଶେଷ ପାଇଁ ନିର୍ଦ୍ଦେଶ

Sunil Chandra Nayak

Leave a Comment

error: Content is protected !!