ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନଗାରୀ ଗ୍ରାମ ରେ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଢେ଼ଙ୍କାନାଳ (ମସିହା )୨୦/୧୧_ ଓଡ଼ପଡ଼ା ବ୍ଲକ୍ ଅନ୍ତର୍ଗତ ନଗରୀ ଗ୍ରାମରେ ଗତ କାଲି ପପୁ ଜେନା ଙ୍କ ପୁତ୍ର ଶ୍ରୀୟଂଶୁ (ଋଷି)ର ସ୍ଵନକ୍ଷତ୍ର ଉତ୍ସବ ପାଳନ ଅବସରରେ ପରମାନନ୍ଦ ଜେନା ଙ୍କ ପୌରହିତ୍ୟ ରେ ସଂଧ୍ୟା ୬.୩୦ ସମୟ ରେ ଏକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଉକ୍ତ ଉତ୍ସବ ରେ ଓଡ଼ିଶା ର ଲବ୍ଧ ପ୍ରତିଷ୍ଠିତ ପ୍ରବଚକ ଶ୍ରୀଯୁକ୍ତ ବିପିନ ବିହାରୀ ସାମଲ ଓ ସାଥୀ ସମୂହ ଅଧ୍ୟାତ୍ମିକ ଆଧ୍ୟାତ୍ମିକ ପରିବେଶ ସୃଷ୍ଠି କରିବା ସହ ଆପଣା ମଧୁର ବାଣୀ ଦ୍ବାରା ଭଗବାନ ଙ୍କ ଲୀଳା ଓ ଜନ୍ମ ପ୍ରସଙ୍ଗ କୁ ପରିବେଷଣ କରିଥିଲେ l ଏତଦ୍ ବ୍ୟତୀତ ସାଥି ମାନେ ଆଧ୍ୟାତ୍ମିକ ଭଜନ ଦ୍ୱାରା ଶୀତ ସାନ୍ଧ୍ୟ କୁ ମୁଖରିତ କରିଥିଲେ l ଏହି ପ୍ରବଚନ କାର୍ଯ୍ୟକ୍ରମ ରେ ଆଖ ପାଖ ଗାଆଁ ରୁ ଶହ ଶହ ଲୋକ ଉପସ୍ଥିତ ହୋଇ ଶଦ୍ଦ କୈବଲ୍ୟ ପାନ କରୁଥିଲେ l 

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ବ୍ରହ୍ମାକୁମାରୀ ଗୀତା ପାଠ ଶାଳାରେ ପବିତ୍ର ରାକ୍ଷୀ ବନ୍ଧନ ପାଳିତ

Sunil Chandra Nayak

ଟେମରା ଓ କାଶିବାହଲ କୃଷି ସମବାୟ ସମିତି ସଭାପତି ନିର୍ବାଚନ ଘୋଷଣା

ସଲଣ୍ଡିଆମୁଣ୍ଡା ରେ ଗଜଲକ୍ଷ୍ମୀ ପୂଜା

Sunil Chandra Nayak

Leave a Comment

error: Content is protected !!